ବଅଁରପାଳ,୧।୫ ଉଡ଼ାଜାହାଜରୁ ବୁଡ଼ାଜାହାଜ। ସମାଧିରୁ ସୌଧ। କଳକବ୍ଜାରୁ କାରଖାନା। ବିକାଶର ପ୍ରତିଟି କ୍ଷେତ୍ରରେ ଲୁଚିରହିଛି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ। ସ୍ବପ୍ନ, ସମ୍ଭାବନା, ଆତ୍ମସନ୍ତୁଷ୍ଟିକୁ ଜଳାଞ୍ଜଳି ଦେଇ ଜଣେ ଶ୍ରମିକ ରାଷ୍ଟ୍ରର ଉନ୍ନତିରେ କାଟିଦିଏ ତମାମ ଜୀବନ। ତେବେ ବିକାଶର ସୁଉଚ୍ଚ ଶିଡ଼ି ତିଆରି କରୁଥିବା ଏଭଳି ଶ୍ରମିକ ଗୋଷ୍ଠୀ ଏବଂ ସେମାନଙ୍କ ପରିବାର ସର୍ବଦା ଅବହେଳିତ ବୋଲି ଅଭିଯୋଗ ହୁଏ। କଳକାରଖାନାରେ ମାନବ ସମ୍ବଳର ଉପଯୁକ୍ତ ପରିଚାଳନାର ଅଭାବ ଏବଂ ହ୍ରାସ ପାଉଥିବା ନିଯୁକ୍ତି ଠିକା କର୍ମଚାରୀ ଭଳି ପ୍ରଥା ସୃଷ୍ଟି କରିଥିବାବେଳେ ଅନୁଭୂତ ହେଲାଣି କୁଶଳୀ ଶ୍ରମିକଙ୍କ ଅଭାବବୋଧ। ‘ନାଲ୍କୋ’ ଭଳି ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ମଧ୍ୟ ଏଭଳି ସମସ୍ୟାରୁ ବାଦ୍ ପଡ଼ିନି। କମ୍ପାନୀରେ କୁଶଳୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବା ଶୁଭ ସଙ୍କେତ ନୁହେଁ। ଏହା ଆଗାମୀ ଦିନରେ ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରମିକ ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଗଢ଼ିଉଠିଛି ଅନେକ କମ୍ପାନୀ। ସେଥିମଧ୍ୟରୁ ଅନ୍ୟତମ ନାଲ୍କୋ। ଜାତୀୟ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବହୁ କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି। ତେବେ ଦିନକୁ ଦିନ କୁଶଳୀ ତଥା ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା କମିବାରେ ଲାଗିଛି। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନାଲ୍କୋ ସ୍ମେଲଟ୍ର ପ୍ଲାଣ୍ଟରେ ପୂର୍ବରୁ ୨ ହଜାର ୭୫୦ ସ୍ଥାୟୀ କର୍ମଚାରୀ ଥିଲେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ଅନେକେ ଅବସର ଗ୍ରହଣ କରିସାରିଲେଣି। ଫଳରେ ଏହି କର୍ମଚାରୀଙ୍କ ସଂଖ୍ୟା ୧ ହଜାର ୭୮୪କୁ ହ୍ରାସ ପାଇଛି। ସେହିପରି କ୍ୟାପ୍ଟିଭ୍ ପାଓ୍ବାର ପ୍ଲାଣ୍ଟ (ସିପିପି)ରେ ପୂର୍ବରୁ ୧ ହଜାର ୨୦୦ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ଏବେ ଏଠାରେ ସ୍ଥାୟୀ ଶ୍ରମିକଙ୍କ ସଂଖ୍ୟା ୫୧୦କୁ ଖସି ଆସିଲାଣି। ମେ’ ୧ ଶ୍ରମିକ ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ୩୪ କର୍ମଚାରୀ ଅବସର ନେଇଛନ୍ତି। ଏଭଳି ଧାରା ପ୍ରତିଦିନ ଲାଗି ରହିଛି। ଅଥଚ କମ୍ପାନୀରେ ନୂତନ ନିଯୁକ୍ତି ଦିଆଯାଉନାହିଁ। ୨୦୦୭ରୁ ଏଭଳି ସ୍ଥିତି ଜାରି ରହିଛି। ପ୍ରତିମାସରେ ୩୦ରୁ ୪୦ କର୍ମଚାରୀ ଅବସର ନେଉଛନ୍ତି। କମ୍ପାନୀରେ କାମ କରିଥିବା କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ଚାକିରି ଅଳ୍ପ କେଇଟା ବର୍ଷ ମଧ୍ୟରେ ଶେଷ ହୋଇଯିବ। କୁଶଳୀ କର୍ମଚାରୀଙ୍କ ଅନୁପସ୍ଥିତି କମ୍ପାନୀରେ ଶ୍ରମଶକ୍ତି ହ୍ରାସ କରିବ, ଯାହାର ସିଧାସଳଖ ପ୍ରଭାବ ଉତ୍ପାଦନ ଉପରେ ପଡ଼ିବ। ଠିକା ଶ୍ରମିକଙ୍କ ପକ୍ଷେ ଏସବୁ ବୋଝ ବୋହିବା ସହଜ ହେବନାହିଁ ବୋଲି ବହୁ ଶ୍ରମିକ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ଶ୍ରମଶକ୍ତିର ଅନ୍ୟତମ ଅଙ୍ଗ ହେଉଛନ୍ତି ମହିଳା ଶ୍ରମିକ। କମ୍ପାନୀରେ ସେମାନଙ୍କ ସ୍ବାସ୍ଥ୍ୟରକ୍ଷା ଏବଂ ସେମାନଙ୍କ ନବଜାତକଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ କମ୍ପାନୀ ନିୟମ-୧୯୪୮ ଅନୁଯାୟୀ ନିର୍ଦ୍ଦେଶ ରହିଛି। ତେବେ ନାଲ୍କୋର ମାତ୍ର ୨ଟି ପ୍ଲାଣ୍ଟରେ ଥିବା ଶିଶୁ ପାଳନ ଗୃହ (କ୍ରେଚ୍)ରେ ଦୀର୍ଘଦିନରୁ ତାଲା ଝୁଲୁଛି। କାମ କରୁଥିବା କୁଶଳୀ, ଅଣକୁଶଳୀ ଏବଂ ଠିକା ଶ୍ରମିକଙ୍କୁ ଉଚିତ୍ ପ୍ରାପ୍ୟ ମିଳୁ ନ ଥିବା ଅଭିଯୋଗ ମଧ୍ୟ ହେଉଛି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ତେଣୁ ତୁରନ୍ତ କମ୍ପାନୀ କର୍ତ୍ତୃପକ୍ଷ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଶ୍ରମିକ ନେତା।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

