Posted inଖେଳ

ପ୍ରଥମଥର ସେମିରେ ଶେଲ୍‌ଟନ

ନ୍ୟୁୟର୍କ, ୭।୯(ଏପି): ଆମେରିକାର ବେନ୍‌ ଶେଲ୍‌ଟନ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କୌଣସି ଗ୍ରାଣ୍ଡସ୍ଲାମରେ ମଧ୍ୟ ଏହା ତାଙ୍କର ପ୍ରଥମ ସେମିଫାଇନାଲ ପ୍ରବେଶ। ୨୦ ବର୍ଷୀୟ ବେନ୍‌ କ୍ୱାର୍ଟର ଫାଇନାଲରେ ୧୪ଟି ଏସେସ୍‌ ମାରି ନିଜ ଦକ୍ଷତାର ପ୍ରମାଣ ଦେଇଥିବାବେଳେ ୧୧ଟି ଡବଲ ଫଲ୍ଟ ମଧ୍ୟ କରିଥିଲେ। ତେବେ ଟାଇବ୍ରେକର ସମୟରେ ଧୈର୍ଯ୍ୟ ନ ହରାଇ କ୍ୱାର୍ଟର ଫାଇନାଲରେ ନିଜ ଦେଶର ଫ୍ରାନ୍ସେସ ଟିଆଫୋଙ୍କୁ ୬-୨, ୩-୬, ୭-୬ (୭), ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ୨୦୦୫ ପରେ ଆୟୋଜକ ଦେଶର ଦୁଇ ଖେଳାଳି ପ୍ରଥମଥର ପାଇଁ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଖେଳିଥିଲେ। ଫଳରେ ଦର୍ଶକ ଅନେକ ସମୟରେ କାହାକୁ ସମର୍ଥନ କରିବେ ଦ୍ୱିଧାରେ ପଡ଼ି ଯାଇଥିଲେ। ତେବେ ଭିନ୍ନଭିନ୍ନ ସମୟରେ ସେମାନେ ଉଭୟ ଖେଳାଳିଙ୍କୁ ସମର୍ଥନ କରିଥିଲେ। ସେମିଫାଇନାଲରେ ଶେଲ୍‌ଟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଭେଟିବେ। ଶୁକ୍ରବାର ହେବାକୁଥିବା ଏହି ହେଭିଓ୍ବେଟ ମ୍ୟାଚ ଜିତିପାରିଲେ ଶେଲ୍‌ଟନ ଫାଇନାଲରେ ପ୍ରବେଶ କରିପାରିବେ। ୩୬ ବର୍ଷୀୟ ଜୋକୋଭିଚ୍‌ ଅନ୍ୟ କ୍ୱାର୍ଟର ଫାଇନାଲରେ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ୬-୧, ୬-୪, ୬-୪ ସେଟ୍‌ରେ ହରାଇ ସେମିରେ ପହଞ୍ଚତ୍ଛନ୍ତି। ଏହା ତାଙ୍କ କ୍ୟାରିୟରର ୪୭ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ। ଏ କ୍ଷେତ୍ରରେ ସେ ରୋଜର ଫେଡେରରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ମୁଚୋଭା, ଗଫ୍‌ ସେମିରେ

ମହିଳା ସିଙ୍ଗଲ୍ସରେ ଚେକ୍‌ ରିପବ୍ଲିକର କାରୋଲିନା ମୁଚୋଭା ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ରୋମାନିଆର ସୋରାନା କିର୍ଷ୍ଟିଆଙ୍କୁ ସିଧାସଳଖ ୬-୦, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଆମେରିକାର କୋକୋ ଗଫ୍‌ ମଧ୍ୟ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ ବର୍ଷୀୟା ଗଫ୍‌ ଲାଟିଭିଆର ଜେଲିନା ଓଷ୍ଟାପେଙ୍କୋଙ୍କୁ ୬-୦, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ୨୦୦୧ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଏହି ଆମେରିକାନ ଟିନ୍‌ଏଜର ଫ୍ଲୁଶିଂ ମାଡୋସରେ ଫାଇନାଲ ଫୋର୍‌ (ସେମିଫାଇନାଲ)ରେ ସ୍ଥାନ ପକ୍କା କରିଛନ୍ତି। ଶେଷ ୧୭ ମ୍ୟାଚରୁ ଏହାଥିଲା ଗଫ୍‌ଙ୍କର ୧୬ତମ ବିଜୟ। ସେମିଫାଇନାଲରେ ମୁଚୋଭାଙ୍କ ସହ ତାଙ୍କର ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ମଝି ଆକାଶରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ ଫାଇଟର ଜେଟ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ଓ୍ବାଶିଂଟନ,୧୮।୫: ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ, ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସରେ…

ମଙ୍ଗଳ ଗ୍ରହରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା, ବଦଳିଥିଲା ରୂପରେଖ

ୱାଶିଂଟନ,୧୮ା୫: ବର୍ତ୍ତମାନର ଶୁଷ୍କ ଓ ଧୂଳିଝଡ଼ରେ ଆବୃତ ମଙ୍ଗଳ ଗ୍ରହ ଦିନେ ପାଣିରେ ଭରପୂର ଥିଲା। ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ଏହି ଲାଲ ଗ୍ରହରେ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri