ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ

ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଶୁଣାଣି ପରେ ଜିଲାପାଳ ଅନନ୍ୟା ଦାସ ଯୁଯୁମୁରା ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଡଙ୍ଗାପାଲ ଗ୍ରାମରେ ଏସ୍‌ଏଚ୍‌ଜି ମହିଳା ଦ୍ୱାରା ପରିଚାଳିତ ମିନି ରାଇସ ମିଲ୍‌, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହୋଇଥିବା ଆମ୍ଭ ବଗିଚା, ଛେଳି ଓ ଗୋ ପାଳନ ଫାର୍ମ ପରିଦର୍ଶନ କରିଥିଲେ। ଏହା ସହ ଯୁଯୁମୁରାରେ ଥିବା ୫-ଟି ସ୍କୁଲ ପରିଦର୍ଶନ କରି ସମସ୍ୟା ଓ ପାଠପଢା ଉପରେ ଆଲୋଚନା କରିଥିଲେ। ପରେ ଜଣେ ଆତ୍ମନିର୍ଭରଶୀଳ ଦିବ୍ୟାଙ୍ଗ ଯୁବତୀ ସନ୍ତୋଷିନୀ ଭୁଏଙ୍କୁ ଭେଟିଥିଲେ। ଯୁଯୁମୁରା ଛକରେ ଥିବା ସିଲେଇ ଦୋକାନକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ସରକାରୀ ସୁବିଧା କ’ଣ ମିଳିଛି, ଆଉ କ’ଣ ଆବଶ୍ୟକ ରହିଛି ସେ ନେଇ ପଚାରି ବୁଝିଥିଲେ। ସନ୍ତୋଷିନୀ ନିଜେ ରୋଜଗାରକ୍ଷମ ହେବା ପରେ ଯୁବତୀମାନଙ୍କୁ ଟେଲର କାମ ପ୍ରଶିକ୍ଷଣ ଦେଇ ରୋଜଗାର ଦେଇଛନ୍ତି। ଏହା ଜାଣିବା ପରେ ଜିଲାପାଳ ଦାସ ଖୁସି ବ୍ୟକ୍ତ କରିବା ସହ ଉତ୍ସାହିତ କରିଥିଲେ। ଆଗକୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ସନ୍ତୋଷିନୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି। ଆଲୋଚନା ସମୟରେ ପିଡି ଡିଆରଡିଏ ଦିଲିପ କୁମାର ବଳ, ବିଡିଓ ନିଳାମ୍ବର ମହାନନ୍ଦ, ଯୁଯୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ସମୟରେ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ...

୯ ଲିଜ୍‌ଧାରୀଙ୍କୁ ୧୪୭ କୋଟି ୩୭ ଲକ୍ଷ ଟଙ୍କା ଜରିମାନା

ଧର୍ମଶାଳା,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ୯ ଜଣ ଲିଜ୍‌ଧାରୀଙ୍କୁ ଅଧିକ କଳାପଥର ଉତ୍ତୋଳନ ପାଇଁ ୧୪୭ କୋଟି ୩୭ ଲକ୍ଷ ୧ ହଜାର...

୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍‌

କଣ୍ଟାମାଳ,୨୯।୧୧(ଡି.ଏନ୍‌.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ...

ବାତ୍ୟା ପରେ ସହାୟତା ପାଇଁ ପ୍ରୟାସ

ବାଲେଶର ଅଫିସ, ୨୦ା୫-ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ...

ବିନା ମାସ୍କରେ ବୁଲୁଥିବା ୭ ଜଣଙ୍କଠାରୁ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍‌-କରୋନା ଭାଇରସ୍‌ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ବିନା ମାସ୍କରେ...

୭ ଦଫା ଦାବି ନେଇ ମତ୍ସ୍ୟଜୀବୀ ସଂଘର ଦାବି

ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଫନୀ ବାତ୍ୟା ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମଗିରି ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

ବିନା ଭକ୍ତରେ ହେବ ଦେବସ୍ନାନ ନୀତି : ସକାଳ ୫ରୁ ସନ୍ଧ୍ୟା ୭ ଯାଏ ୧୪୪ ଧାରା ଜାରି

ବାରିପଦା ଅଫିସ,୪ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ...

Advertisement
Archives

Model This Week