ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍‌ଏମ୍‌ସି

ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହୁଛି। ୪୦ନଂ. ୱାର୍ଡ ମାନେଶ୍ୱର ହାଇସ୍କୁଲ ସମ୍ମୁଖ ବି ବାଦ୍‌ ପଡୁନାହିଁ। ଏହି ଆବର୍ଜନା କୌଣସି ବ୍ୟକ୍ତି ପକାଉନାହାନ୍ତି, ଖୋଦ ଏସ୍‌ଏମ୍‌ସି ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ଆବର୍ଜନା ଗଦା କରାଯାଉଛି। ୧୫ଦିନରେ ଥରେ କିମ୍ବା ଅଭିଯୋଗ କଲେ ଗାଡ଼ି ଆସି ସଫା କରି ନେଉଛି। ନ ହେଲେ ସେଭଳି ପଡ଼ିରହୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହା ଦ୍ୱାରା ପରିବେଶ ଦୁର୍ଗନ୍ଧରେ ଫାଟିପଡ଼ୁଛି। ପିଲାମାନେ ଝରକା ବନ୍ଦକରି ପାଠ ପଢ଼ୁଛନ୍ତି।
ମାନେଶ୍ୱରଠାରୁ ଧମା ପିଡବ୍ଲ୍ୟୁଡି ରାସ୍ତାରେ ପ୍ରତିଦିନ ଶତାଧିକ ଲୋକ ଯିବାଆସିବା କରୁଛନ୍ତି। ସେମାନଙ୍କୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ୱାର୍ଡ ଅଫିସରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନ୍ୟପଟେ ଏସ୍‌ଏମ୍‌ସି କର୍ମଚାରୀମାନେ ଏହି ଆବର୍ଜନା ସ୍ଥାନୀୟ ଲୋକେ ପକାଉଥିବା ନେଇ ଯୁକ୍ତି କରୁଛନ୍ତି। ବାରମ୍ବାର ଅଭିଯୋଗ କଲା ପରେ ୧୫ରୁ ୨୦ଦିନ ବ୍ୟବଧାନରେ ଟ୍ରକ୍‌ ସାହାଯ୍ୟରେ ଆବର୍ଜନା ଉଠାଯାଉଛି। ଏସ୍‌ଏମ୍‌ସି କର୍ମଚାରୀ, ଠିକା ସଂସ୍ଥାଙ୍କୁ ତାଗିଦ କରିବା ବଦଳରେ ଓଲଟା ପ୍ରୋତ୍ସାହନ ଦିଆଯାଉଛି। ସଫେଇ ନାମରେ ମାସିକ ଏସ୍‌ଏମ୍‌ସିରେ କୋଟି କୋଟି ଟଙ୍କା ବିଲ୍‌ କରାଯାଉଛି। ଗ୍ରାମଗୁଡ଼ିକୁ ମଧ୍ୟ ସଫେଇ କର୍ମଚାରୀମାନେ ନିୟମିତ ସଫା କରିବାପାଇଁ ଯାଉନାହାନ୍ତି। ଏ ସମ୍ପର୍କରେ ଏସ୍‌ଏମ୍‌ସି କମିଶନର ପ୍ରଦୀପ ସାହୁ କହିଛନ୍ତି ଯେ, ହାଇସ୍କୁଲ ନିକଟରେ ଆବର୍ଜନା ଗଦା କରିବା ଉଚିତ ନୁହେଁ। ନିୟମ ଦୃଷ୍ଟିରୁ ପୂର୍ବାହ୍ନ ୧୦ଟା ପୂର୍ବରୁ ସଫେଇ କାର୍ଯ୍ୟ ଶେଷ ହୋଇଯିବା କଥା। ହେଲେ ଆବର୍ଜନା କିଭଳି ଭାବେ ପଡ଼ିରହୁଛି ତା’ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିଆରେ ବୁଡ଼ି ଗଲେ ୨ ଶିଶୁକନ୍ୟା

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା କ୍ଲବପଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ...

ନୂଆଁଖାଇ ଛୁଟି ୩ ଦିନ ଦାବି ତେଜିଲା

ବରଗଡ଼ ଅଫିସ୍‌,୨୭।୮: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୧ରେ ପାଳନ ହେବ। ରାଜ୍ୟ ସରକାର ଏଥିପାଇଁ ସେପ୍ଟେମ୍ବର ୧ତାରିଖକୁ ଛୁଟି ଘୋଷଣା କରିଛନ୍ତି।...

ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା

ଦାରିଙ୍ଗବାଡ଼ି,୫।୮(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ...

ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଜୟପୁର,୨୯ା୫(ଡି.ଏନ୍‌.ଏ.)-ଚାଷୀଙ୍କ ଅମଳ ରବିଧାନ କ୍ରୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି। ମାତ୍ର ଚାଷୀଙ୍କ ଅମଳ ଧାନ ନିମ୍ନମାନର ଆଳ ଦେଖାଇ କୁଇଣ୍ଟାଲ...

ଚୋରା ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ପାଟଣା,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ତହସିଲ ଉଦୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବୈତରଣୀ ନଦୀର ଜୁମେଇଁ ଘାଟରୁ ସୋମବାର ପୂର୍ବାହ୍ନରେ ବେଆଇନ ଚୋରା ବାଲି...

ଅଧିକାରୀଙ୍କ ସମ୍ମୁଖରେ ସହକର୍ମୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ

କାଲିମେଳା,୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ...

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ...

ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ...

Advertisement
Archives

Model This Week