ଓଡ଼ିଶାର କଳା, ସଂସ୍କୃତି ସହ କାରିଗରଙ୍କ ପରିଚୟ ବୃଦ୍ଧି ପାଇଛି

ଭୁବନେଶ୍ୱର,୭।୯(ଶର୍ମିଷ୍ଠା ପାଣିଗ୍ରାହୀ)ସ୍ବାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ ଚକ୍ର’ର ପଥର ନିର୍ମିତ ପ୍ରତିକୃତି। ସେଫ୍‌ ବିକାଶ ଖାନ୍ନାଙ୍କ ଚେଷ୍ଟାରେ ଓଡ଼ିଶାର ଟିମ୍‌ ଏହାକୁ ସେଠାରେ ପ୍ରଦର୍ଶନ କରିଥିଲେ। ତେବେ ଏହା ପଛରେ ପ୍ରମୁଖ ଭୂମିକା ନେଇଥିଲେ ଟିମ୍‌ର କ୍ୟୁରେଟର ତଥା ବିଶିଷ୍ଟ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଓ କାରିଗର ଅମରେଶ ଚନ୍ଦ୍ର ବିନ୍ଧାଣୀ। ବୁଧବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀ ଓ ଭାବବିନିମୟ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଓ ଅମରେଶ ସେମାନଙ୍କ ଅଭିଯାନର ଅନୁଭୂତି ବଖାଣିଥିଲେ। ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କାର୍ଯ୍ୟକ୍ରମରେ ପୌରାହିତ୍ୟ କରିଥିବାବେଳେ କୋଣାର୍କ ଚକ୍ରର ପ୍ରତିକୃତି ପ୍ରଦର୍ଶନକୁ ନେଇ ଉପସ୍ଥିତ ଦର୍ଶକ ସେମାନଙ୍କଠାରୁ ପଚାରି ବୁଝିଥିଲେ।
ମିଶ୍ର କହିଥିଲେ, ପ୍ରଥମେ ସେଫ୍‌ ଖାନ୍ନା ଆଉ ମୁଁ ଯୋଜନା କଲୁ, ମୁଁ ପରେ ଆମ ପଶ୍ଚିମ ଓଡ଼ିଶାର ଜଣେ ଭାଇ ସୁବାସ ଭାଇଙ୍କ ସହ କଥା ହେଲି। ତାଙ୍କ ସହ କଥା ହୋଇ ଡିଜାଇନ ଓ କାମ କେମିତି ହେବ ସେ ସମ୍ପର୍କରେ ଆଲୋଚନା କଲୁ। ପରେ ସେ କାରିଗରଙ୍କ ସହ କଥା କରାଇଲେ। ସମସ୍ତଙ୍କ ଚେଷ୍ଟାରେ ଏହା ପ୍ରସ୍ତୁତ ହେଲା। ନିକଟରେ ସ୍ବାଧୀନତା ଦିବସରେ ଏହା ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେଲା। ସମସ୍ତଙ୍କ ପ୍ରତିକ୍ରିୟା ବହୁତ ଭଲ ଥିଲା। ଗ୍ଲୋବାଲି ଏହା ପରିଚିତ ହେଲା। ଓଡ଼ିଶାର କଳା, ସଂସ୍କୃତି ସହ ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରାସର ହୋଇପାରିଲା। ଓଡ଼ିଶା ପାଇଁ ଯାହା କିଛି ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ତାହା କରିବାକୁ ଚେଷ୍ଟା କରିବି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କାରିଗର ଅମରେଶ କହିଛନ୍ତି, ପ୍ରଥମେ ତ ମୁଁ ଜାଣି ନ ଥିଲି ଏମିତି କିଛି ହେଉଛି ବୋଲି। ମୁଁ ମୋର ସିନିୟର୍‌ ସୁବାସ ପୂଜାରୀଙ୍କଠାରି ଜାଣିଲି। ସେ ଆମକୁ ଡିଜାଇନ ବିଷୟରେ ଜଣାଇଲେ। ତା’ପରେ ଆମ ଟିମ୍‌ର ୮ଜଣ କାରିଗର ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ଲାଗିପଡିଲୁ। ତିଆରି ସରିବା ପରେ ଗତବର୍ଷ ଏହା ନ୍ୟୁୟର୍କରେ ପହଞ୍ଚତ୍ ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟଠାରୁ ଡେରି ହେବାରୁ ଏବର୍ଷ ଏହାକୁ ଅନବାରଣ କରାଗଲା। ମୁଁ ପ୍ରଥମଥର ପାଇଁ ବିଶ୍ୱରେ ପ୍ରଦର୍ଶିତ ହେବାକୁ ଥିବା ଏକ କଳାକୃତିର କାମ ପାଇଥିଲି। ଏହି କାମ ଦ୍ୱାରା ଆମ ଓଡ଼ିଶାର କଳା, ସଂସ୍କୃତି ସହ ଆମ ଭଳି କାରିଗରଙ୍କ ପରିଚୟ ବାହାରେ ବୃଦ୍ଧି ପାଇଛି ବୋଲି ମୁଁ ଭାବୁଛି। ଭବିଷ୍ୟତରେ ଆମକୁ ଆହୁରି କାମ ମିଳିବ ବୋଲି ମଧ୍ୟ ଆଶା କରୁଛି। ଯେତେବେଳେ ଏହା ପ୍ରଦର୍ଶିତ ହେଲା ଆଉ ଖବର ପ୍ରସାରିତ ହେଲା, ମୋ ନାମ ଆସିଲା, ଏହା ଦେଖି ମୋତେ ବହୁତ ଖୁସି ଲାଗିଲା। ପୂରା ପରିବାର, ସମ୍ପର୍କୀୟ ସମସ୍ତେ ଖୁସି ହୋଇଥିଲେ। ଏହାର ଓଜନ ୧୭୫୦ କିଲୋଗ୍ରାମ ରହିଛି। ୮ଫୁଟ ଲମ୍ବ ୬ଫୁଟ ଉଚ୍ଚ ଏବଂ ୧ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରତିକୃତି ବାଲି ପଥରରେ ପ୍ରସ୍ତୁତ ହୋଇଛି। ତିଆରି କରିବାକୁ ୩ମାସ ସମୟ ଲାଗିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ସବ୍ୟସାଚୀ ମିଶ୍ର, ଡିଜାଇନର୍‌ ସୁବାସ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri