ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏଣିକି ମେଡିକାଲଗୁଡ଼ିକରେ ଠିକା ସଂସ୍ଥା ସ୍ଥାନରେ ଏସ୍‌ଏଚ୍‌ଜିଗୁଡ଼ିକ ୧୩ଟି କାର୍ଯ୍ୟ ପରିଚାଳନା କରିବେ। ରୋଗୀଙ୍କୁ ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରେ ପହଞ୍ଚାଇବା ଯାଏ ବିଭିନ୍ନ ଦାୟିତ୍ୱ ଏସ୍‌ଏଚ୍‌ଜି ନିର୍ବାହ କରିବେ। ମହିଳାମାନଙ୍କୁ ଅଧିକ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତି ସ୍ବାସ୍ଥ୍ୟସେବାରେ ଅଧିକ ସୁଧାର ଆଣିପାରିବ ବୋଲି କୁହାଯାଉଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ପୂର୍ବରୁ ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜିଗୁଡ଼ିକୁ ବିଦ୍ୟାଳୟରେ ଖାଦ୍ୟ ଯୋଗାଣ, ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ ଓ ଚାଷୀଙ୍କଠାରୁ ଧାନ କିଣା ବ୍ୟବସ୍ଥାରେ ସାମିଲ କରାଯାଇଥିଲା। ଏଣିକି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ ଏସ୍‌ଏଚ୍‌ଜି ମାଧ୍ୟମରେ ପରିଚାଳନା ପାଇଁ ସରକାର ସ୍ଥିର କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ଗତବର୍ଷ ଯୁଗ୍ମ ଚିଠି ନଂ. ୩୧୧୦୪/୨୦ା୧୧ା୨୦୨୧ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନକୁ କରାଯାଇଥିଲା। ଆସିଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, ମେଡିକାଲରେ ହାଉସକିପିଂ ଓ ସଫେଇ ପରିଚାଳନା ଦାୟିତ୍ୱରେ ଏସ୍‌ଏଚ୍‌ଜିକୁ ନିୟୋଜିତ କରାଯିବ। ଗ୍ରାମସ୍ତରରେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କିତ ଦିବସ ପାଳନର ପରିଚାଳନା ଦାୟିତ୍ୱ, ନିକଟସ୍ଥ ପରୀକ୍ଷାକେନ୍ଦ୍ରକୁ ନମୁନା ପରିବହନ, ଯକ୍ଷ୍ମାରୋଗୀଙ୍କ ନମୁନା, ଟିକା ପରିବହନ ଦାୟିତ୍ୱ ପ୍ରଦାନ କରାଯିବ। ୩ଶହ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଏଟ୍‌(ଖାଦ୍ୟ) ପରିଚାଳନା ଦାୟିତ୍ୱ ଦିଆଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ହେଲ୍ପ ଡେସ୍କ, କ୍ୟାଣ୍ଟିନ୍‌ ଓ ବଗିଚା ପରିଚାଳନା କାର୍ଯ୍ୟ ପ୍ରଦାନ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରତୀକ୍ଷାଳୟ ପରିଚାଳନା ସହ ଗ୍ରାମାଞ୍ଚଳରେ ମାସ୍କ ବାଣ୍ଟିବା, ପ୍ରସବ ପରେ ପ୍ରସୂତିଙ୍କୁ ସାନିଟାରୀ ନାପ୍‌କିନ୍‌ ପ୍ରେରଣ କରିବା, ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରେ ପହଞ୍ଚାଇବା ଦାୟିତ୍ୱ ଏସ୍‌ଏଚ୍‌ଜି ନିର୍ବାହ କରିବେ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହି ସରକାରୀ ନିର୍ଦ୍ଦେଶକୁ କିପରି ପାଳନ କରାଯିବ ସେ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା। ଏହି ଚିଠି ପାଇବା ପରେ ଗତ ୮ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି)ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ୩ଟି ବ୍ଲକରୁ କୌଣସି ଏସ୍‌ଏଚ୍‌ଜି ଏହି ବୈଠକରେ ଉପସ୍ଥିତ ନ ଥିବାରୁ ପୂର୍ଣ୍ଣ ଆଲୋଚନା ହୋଇପାରି ନ ଥିଲା। ଫଳରେ ଆସନ୍ତା ୧୬ ତାରିଖରେ ଆଉ ଏକ ବୈଠକ କରିବାକୁ ପିଡି ନିଷ୍ପତ୍ତି ନେଇଛନ୍ତି। କେଉଁ ଏସ୍‌ଏଚ୍‌ଜିକୁ କେଉଁ କାର୍ଯ୍ୟ ପ୍ରଦାନ କରାଯିବ, ସେ ନେଇ ଉକ୍ତ ବୈଠକରେ ସ୍ଥିର କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏସ୍‌ଏଚ୍‌ଜି ଅକ୍ଷମତା ପ୍ରକାଶ କଲେ ଟେଣ୍ଡର
ପ୍ରଥମେ ଏସ୍‌ଏଚ୍‌ଜି ଚୂଡ଼ାନ୍ତ ହେବା ପରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଏଥିରେ କେଉଁ ଏସ୍‌ଏଚ୍‌ଜି କେଉଁ କାର୍ଯ୍ୟ ପରିଚାଳନା କରିବେ, ସେ ନେଇ ନିଷ୍ପତ୍ତି ନିଆଯିବ। ଯେଉଁ କାର୍ଯ୍ୟ କରିବାକୁ ଏସ୍‌ଏଚ୍‌ଜି ଅକ୍ଷମତା ପ୍ରକାଶ କରିବେ ସେଥିପାଇଁ ଖୋଲା ଟେଣ୍ଡର ଡକାଯାଇ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ

ଉନ୍ନତ କାର୍ଯ୍ୟ ଦେଖିବାକୁ ମିଳିବ
ମେଡିକାଲର ବିଭିନ୍ନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥିବା ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିଲା। ଏବେ ଏସ୍‌ଏଚ୍‌ଜି ଏହି ଦାୟିତ୍ୱ ନେଲେ ମେଡିକାଲର ବିଭିନ୍ନ ସେବାରେ ଉନ୍ନତି ପରିଲକ୍ଷିତ ହେବା ଆଶା କରାଯାଉଛି। ଭଲ କାର୍ଯ୍ୟ ପାଇଁ ପୁରସ୍କାର ବ୍ୟବସ୍ଥା ଥିବାରୁ ପ୍ରତିଯୋଗିତାମୂଳକ ଭାବେ ଏସ୍‌ଏଚ୍‌ଜିଗୁଡ଼ିକ କାର୍ଯ୍ୟ କରିବେ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ଭଲ ସେବା ପ୍ରଦାନ କରାଯିବ
ଠିକା ସଂସ୍ଥା ବିଭିନ୍ନ କାର୍ଯ୍ୟ ପରିଚାଳନାରେ ଅବହେଳା କରୁଥିଲା। ଏବେ ଏସ୍‌ଏଚ୍‌ଜିକୁ ଏହି କାର୍ଯ୍ୟ ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ରୋଗୀ ସେବାରେ ଉନ୍ନତି ଆସିିବ। ଏସ୍‌ଏଚ୍‌ଜିଗୁଡ଼ିକ ମଧ୍ୟ ସେମାନଙ୍କ ଦାୟିତ୍ୱ ପରିଚାଳନା ଠିକ୍‌ ଭାବେ କରିବେ ବୋଲି ଆଶା ଓ ବିଶ୍ୱାସ ରହିଛି।
-ସବିତା ଦାସ, ଦେବୀ ଦିବ୍ୟା ଏସ୍‌ଏଚ୍‌ଜି

ଈଶ୍ୱରଙ୍କ ସେବା ଭଳି ଲାଗିବ
ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା ଫଳରେ ମହିଳାମାନେ କେବଳ ସ୍ବାବଲମ୍ବୀ ହେବେ ନାହିଁ, ବରଂ ରୋଗୀ ସେବାକୁ ସେମାନେ ଈଶ୍ୱରଙ୍କ ସେବା ଭାବି କାର୍ଯ୍ୟ କରିବେ। ଏହା ଜିଲାର ମାନ ବଢ଼ାଇବାରେ ସହାୟକ ହେବ।
-ଭାରତୀ ଦାସ, ଏକତ୍ୱ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ଲୁଟ୍‌: ତାଲା ତାଡ଼ି ନେଇଗଲେ ଆଇରନ ଚେଷ୍ଟ

ବନ୍ତଳା,୭।୮ (ଡି.ଏନ.ଏ.):ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ସୋମବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଗ୍ରୀଲ ତାଡି ଭିତରେ ପଶିବା...

ମହିଳା ଶ୍ରମିକଙ୍କୁ ଫୋନରେ ବିଡିଓଙ୍କ ଦୁର୍ବ୍ୟବହାର: ଯୁକ୍ତିତର୍କର ଅଡିଓ ଭାଇରାଲ

ଅନୁଗୋଳ ଅଫିସ/ଛେଣ୍ଡିପଦା, ୧୪।୫- ଅନୁଗୋଳ ଜିଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା କେତେଜଣ ମହିଳା ଶ୍ରମିକଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତା...

ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ...

ଛେଣ୍ଡିପଦା ବନାଞ୍ଚଳରେ ହାତୀପଲ: ସତର୍କ କଲା ବନବିଭାଗ

ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଙ୍କୁରପାଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବୁଧବାର ୪ଟି ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଏ...

ଛୁଟି ସରିଲା, ମରାମତି ହେଲାନି ସ୍କୁଲ : ଛାତ୍ରାବାସ ଶୟନ କକ୍ଷରେ ପାଠପଢ଼ା

ବଇଣ୍ଡା, ୪।୭- ଜୁନ ୬ ତାରିଖ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାପୀଠ। ସ୍କୁଲର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ ପବନରେ...

ଫୁଡ୍‌ ସପ୍ଲିମେଣ୍ଟକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୨୮।୨ – ଫିଟ୍‌ ରହିବା ବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଏବେକାର ଯୁବିପିଢ଼ି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିମ୍‌ ଯିବାକୁ ସେମାନଙ୍କ...

ସମ୍ପଦ ଦେଉନି ସମୃଦ୍ଧି

ଛେଣ୍ଡିପଦା,୧୫ା୧୨(ସ୍ୱ.ପ୍ର.): ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର...

ନେଟ୍‌ଓ୍ବର୍କ ପାଇବାକୁ ନୟାନ୍ତ

ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...

Advertisement
Archives

Model This Week