Posted inଖେଳ

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନିଜ ହୋମଟାଉନ୍‌ରେ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ଦେଖି ଅଭିଭୂତ ହୋଇଥିଲି ଓ ଏଭଳି ଆତ୍ମିୟତା ମୋତେ ଆଶ୍ଚର୍ଯ୍ୟଚକିତ ହୋଇଥିଲି ବୋଲି ମଙ୍ଗଳବାର ନଟରାଜନ କହିଛନ୍ତି।
ନଟରାଜନଙ୍କ ସ୍ବାଗତ କରିବା ପାଇଁ ତାମିଲନାଡୁର ସାଲେମ ଜିଲାର ସିନାପ୍ପମ୍ପପଟି ଗ୍ରାମରେ ହଜାର ହଜାର ଲୋକ ରାସ୍ତା ଏକାଠି ହୋଇଥିଲେ। ରାସ୍ତା ମଝିରେ ଏକ ରଥସହ ଲୋକମାନେ ଠିଆ ହୋଇଥିଲେ। ଏହି ରଥକୁ ସୁସଜ୍ଜିତ ଘୋଡା ଟାଣିବାର ଦେଖାଯାଇଥିଲା। ଏକା ସମୟରେ ବାଣ ଫୁଟାଯାଇଥିଲା। ସେତେବେଳେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। କୋଭିଡ୍‌-୧୯ ପ୍ରୋଟୋକଲକୁ ବେଖାତିର କରି ବହୁ ସଂଖ୍ୟାରେ ଲୋକେ ଏକାଠି ହେବା ସହ ଧ୍ୱସ୍ଥାଧ୍ୱସ୍ତି ହୋଇଥିଲେ। ଏହା ମନମୁଗ୍ଧକର ଥିଲା ବୋଲି ନଟରାଜନ କହିଛନ୍ତି।
ଜଣେ ନେଟ୍‌ ବୋଲରଭାବେ ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ୨୯ ବର୍ଷୀୟ ତାମିଲନାଡୁର ନଟରାଜନ ଭାରତର ପ୍ରଥମ ନେଟ ବୋଲର ଭାବେ ଗୋଟିଏ ଗସ୍ତରେ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିଥିଲେ। ଇଞ୍ଜୁରି କାରଣରୁ ପ୍ରାୟ ଡଜନେ ଖେଳାଳି ବାଦ୍‌ ପଡିବା ପରେ ଅନ୍ତିମ ଏକାଦଶରେ ସାମିଲ ହେବା ପାଇଁ ନଟରାଜନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଖେଳିବାର ସୁଯୋଗ ହାସଲ କରିଥିଲେ। ଡିସେମ୍ବର ୨ରେ କାନବେରାରେର ତୃତୀୟ ଦିନିକିଆ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ସେ ୭୦ ରନ ବ୍ୟୟ କରିଥିଲେ ମଧ୍ୟ ୨ ଉଇକେଟ ହାସଲ କରି ଭାରତ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଦିନିକିଆ ସିରିଜରେ ଭାରତ ୧-୨ରେ ପରାସ୍ତ ହୋଇଥିଲେ ମଧ୍ୟ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିଲା। ଟି୨୦ ସିରିଜରେ ସେ ୬ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଓ ଲିଗ୍‌: କିଶୋର କ୍ଲବ ବିଜୟୀ

କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ...

ଜନ୍ମ ସହର ସାଣ୍ଟୋସ୍‌ରେ ପହଞ୍ଚିଲା ପେଲେଙ୍କ ମରଶରୀର: ମଙ୍ଗଳବାର ହେବ ଶେଷକୃତ୍ୟ

ସାଣ୍ଟୋସ୍‌,୨ା୧: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଏନେଇ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି ପେଲେଙ୍କ ମୃତ ଶରୀର ସାଣ୍ଟୋସ୍‌ରେ ପହଞ୍ଚତ୍ଛି। ସୋମବାର ତାଙ୍କୁ...

ଶୁଟିଂରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ: ସରବଜୋତ୍‌, ଦିବ୍ୟାଙ୍କୁ ରୌପ୍ୟ

ହାଙ୍ଗଝୋ,୧।୧୦: ଚଳିତ ଏସିଆନ ଗେମ୍ସର ଶୁଟିଂରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶନିବାର ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଏକ...

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ।...

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ...

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

୪ର୍ଥ ଟେଷ୍ଟ ମ୍ୟାଚ ପାଇଁ ପ୍ଲେ-୧୧ ଘୋଷଣା କଲା ଇଂଲଣ୍ଡ, ୬୮୮ ଉଇକେଟ୍‌ ନେଇଥିବା ବୋଲରଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ,୧୭।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଦୁଇଟି ଟେଷ୍ଟରେ ହାରିଯିବା ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଦୃଢ...

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ...

Advertisement
Archives

Model This Week