୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …

ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ ଏବଂ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମହାରାଷ୍ଟ୍ର, କର୍ନାଟକ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଥିବାବେଳେ କେରଳ ଏବଂ ତାମିଲନାଡୁରେ ଏହା ଦୁଇ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୫ ହଜାର ୫୨୮ ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୫ ରେ ପହଞ୍ଚିଛି। ଗୋଟିଲ ଦିନ ପୂର୍ବରୁ ଏହା ୫୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୩ ହଜାର ୬୫୪ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୬ ହଜାର ୧୧୩ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୮୫ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୭ ଲକ୍ଷ ୮୩ ହଜାର ୬୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୧୧୧ଜଣ, କେରଳରେ ୨,୧୪୮ ଜଣ, ଦିଲ୍ଲୀରେ ୩୭୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୨୨୩ ଜଣ, ହରିୟାଣାରେ ୪୦୬ ଜଣ, କର୍ନାଟକରେ ୧,୧୦୮ ଜଣ, ପଶ୍ଚିମବଙ୍ଗରେ ୧,୪୪୯, ଉତ୍ତରପ୍ରଦେଶରେ ୨୪୦ ଜଣ, ତେଲେଙ୍ଗାନାରେ ୫୪୦, ଗୁଜରାଟରେ ୫୯୬, ରାଜସ୍ଥାନରେ ୧୪୬ ଜଣ, ବିହାରରେ ୩୬୭ ଜଣ, ପଞ୍ଜାବରେ ୨୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୧୨୪ ଜଣ, ଓଡ଼ିଶାରେ ୯୪୫ ଜଣ, ମଧ୍ୟପ୍ରଦେଶରେ ୧୯୦ ଜଣ, ଛତିଶଗଡ଼ରେ ୪୬୫ ଜଣ, ପଞ୍ଜାବରେ ୨୨୭ ଜଣ, ଆସାମରେ ୭୬୪ ଜଣ, ହିମାଚଳପ୍ରଦେଶରେ ୫୬୪ ଜଣ, ଉତ୍ତରାଖଣ୍ଡରେ ୧୧୭ ଜଣ, ଝାଡ଼ଖଣ୍ଡରେ ୧୧୮ ଜଣ, ମିଜୋରାମରେ ୨୮୦ ଜଣ, ତ୍ରିପୁରାରେ ୪୭୭ ଜଣ, ଜମ୍ମୁ-କଶ୍ମୀରରେ ୧୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୦ କୋଟି ୩୦ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri