ଭାରତମାତା ପୂଜନ ଉତ୍ସବ ପାଇଁ ସଜେଇ ହେଉଛି ସିମନବାଡି

ଦାରିଙ୍ଗବାଡି, ୨୩।୧(ଅରୁଣ ସାହୁ):ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ଭାରତ ମାତା ପୂଜନ ଉତ୍ସବ ଓ ସାଧାରଣତନ୍ତ୍ର ଦିବସ ବଡ଼ ଧୁମଧାମରେ ପାଳନ କରାଯିବ। ଏଥିପାଇଁ ସିମନବାଡି ସଜେଇ ହେଉଛି। ଗାଁର ଚାରିଦିଗରେ ସ୍ବାଗତ ପାଇଁ ମୁଖ୍ୟ ଫାଟକ ବା ତୋରଣ ନିର୍ମାଣ କରାଯାଇଛି। ଏହା ସମସ୍ତଙ୍କୁ ଆକର୍ଷିତ କରୁଛି।

ସେହିପରି ଏହି ଭାରତ ମାତା ପୂଜନସ୍ଥଳୀ ଭାବେ ଶିବ ମନ୍ଦିର ପ୍ରାଙ୍ଗଣରେ ଗତ ୧୨ ବର୍ଷ ହେଲା ପାଳନ କରାଯାଉଥିବା ବେଳେ ଚଳିତବର୍ଷ ଏହି ଦିବସ ପାଳନର ୧୩ ବର୍ଷ ହେବ ତେଣୁ ବହୁ ଆଡମ୍ବରରେ ଏହା ପାଳନ କରାଯିବା ପାଇଁ ତ୍ୱରଣ, ଆଲୋକମାଳାରେ ସଜ୍ଜିତ କରାଯିବା ସହ ମଞ୍ଚକୁ ସାଜସଜ୍ଜା କରାଯାଉଛି। ଜିଲା ତଥା ଜିଲା ବାହାରୁ ବିଭିନ୍ନ ବରିଷ୍ଠ କଳାକାରଙ୍କ ଆଗମନ ରହିଥିବା ବେଳେ ୩ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯିବ। ପାରମ୍ପରିକ ନୃତ୍ୟ, ଓଡିଶୀ, ଲୋକକଳାକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ କରାଯାଉଛି।

ଶନିବାର ଏହାର ଉଦଘାଟନ ରହିଥିବାବେଳେ ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହେବ। ବିରାଟ ଶୋଭାଯାତ୍ରାରେ ଏହି କଳସ ଯାତ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚନା ସହ ଭାରତମାତାଙ୍କୁ ପୂଜାର୍ଚ୍ଚନା କରାଯିବ। ରବିବାର ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟସଂଗୀତ ଗାନ କରାଯିବ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ସହର ପରିକ୍ରମା କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୋମବାର ସକାଳ ସମୟରେ ଏହାର ଉଦଯାପନୀ ହେବ।
ଏହି ଅବସରରେ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ସାର୍ଦ୍ଧଶତୀକୁ ଧୁମଧାମରେ ପାଳନ କରାଯିବ କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ଏବଂ ଅନନ୍ୟା ପକ୍ଷରୁ ଆୟୋଜନ କରାଯାଇଛି। ବିଭିନ୍ନ ଗ୍ରାମ୍ୟ କମିଟି ତଥା ଗବାଟବାଡ଼ି, ସିଲିକୁଟି, ସିମନବାଡି, ଡିପୁମାହା, ଓ ଜିଲାର ଅନ୍ୟାନ୍ୟ ବ୍ଲକର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ରହିଛି। ଶତାଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଛି। ସଂସ୍କାର ଭାରତୀର ଭୋପାଳ ମୁଖ୍ୟ କାର୍ଯ୍ୟାଳୟର ଜାତୀୟ ଜନଜାତି ଲୋକକଳା ସଂଯୋଜକ ନିରଞ୍ଜନ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?