ଆର୍‌ଜେସିରେ ଯୋଗଦେଲା ସେନ୍‌କୋ

ଭୁବନେଶ୍ୱର,୭ା୯: ପୂର୍ବ ଭାରତର ସର୍ବବୃହତ୍‌ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ ରେସ୍‌ପନ୍‌ସିବଲ୍‌ ଜୁଏଲେରି କାଉନ୍‌ସିଲ୍‌ (ଆର୍‌ଜେସି)ର ଏକ ସଦସ୍ୟ ଭାବେ ଯୋଗଦେଇ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି। ଆର୍‌ଜେସି ୨୦୦୫ରେ ସ୍ଥାପନ କରାଯାଇଥିବା ବେଳେ ଏବେ ବିଶ୍ୱସ୍ତରରେ ୭୧ଟି ଦେଶ ଏହାର ସଦସ୍ୟ ରହିଛନ୍ତି। ଗହଣା ଓ ହାତଘଣ୍ଟା ଶିଳ୍ପ ପାଇଁ ବିଶ୍ୱସ୍ତରୀୟ ମାନକ ନିର୍ଦ୍ଧାରଣ କରିବାରେ ଆର୍‌ଜେସି କାର୍ଯ୍ୟ କରୁଛି। ଦାୟିତ୍ୱବାନ୍‌ ଗହଣା ଓ ହାତଘଣ୍ଟା ଶଳ୍ପ ପାଇଁ ଏହାର ଆଚରଣ ବିଧି ହେଉଛି ଏକ ବିଶ୍ୱସ୍ତରୀୟ ମାନକ ଓ ଦାୟିତ୍ୱବାନ୍‌ ଯୋଗାଣ ଶୃଙ୍ଖଳ ଖଣି ଓ ଧାତବଠାରୁ ଆରମ୍ଭକରି ସୁନା, ରୁପା, ପ୍ଲାଟିନମ, ହୀରା ଓ ରଙ୍ଗିନ ଜେମ୍‌ଷ୍ଟୋନ୍‌ ଆଦି ସବୁ କିଛିକୁ ବିଚାରକୁ ନେଉଛି।

ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି, ଉତ୍ତମ ପରିବେଶ, ସାମାଜିକ ଓ ଗଭର୍ନାନ୍ସ (ଇଏସ୍‌ଜି) ଅଭ୍ୟାସ, ଦାୟିତ୍ୱବାନ ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସରେ ଆମେ ପ୍ରତିବଦ୍ଧ ରହିଛୁ। ଆର୍‌ଜେସିରେ ଯୋଗଦେବା ସେହି ଦିଗରେ ଆଉ ଏକ ପଦକ୍ଷେପ ଓ ଭାରତର ପ୍ରଥମ ବୃହତ୍‌ ଗହଣା ରିଟେଲର ଭାବେ ରେସ୍‌ପନ୍‌ସିବଲ୍‌ ଜୁଏଲେରି କାଉନ୍‌ସିଲ୍‌ରେ ଯୋଗଦେଇଥିବାରୁ ଆମେ ଗର୍ବିତ। ବିଶ୍ୱ ଗହଣା ଶିଳ୍ପରେ ବିଶ୍ୱସନୀୟତା ବୃଦ୍ଧି କରିବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ଗହଣା ରିଟେଲିଂରେ ବିଶ୍ୱାସ ହେଉଛି ମୂଳଦୁଆ ଏବଂ ଦୀର୍ଘସ୍ଥାୟୀ ରଣନୀତିକୁ ମୂଳରେ ରଖି ଓ ଆମର ଭବିଷ୍ୟତ ଉଦ୍ୟମ ଅନୁସାରେ ଦାୟିତ୍ୱବାନ୍‌ ଅଭ୍ୟାସର ଏକ ପରିବେଶ ସୃଷ୍ଟି କରିବା ଲାଗି ଆର୍‌ଜେସି ସହ ସହଯୋଗିତା ଗଠନ କରିବାକୁ ଆମେ ଚାହିଁରହିଛୁ।

ସେହିଭଳି ଆର୍‌ଜେସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଲାନି ଗ୍ରାଣ୍ଟ୍‌ କହିଛନ୍ତି, ୫ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସୃଷ୍ଟି ଜରିଆରେ ଗ୍ରାହକମାନଙ୍କୁ ଉଲ୍ଲସିତ କରୁଛି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ଏବଂ ଜଣେ ସଦସ୍ୟ ଭାବେ ସେମାନଙ୍କୁ ସ୍ବାଗତ କରିବା ସହ ଆଗାମୀ ଦଶନ୍ଧିରେ ସେମାନଙ୍କ ସହ ମିଶି କାର୍ଯ୍ୟ କରିବା ଲାଗି ଆର୍‌ଜେସିରେ ଆମେ ବେଶ୍‌ ରୋମାଞ୍ଚିତ। ଆମ ପାଇଁ ଓ ସାରା ଗହଣା ଶିଳ୍ପ ପାଇଁ ଭାରତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ସେଥିପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ଆମ ଆର୍‌ଜେସି ପରିବାର ଏକ ଅଂଶ ହେବା ଆମ ଇତିହାସର ଏକ ଗୌରବମୟ ମୁହୂର୍ତ୍ତ।

ସେହିପରି ଆର୍‌ଜେସିର ଏସିଆନ୍‌ ଡେଭେଲପ୍‌ମେଣ୍ଟ ମୁଖ୍ୟ କିଞ୍ଜାଲ ଶାହ କହିଛନ୍ତି, ଆର୍‌ଜେସିରେ ଯୋଗଦେଇଥିବାରୁ ଶୁଭଙ୍କର ସେନ୍‌, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଟିମ୍‌ ଓ ସ୍ବର୍ଗତ ଶଙ୍କର ସେନ୍‌ଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ ଇଣ୍ଡିଆ ହେଉଛି ଏକ ଦୂରଦୃଷ୍ଟିସମ୍ପନ୍ନ ରିଟେଲ। ଆର୍‌ଜେସିରେ ଯୋଗଦେବାରେ ସେମାନେ ହେଉଛନ୍ତି ପୂର୍ବ ଭାରତର ପ୍ରଥମ ଓ ସର୍ବବୃହତ୍‌ ରିଟେଲର ଯାହା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ରିଟେଲରର ନେତୃତ୍ୱ ନେବ। ଏକ ସଦସ୍ୟ ହେବା ଦ୍ୱାରା ଭାରତର ନୂଆ ପିଢ଼ି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?