Posted inଖେଳ

ସିରାଜ-ଈଶାନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ୫ରୁ

ନୂଆଦିଲ୍ଲୀ, ୩।୨(ପି.ଟି.)-ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସହାୟତା କରିଥାଏ। ତେଣୁ ଭାରତ ୨ ପେସର ଏବଂ ୩ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି। ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଅଧିକ ବିକଳ୍ପ ନ ଥିବାରୁ ଦ୍ୱିତୀୟ ପେସ ବୋଲର ସ୍ଥାନ ପାଇଁ ନବାଗତ ମହମ୍ମଦ ସିରାଜ ଏବଂ ଭେଟେରାନ ଈଶାନ୍ତ ଶର୍ମାଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବା ଏକପ୍ରକାର ନିଶ୍ଚିତ ହୋଇଛି। ମଙ୍ଗଳବାର ଭାରତ ଦୀର୍ଘ ସମୟ ଅଭ୍ୟାସ କରିଛି।
ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ପେସ୍‌ ଆକ୍ରମଣ ବିଭାଗ ନେତୃତ୍ୱ ନେବେ। ତଳିପେଟ ଓ ଜଙ୍ଘ ମଧ୍ୟଭାଗରେ ଯନ୍ତ୍ରଣା ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଖେଳିପାରି ନ ଥିଲେ। ମାତ୍ର ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ତେବେ ତାଙ୍କ ପାର୍ଟନର କିଏ ହେବ ଏହା ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଏବଂ ଅଧିନାୟକ ବିରାଟ କୋହଲି ସ୍ଥିର କରିବେ। ୩୨ ବର୍ଷୀୟ ଈଶାନ୍ତ ପାଖାପାଖି ୧ ବର୍ଷ ହେଲା ଟେଷ୍ଟ କ୍ରିକେଟରୁ ଦୂରେଇ ରହିଛନ୍ତି। ଅନ୍ୟପକ୍ଷରେ ସିରାଜ ସମ୍ପୂର୍ଣ୍ଣ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ସେ ୩ଟି ଟେଷ୍ଟ ଖେଳି ୧୩ଟି ଉଇକେଟ ନେଇଥିଲେ। ବ୍ରିସ୍‌ବେନ୍‌ରେ ସେ ୫ ଉଇକେଟ ସଫଳତା ମଧ୍ୟ ପାଇଥିଲେ। ତେଣୁ ଅଭିଜ୍ଞ ଈଶାନ୍ତ ନା ଫର୍ମରେ ଥିବା ସିରାଜ ଚୟନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ଆହତ ସମସ୍ୟାରୁ ମୁକୁଳିବା ପରେ ଈଶାନ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୪ଟି ମ୍ୟାଚ ଖେଳି ମୋଟ ୧୪.୧ ଓଭର ବୋଲିଂ କରିଛନ୍ତି। ତେଣୁ ଆଗାମୀ ଦୁଇ ଦିନ ନେଟ୍ସରେ ଦୁଇ ବୋଲରଙ୍କୁ ଅନୁଧ୍ୟାନ କରିବା ପରେ ବୋଲିଂ କୋଚ୍‌ ଅରୁଣ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ସ୍ପିନର ଚୟନ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଓ୍ବାଶିଂଟନ ସୁନ୍ଦର ଚମତ୍କାର ଫର୍ମରେ ଅଛନ୍ତି। ସେ ନିଜ ପ୍ରଥମ ମ୍ୟାଚରେ ୪ ଉଇକେଟ ନେବାସହ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ବାମହାତୀ ଅର୍ଥୋଡକ୍ସ ସ୍ପିନର ଅକ୍ଷର ପଟେଲ, ସିନିୟର ଅଫ୍‌ବ୍ରେକ୍‌ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଏବଂ ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଚୟନ ପାଇଁ ଉପଲବ୍ଧ ହେବେ। ରବୀନ୍ଦ୍ର ଜାଡେଜା ଫିଟ୍‌ ନାହାନ୍ତି। ଦଳ ଚୟନ ସମୟରେ ଏହା ମଧ୍ୟ ନଜରରେ ରଖାଯିବ। ଅକ୍ଷର ପଟେଲ ମିଡିଲ ଅର୍ଡରରେ ଉପଯୋଗୀ ବ୍ୟାଟିଂ କରିବାର ମଧ୍ୟ ଦକ୍ଷତା ରଖିଛନ୍ତି। ତେଣୁ ଅଭିଜ୍ଞ ସ୍ପିନରଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ।
ବୁଧବାର ଟ୍ରେନିଂ ଆରମ୍ଭ କରିବେ ହାର୍ଦ୍ଦିକ
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୁଧବାର ଟ୍ରେନିଂ ଆରମ୍ଭ କରିବେ। ତାଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ସକାଳେ ଶେଷ ହେବ। ଏହାପରେ ସେ ଭାରତୀୟ ଦଳ ସହ ଯୋଗଦେବେ। ଦୀର୍ଘଦିନ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ କିନ୍ତୁ ପ୍ରଥମ ଟେଷ୍ଟରେ ଖେଳିବା ସମ୍ଭାବନା କ୍ଷୀଣ। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ତାଙ୍କୁ ବୋଲିଂ ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?