କମୁଛନ୍ତି କୁଶଳୀ କର୍ମଚାରୀ

ବଅଁରପାଳ,୧।୫ ଉଡ଼ାଜାହାଜରୁ ବୁଡ଼ାଜାହାଜ। ସମାଧିରୁ ସୌଧ। କଳକବ୍‌ଜାରୁ କାରଖାନା। ବିକାଶର ପ୍ରତିଟି କ୍ଷେତ୍ରରେ ଲୁଚିରହିଛି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ। ସ୍ବପ୍ନ, ସମ୍ଭାବନା, ଆତ୍ମସନ୍ତୁଷ୍ଟିକୁ ଜଳାଞ୍ଜଳି ଦେଇ ଜଣେ ଶ୍ରମିକ ରାଷ୍ଟ୍ରର ଉନ୍ନତିରେ କାଟିଦିଏ ତମାମ ଜୀବନ। ତେବେ ବିକାଶର ସୁଉଚ୍ଚ ଶିଡ଼ି ତିଆରି କରୁଥିବା ଏଭଳି ଶ୍ରମିକ ଗୋଷ୍ଠୀ ଏବଂ ସେମାନଙ୍କ ପରିବାର ସର୍ବଦା ଅବହେଳିତ ବୋଲି ଅଭିଯୋଗ ହୁଏ। କଳକାରଖାନାରେ ମାନବ ସମ୍ବଳର ଉପଯୁକ୍ତ ପରିଚାଳନାର ଅଭାବ ଏବଂ ହ୍ରାସ ପାଉଥିବା ନିଯୁକ୍ତି ଠିକା କର୍ମଚାରୀ ଭଳି ପ୍ରଥା ସୃଷ୍ଟି କରିଥିବାବେଳେ ଅନୁଭୂତ ହେଲାଣି କୁଶଳୀ ଶ୍ରମିକଙ୍କ ଅଭାବବୋଧ। ‘ନାଲ୍‌କୋ’ ଭଳି ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ମଧ୍ୟ ଏଭଳି ସମସ୍ୟାରୁ ବାଦ୍‌ ପଡ଼ିନି। କମ୍ପାନୀରେ କୁଶଳୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବା ଶୁଭ ସଙ୍କେତ ନୁହେଁ। ଏହା ଆଗାମୀ ଦିନରେ ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରମିକ ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଗଢ଼ିଉଠିଛି ଅନେକ କମ୍ପାନୀ। ସେଥିମଧ୍ୟରୁ ଅନ୍ୟତମ ନାଲ୍‌କୋ। ଜାତୀୟ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବହୁ କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି। ତେବେ ଦିନକୁ ଦିନ କୁଶଳୀ ତଥା ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା କମିବାରେ ଲାଗିଛି। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନାଲ୍‌କୋ ସ୍ମେଲଟ୍‌ର ପ୍ଲାଣ୍ଟରେ ପୂର୍ବରୁ ୨ ହଜାର ୭୫୦ ସ୍ଥାୟୀ କର୍ମଚାରୀ ଥିଲେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ଅନେକେ ଅବସର ଗ୍ରହଣ କରିସାରିଲେଣି। ଫଳରେ ଏହି କର୍ମଚାରୀଙ୍କ ସଂଖ୍ୟା ୧ ହଜାର ୭୮୪କୁ ହ୍ରାସ ପାଇଛି। ସେହିପରି କ୍ୟାପ୍‌ଟିଭ୍‌ ପାଓ୍ବାର ପ୍ଲାଣ୍ଟ (ସିପିପି)ରେ ପୂର୍ବରୁ ୧ ହଜାର ୨୦୦ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ଏବେ ଏଠାରେ ସ୍ଥାୟୀ ଶ୍ରମିକଙ୍କ ସଂଖ୍ୟା ୫୧୦କୁ ଖସି ଆସିଲାଣି। ମେ’ ୧ ଶ୍ରମିକ ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ୩୪ କର୍ମଚାରୀ ଅବସର ନେଇଛନ୍ତି। ଏଭଳି ଧାରା ପ୍ରତିଦିନ ଲାଗି ରହିଛି। ଅଥଚ କମ୍ପାନୀରେ ନୂତନ ନିଯୁକ୍ତି ଦିଆଯାଉନାହିଁ। ୨୦୦୭ରୁ ଏଭଳି ସ୍ଥିତି ଜାରି ରହିଛି। ପ୍ରତିମାସରେ ୩୦ରୁ ୪୦ କର୍ମଚାରୀ ଅବସର ନେଉଛନ୍ତି। କମ୍ପାନୀରେ କାମ କରିଥିବା କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ଚାକିରି ଅଳ୍ପ କେଇଟା ବର୍ଷ ମଧ୍ୟରେ ଶେଷ ହୋଇଯିବ। କୁଶଳୀ କର୍ମଚାରୀଙ୍କ ଅନୁପସ୍ଥିତି କମ୍ପାନୀରେ ଶ୍ରମଶକ୍ତି ହ୍ରାସ କରିବ, ଯାହାର ସିଧାସଳଖ ପ୍ରଭାବ ଉତ୍ପାଦନ ଉପରେ ପଡ଼ିବ। ଠିକା ଶ୍ରମିକଙ୍କ ପକ୍ଷେ ଏସବୁ ବୋଝ ବୋହିବା ସହଜ ହେବନାହିଁ ବୋଲି ବହୁ ଶ୍ରମିକ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ଶ୍ରମଶକ୍ତିର ଅନ୍ୟତମ ଅଙ୍ଗ ହେଉଛନ୍ତି ମହିଳା ଶ୍ରମିକ। କମ୍ପାନୀରେ ସେମାନଙ୍କ ସ୍ବାସ୍ଥ୍ୟରକ୍ଷା ଏବଂ ସେମାନଙ୍କ ନବଜାତକଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ କମ୍ପାନୀ ନିୟମ-୧୯୪୮ ଅନୁଯାୟୀ ନିର୍ଦ୍ଦେଶ ରହିଛି। ତେବେ ନାଲ୍‌କୋର ମାତ୍ର ୨ଟି ପ୍ଲାଣ୍ଟରେ ଥିବା ଶିଶୁ ପାଳନ ଗୃହ (କ୍ରେଚ୍‌)ରେ ଦୀର୍ଘଦିନରୁ ତାଲା ଝୁଲୁଛି। କାମ କରୁଥିବା କୁଶଳୀ, ଅଣକୁଶଳୀ ଏବଂ ଠିକା ଶ୍ରମିକଙ୍କୁ ଉଚିତ୍‌ ପ୍ରାପ୍ୟ ମିଳୁ ନ ଥିବା ଅଭିଯୋଗ ମଧ୍ୟ ହେଉଛି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ତେଣୁ ତୁରନ୍ତ କମ୍ପାନୀ କର୍ତ୍ତୃପକ୍ଷ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଶ୍ରମିକ ନେତା।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri