ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ କରିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏଣିକି ମେଡିକାଲଗୁଡ଼ିକରେ ଠିକା ସଂସ୍ଥା ସ୍ଥାନରେ ଏସ୍‌ଏଚ୍‌ଜିଗୁଡ଼ିକ ୧୩ଟି କାର୍ଯ୍ୟ ପରିଚାଳନା କରିବେ। ରୋଗୀଙ୍କୁ ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରେ ପହଞ୍ଚାଇବା ଯାଏ ବିଭିନ୍ନ ଦାୟିତ୍ୱ ଏସ୍‌ଏଚ୍‌ଜି ନିର୍ବାହ କରିବେ। ମହିଳାମାନଙ୍କୁ ଅଧିକ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତି ସ୍ବାସ୍ଥ୍ୟସେବାରେ ଅଧିକ ସୁଧାର ଆଣିପାରିବ ବୋଲି କୁହାଯାଉଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ପୂର୍ବରୁ ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜିଗୁଡ଼ିକୁ ବିଦ୍ୟାଳୟରେ ଖାଦ୍ୟ ଯୋଗାଣ, ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ ଓ ଚାଷୀଙ୍କଠାରୁ ଧାନ କିଣା ବ୍ୟବସ୍ଥାରେ ସାମିଲ କରାଯାଇଥିଲା। ଏଣିକି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ ଏସ୍‌ଏଚ୍‌ଜି ମାଧ୍ୟମରେ ପରିଚାଳନା ପାଇଁ ସରକାର ସ୍ଥିର କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ଗତବର୍ଷ ଯୁଗ୍ମ ଚିଠି ନଂ. ୩୧୧୦୪/୨୦ା୧୧ା୨୦୨୧ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନକୁ କରାଯାଇଥିଲା। ଆସିଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, ମେଡିକାଲରେ ହାଉସକିପିଂ ଓ ସଫେଇ ପରିଚାଳନା ଦାୟିତ୍ୱରେ ଏସ୍‌ଏଚ୍‌ଜିକୁ ନିୟୋଜିତ କରାଯିବ। ଗ୍ରାମସ୍ତରରେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କିତ ଦିବସ ପାଳନର ପରିଚାଳନା ଦାୟିତ୍ୱ, ନିକଟସ୍ଥ ପରୀକ୍ଷାକେନ୍ଦ୍ରକୁ ନମୁନା ପରିବହନ, ଯକ୍ଷ୍ମାରୋଗୀଙ୍କ ନମୁନା, ଟିକା ପରିବହନ ଦାୟିତ୍ୱ ପ୍ରଦାନ କରାଯିବ। ୩ଶହ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଏଟ୍‌(ଖାଦ୍ୟ) ପରିଚାଳନା ଦାୟିତ୍ୱ ଦିଆଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ହେଲ୍ପ ଡେସ୍କ, କ୍ୟାଣ୍ଟିନ୍‌ ଓ ବଗିଚା ପରିଚାଳନା କାର୍ଯ୍ୟ ପ୍ରଦାନ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରତୀକ୍ଷାଳୟ ପରିଚାଳନା ସହ ଗ୍ରାମାଞ୍ଚଳରେ ମାସ୍କ ବାଣ୍ଟିବା, ପ୍ରସବ ପରେ ପ୍ରସୂତିଙ୍କୁ ସାନିଟାରୀ ନାପ୍‌କିନ୍‌ ପ୍ରେରଣ କରିବା, ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରେ ପହଞ୍ଚାଇବା ଦାୟିତ୍ୱ ଏସ୍‌ଏଚ୍‌ଜି ନିର୍ବାହ କରିବେ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହି ସରକାରୀ ନିର୍ଦ୍ଦେଶକୁ କିପରି ପାଳନ କରାଯିବ ସେ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା। ଏହି ଚିଠି ପାଇବା ପରେ ଗତ ୮ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି)ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ୩ଟି ବ୍ଲକରୁ କୌଣସି ଏସ୍‌ଏଚ୍‌ଜି ଏହି ବୈଠକରେ ଉପସ୍ଥିତ ନ ଥିବାରୁ ପୂର୍ଣ୍ଣ ଆଲୋଚନା ହୋଇପାରି ନ ଥିଲା। ଫଳରେ ଆସନ୍ତା ୧୬ ତାରିଖରେ ଆଉ ଏକ ବୈଠକ କରିବାକୁ ପିଡି ନିଷ୍ପତ୍ତି ନେଇଛନ୍ତି। କେଉଁ ଏସ୍‌ଏଚ୍‌ଜିକୁ କେଉଁ କାର୍ଯ୍ୟ ପ୍ରଦାନ କରାଯିବ, ସେ ନେଇ ଉକ୍ତ ବୈଠକରେ ସ୍ଥିର କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏସ୍‌ଏଚ୍‌ଜି ଅକ୍ଷମତା ପ୍ରକାଶ କଲେ ଟେଣ୍ଡର
ପ୍ରଥମେ ଏସ୍‌ଏଚ୍‌ଜି ଚୂଡ଼ାନ୍ତ ହେବା ପରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଏଥିରେ କେଉଁ ଏସ୍‌ଏଚ୍‌ଜି କେଉଁ କାର୍ଯ୍ୟ ପରିଚାଳନା କରିବେ, ସେ ନେଇ ନିଷ୍ପତ୍ତି ନିଆଯିବ। ଯେଉଁ କାର୍ଯ୍ୟ କରିବାକୁ ଏସ୍‌ଏଚ୍‌ଜି ଅକ୍ଷମତା ପ୍ରକାଶ କରିବେ ସେଥିପାଇଁ ଖୋଲା ଟେଣ୍ଡର ଡକାଯାଇ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ

ଉନ୍ନତ କାର୍ଯ୍ୟ ଦେଖିବାକୁ ମିଳିବ
ମେଡିକାଲର ବିଭିନ୍ନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥିବା ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିଲା। ଏବେ ଏସ୍‌ଏଚ୍‌ଜି ଏହି ଦାୟିତ୍ୱ ନେଲେ ମେଡିକାଲର ବିଭିନ୍ନ ସେବାରେ ଉନ୍ନତି ପରିଲକ୍ଷିତ ହେବା ଆଶା କରାଯାଉଛି। ଭଲ କାର୍ଯ୍ୟ ପାଇଁ ପୁରସ୍କାର ବ୍ୟବସ୍ଥା ଥିବାରୁ ପ୍ରତିଯୋଗିତାମୂଳକ ଭାବେ ଏସ୍‌ଏଚ୍‌ଜିଗୁଡ଼ିକ କାର୍ଯ୍ୟ କରିବେ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ଭଲ ସେବା ପ୍ରଦାନ କରାଯିବ
ଠିକା ସଂସ୍ଥା ବିଭିନ୍ନ କାର୍ଯ୍ୟ ପରିଚାଳନାରେ ଅବହେଳା କରୁଥିଲା। ଏବେ ଏସ୍‌ଏଚ୍‌ଜିକୁ ଏହି କାର୍ଯ୍ୟ ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ରୋଗୀ ସେବାରେ ଉନ୍ନତି ଆସିିବ। ଏସ୍‌ଏଚ୍‌ଜିଗୁଡ଼ିକ ମଧ୍ୟ ସେମାନଙ୍କ ଦାୟିତ୍ୱ ପରିଚାଳନା ଠିକ୍‌ ଭାବେ କରିବେ ବୋଲି ଆଶା ଓ ବିଶ୍ୱାସ ରହିଛି।
-ସବିତା ଦାସ, ଦେବୀ ଦିବ୍ୟା ଏସ୍‌ଏଚ୍‌ଜି

ଈଶ୍ୱରଙ୍କ ସେବା ଭଳି ଲାଗିବ
ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା ଫଳରେ ମହିଳାମାନେ କେବଳ ସ୍ବାବଲମ୍ବୀ ହେବେ ନାହିଁ, ବରଂ ରୋଗୀ ସେବାକୁ ସେମାନେ ଈଶ୍ୱରଙ୍କ ସେବା ଭାବି କାର୍ଯ୍ୟ କରିବେ। ଏହା ଜିଲାର ମାନ ବଢ଼ାଇବାରେ ସହାୟକ ହେବ।
-ଭାରତୀ ଦାସ, ଏକତ୍ୱ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri