ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଗଞ୍ଜାମ,୧୩।୯(ଡି.ଏନ.ଏ.) ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ। ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପନ୍ନ ହାଇମାକ୍ସ ଲାଇଟ ପୋଲ। ତାହା ପୁଣି ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡିଥିବା ବେଳେ ଜଳୁନି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ। ଦୁଇ ସାହିକୁ ଆଲୋକିତ କରିବା ନିମନ୍ତେ ୨୦୦୮ରେ ଏନଏସି ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ତିନି ମୁଁହା ଛକରେ ଉକ୍ତ ହାଇମାକ୍ସ ଲାଇଟ ଲଗାଯାଇଥିଲା କିନ୍ତୁ ତାହା ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ଖରାପ ହୋଇଯାଇଥିଲେ ମଧ୍ୟ ଏନଏସି ପ୍ରଶାସନର ଉଦାସନିୟତା ଯୋଗୁ ତାହା ସଜଡା ଯାଉନି l କିମ୍ବା ଉକ୍ତ ପୋଲକୁ ସାହି ମଝିରୁ ବାହାର କରାଯାଉ ନ ଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ l ଏଥିପ୍ରତି ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏନଏସି ଘେରାଉ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି l


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିବା ସହ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ବଇଣ୍ଡା,୫।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଘର ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ...

ବିଏମ୍‌ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ...

ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ ଅଫିସ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ...

୬୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୭: ବ୍ରହ୍ମପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ଜଣଙ୍କୁ...

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

ବିପଦ ଜଳ ଜଳ, ବଦଳାଯାଉନି

ବଅଁରପାଳ,୨୬।୫ (ଡି.ଏନ.ଏ.): କେଉଁଠି ବିଦ୍ୟୁତ୍‌ ଖୁଣ୍ଟର ମୂଳ ନଷ୍ଟ ହୋଇଗଲାଣି ତ ଆଉ କେଉଁଠି ଖୁଣ୍ଟ ବାଙ୍କି ଗଲାଣି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଉଚ୍ଚତାଠାରୁ ତଳକୁ ଓହଳି...

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ

ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍‌ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ...

Advertisement
Archives

Model This Week