Posted inଖେଳ

ଟେଷ୍ଟ ଉପରେ ଶେଫାଳୀଙ୍କ ନଜର

 

ନୂଆଦିଲ୍ଲୀ, ୧୮।୫-ସୀମିତ ଓଭର କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତର ୧୭ ବର୍ଷୀୟା ମହିଳା କ୍ରିକେଟର ଶେଫାଳୀ ବର୍ମା ଏବେ ଟେଷ୍ଟ କ୍ୟାରିୟର ଆରମ୍ଭ ଉପରେ ଏକାଗ୍ର ହେଉଛନ୍ତି। ଏଥିପାଇଁ ସେ ଅନାବଶ୍ୟକ ବଲ୍‌ ଛାଡ଼ିବା ସହ ଶଟ୍‌ ଚୟନ ଉପରେ ଧ୍ୟାନ ଦେଉଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ୭ ବର୍ଷ ବ୍ୟବଧାନରେ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛି। ପ୍ରଥମଥରପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଥିବାରୁ ଅଧିକରୁ ଅଧିକ ସମୟ କ୍ରିଜ୍‌ରେ ରହିବା ଏବଂ ଶଟ୍‌ ଖେଳିବାପାଇଁ ଉପଯୁକ୍ତ ବଲ୍‌କୁ ଅପେକ୍ଷା କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ଶେଫାଳୀ। ଟି୨୦, ଦିନିକିଆ ଏବଂ ଟେଷ୍ଟ ଭିନ୍ନ ଫର୍ମାଟ୍‌ ହୋଇଥିବାରୁ ପର୍ଯ୍ୟାପ୍ତ ଅଭିଜ୍ଞତା ମିଳିବ। ତିନୋଟି ଯାକ ଫର୍ମାଟ୍‌ରୁ ସେ ଅନେକ କିଛି ଶିଖିବାକୁ ଚେଷ୍ଟା କରିବେ ବୋଲି ଶେଫାଳୀ ପ୍ରକାଶ କରିଛନ୍ତି।
ଭାରତର ସର୍ବକନିଷ୍ଠ ମହିଳା ଭାବେ ଶେଫାଳୀ ଟି୨୦ ଖେଳିଥିଲେ। ସେହିପରି କନିଷ୍ଠ ଭାରତୀୟଭାବେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨୦୧୯ ସେପ୍ଟେମ୍ବରରେ ସେ ଭାରତୀୟ ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ଅନ୍ତର୍ଜାତୀୟ ସର୍କିଟ୍‌ରେ ସେ ଜଣେ ନିର୍ଭୀକ ଷ୍ଟ୍ରାଇକରଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବର୍ତ୍ତମାନସୁଦ୍ଧା ସେ କ୍ୟାରିୟରରେ ୨୨ଟି ଟି୨୦ ଖେଳି ସାରିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ଭାରତକୁ ପ୍ରବେଶ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୧୪ ପରେ ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥରପାଇଁ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ ଏକ ଘଡ଼ିସନ୍ଧି ସମୟରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହେବାକୁ ଯାଉଛି। ଇଂଲଣ୍ଡରେ ଭାରତ ଟେଷ୍ଟ, ଦିନିକିଆ ଓ ଟି୨୦କୁ ମିଶାଇ ମୋଟ ୭ଟି ମ୍ୟାଚ ଖେଳିବ। ଜୁନ୍‌ ୧୬ରୁ ଏହି ସିରିଜ ଆରମ୍ଭ ହେବ। ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ପୁନଃନିର୍ଦ୍ଧାରିତ ଦିନିକିଆ ବିଶ୍ୱକପ ନ୍ୟୁଜିଲାଣ୍ଡରେ ହେବାକୁ ଯାଉଥିବାରୁ ତାଙ୍କ ହାର୍ଡ ହିଟିଂ ଦକ୍ଷତା ଭାରତକୁ ମୋମେଣ୍ଟମ ଦେବା ଆଶା ରହିଛି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା।
ଟେଷ୍ଟ କ୍ରିକେଟରେ ଶେଫାଳୀଙ୍କ ଫେଭରାଇଟ ଖେଳାଳି ହେଲେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌। ଦଳରେ ସାମିଲ ହୋଇଥିବାରୁ ସେ ଚୂଡ଼ାନ୍ତ ଏକାଦଶରେ ରହି ଉଭୟ ଟେଷ୍ଟ ଓ ଦିନିକିଆ କ୍ୟାରିୟର ଆରମ୍ଭ କରିବାକୁ ବେଶ୍‌ ଆଶାବାଦୀ। ଏପରି ଡାକରା ପାଇବା ସମୟରେ ମୁଁ ସୁଯୋଗର ସଦ୍‌ବ୍ୟବହାର କରି ନିଜକୁ ପ୍ରମାଣିତ କରିବାକୁ ସର୍ବଦା ଚେଷ୍ଟା କରିଥାଏ। କୌଣସି ଫର୍ମାଟ୍‌ରେ ଖେଳିବାପାଇଁ ପ୍ରଥମଥର ଡାକରା ପାଇବା ସମୟରେ ସମସ୍ତେ ଖୁସି ହୋଇଥାନ୍ତି। ମୁଁ ମଧ୍ୟ ଅତ୍ୟନ୍ତ ଆନନ୍ଦିତ। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଦଳପାଇଁ ଅଧିକରୁ ଅଧିକ ରନ ସଂଗ୍ରହ ମୋର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଶେଫାଳୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri