Posted inଖେଳ

ଭାରତକୁ ଗୋଟିଏ ଦିନରେ ମିଳିଲା ୬ ପଦକ

ବର୍ମିଂହାମ୍‌,୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍‌ଲରମାନେ ଶୁକ୍ରବାର ୩ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ୬ ପଦକ ପଦକ ଜିତିଛନ୍ତି। ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ତାଙ୍କ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ମହିଳା ରେସଲର ସାକ୍ଷୀ ମଲିକ ମହିଳା ୬୨କେଜି ଫ୍ରିଷ୍ଟାଇଲ ଶ୍ରେଣୀରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫାଇନାଲରେ ସେ କାନାଡାର ଗୋଡିନେଜ୍‌ ଗୋଞ୍ଜାଲେଜ୍‌ଙ୍କୁ ହରାଇ ଦେଇଛନ୍ତି। ଦୀପକ ପୁନିଆ ପୁରୁଷ ୮୬କେଜି ଫ୍ରିଷ୍ଟାଇଲ ଶ୍ରେଣୀ ଫାଇନାଲରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ ୩-୦ରେ ହରାଇ ଦେଇଛନ୍ତି। ଅଂଶୁ ମଲିକ ତାଙ୍କ ୨୧ତମ ଜନ୍ମ ଦିବସରେ ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ୬୫ କେଜି ଶ୍ରେଣୀ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମ ରାଉଣ୍ଡ ଗୁଡ଼ିକରେ ସେ ୪ଟି ବାଉଟରୁ ୩ଟିରେ ବିଜୟ ହାସଲ କରିଥିଲେ। ଫାଇନାଲରେ ସେ କାନାଡାର ଲାଚ୍‌ଲାନ ମ୍ୟାକ୍‌ନିଲ୍‌ଙ୍କୁ ୯-୨ରେ ହରାଇ ଦେଇଥିଲେ। ଏହି ୨୮ ବର୍ଷୀୟ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଫାଇନାଲ ପଥରେ ନାଉରୁର ଲୋଓ୍ବି ବିଙ୍ଗହାମ୍‌ ଓ ମରିସସ୍‌ର ଜୁନ୍‌ ଗଏଲିଏନ୍‌ କୋରିସ ବନ୍ଦୋ ଏବଂ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଆସିଥିବା ଅଂଶୁ ୫୭କେଜି ଫାଇନାଲରେ ନାଇଜେରିଆର ଫୋଲାସେଡ୍‌ ଆଡେକୁରୋଏଙ୍କଠାରୁ ୩-୭ରେ ହାରିଯାଇଥିଲେ। ଫାଇନାଲ ପଥରେ ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ଦିବ୍ୟା କାକରନ ମହିଳା ୬୮କେଜି ଫ୍ରିଷ୍ଟାଇଲ ଏବଂ ମୋହିତ ଗ୍ରଓ୍ବୋଲ ପୁରୁଷ ୧୨୫ କେଜି କାଟେଗୋରିରେ ଶ୍ରେଣୀରେ ବ୍ରୋଞ୍ଜ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୨୦।୨ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ...

ଓଡ଼ିଶା ୪-୧ରେ ଗୋଆକୁ ହରାଇଲା

ଭୁବନେଶ୍ୱର,୧୩ା୨(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୭୬ତମ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ମୁକାବିଲାରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି।...

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩୧ା୧ (ପି.ଟି.)- କୋଭିଡ୍‌ କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୮୭ ବର୍ଷରେ ପ୍ରଥମ ଥର ଏହାର ପ୍ରମୁଖ ପ୍ରଥମ ଶ୍ରେଣୀ ଘରୋଇ...

ଭାରତୀୟ ଟିମ୍‌ ମଧ୍ୟରେ ଚାଲିଥିବା ଏହି ଘଟଣାକୁ ନେଇ ଚିନ୍ତିତ ନୁହନ୍ତି ସଞ୍ଜୁ ସାମସନ୍‌: କହିଲେ ଏପରି..

ନୂଆଦିଲ୍ଲୀ,୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବା ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ଚିନ୍ତିତ ନ ଥିବା...

ସ୍ପିନ୍‌ ନ କରିବି ବିପକ୍ଷ ଟିମ୍‌କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍‌ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ

ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର...

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩...

ଇଂଲଣ୍ଡ ଅଧିନାୟକଙ୍କ ଏଭଳି ପ୍ରଶଂସା କରି ପୁଣି ହୃଦୟ ଜିତିଲେ ସେହଓ୍ବାଗ୍‌, କହିଲେ ‘ଏହି ରୁଟ୍‌ର ସମସ୍ତ ଲାଇନ୍‌ ବ୍ୟସ୍ତ’

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୂର୍ବ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ମ୍ୟାଚ୍‌ ସମୟରେ ହେଉ ଅବା ପରେ ସେ ମଜାଳିଆ ପୋଷ୍ଟକୁ...

ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ...

Advertisement
Archives

Model This Week