ଦୈନନ୍ଦିନ ସୋସିଆଲ ମିଡିଆରେ କିଛିନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିମ୍ପାଞ୍ଜିକୁ ଦେଖିବାକୁ ମିଳୁଛି। ସିମ୍ପାଞ୍ଜିଟିକୁ ଜଣେ ବ୍ୟକ୍ତି ଯାଦୁ ଦେଖାଉଥିବା ବେଳେ ସେ ହସିହସି ଗଡ଼ି ଯାଉଛି। ଭିଡିଓରେ ଏକ ଡବା ଭିତରୁ ଫୁଲ ଦେଖାଇ ବ୍ୟକ୍ତି ଯାଦୁ କରୁଛନ୍ତି। ପରେ ତାକୁ ଦେଖି ସିମ୍ପାଞ୍ଜି ଖୁସିରେ ଆତ୍ମବିଭୋର ହୋଇ ହସିହସି ଗଡ଼ି ଯାଉଛି। ଭିଡିଓକୁ ଆଲନ ଅଲଦା ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
I want to watch this over and over again. Such unhinged delight at seeing the impossible happen. pic.twitter.com/qQU2Tna1rz
— Alan Alda (@alanalda) December 24, 2021