Posted inଖେଳ

ଟେଷ୍ଟ ଉପରେ ଶେଫାଳୀଙ୍କ ନଜର

 

ନୂଆଦିଲ୍ଲୀ, ୧୮।୫-ସୀମିତ ଓଭର କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତର ୧୭ ବର୍ଷୀୟା ମହିଳା କ୍ରିକେଟର ଶେଫାଳୀ ବର୍ମା ଏବେ ଟେଷ୍ଟ କ୍ୟାରିୟର ଆରମ୍ଭ ଉପରେ ଏକାଗ୍ର ହେଉଛନ୍ତି। ଏଥିପାଇଁ ସେ ଅନାବଶ୍ୟକ ବଲ୍‌ ଛାଡ଼ିବା ସହ ଶଟ୍‌ ଚୟନ ଉପରେ ଧ୍ୟାନ ଦେଉଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ୭ ବର୍ଷ ବ୍ୟବଧାନରେ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛି। ପ୍ରଥମଥରପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଥିବାରୁ ଅଧିକରୁ ଅଧିକ ସମୟ କ୍ରିଜ୍‌ରେ ରହିବା ଏବଂ ଶଟ୍‌ ଖେଳିବାପାଇଁ ଉପଯୁକ୍ତ ବଲ୍‌କୁ ଅପେକ୍ଷା କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ଶେଫାଳୀ। ଟି୨୦, ଦିନିକିଆ ଏବଂ ଟେଷ୍ଟ ଭିନ୍ନ ଫର୍ମାଟ୍‌ ହୋଇଥିବାରୁ ପର୍ଯ୍ୟାପ୍ତ ଅଭିଜ୍ଞତା ମିଳିବ। ତିନୋଟି ଯାକ ଫର୍ମାଟ୍‌ରୁ ସେ ଅନେକ କିଛି ଶିଖିବାକୁ ଚେଷ୍ଟା କରିବେ ବୋଲି ଶେଫାଳୀ ପ୍ରକାଶ କରିଛନ୍ତି।
ଭାରତର ସର୍ବକନିଷ୍ଠ ମହିଳା ଭାବେ ଶେଫାଳୀ ଟି୨୦ ଖେଳିଥିଲେ। ସେହିପରି କନିଷ୍ଠ ଭାରତୀୟଭାବେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨୦୧୯ ସେପ୍ଟେମ୍ବରରେ ସେ ଭାରତୀୟ ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ଅନ୍ତର୍ଜାତୀୟ ସର୍କିଟ୍‌ରେ ସେ ଜଣେ ନିର୍ଭୀକ ଷ୍ଟ୍ରାଇକରଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବର୍ତ୍ତମାନସୁଦ୍ଧା ସେ କ୍ୟାରିୟରରେ ୨୨ଟି ଟି୨୦ ଖେଳି ସାରିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ଭାରତକୁ ପ୍ରବେଶ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୧୪ ପରେ ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥରପାଇଁ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ ଏକ ଘଡ଼ିସନ୍ଧି ସମୟରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହେବାକୁ ଯାଉଛି। ଇଂଲଣ୍ଡରେ ଭାରତ ଟେଷ୍ଟ, ଦିନିକିଆ ଓ ଟି୨୦କୁ ମିଶାଇ ମୋଟ ୭ଟି ମ୍ୟାଚ ଖେଳିବ। ଜୁନ୍‌ ୧୬ରୁ ଏହି ସିରିଜ ଆରମ୍ଭ ହେବ। ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ପୁନଃନିର୍ଦ୍ଧାରିତ ଦିନିକିଆ ବିଶ୍ୱକପ ନ୍ୟୁଜିଲାଣ୍ଡରେ ହେବାକୁ ଯାଉଥିବାରୁ ତାଙ୍କ ହାର୍ଡ ହିଟିଂ ଦକ୍ଷତା ଭାରତକୁ ମୋମେଣ୍ଟମ ଦେବା ଆଶା ରହିଛି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା।
ଟେଷ୍ଟ କ୍ରିକେଟରେ ଶେଫାଳୀଙ୍କ ଫେଭରାଇଟ ଖେଳାଳି ହେଲେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌। ଦଳରେ ସାମିଲ ହୋଇଥିବାରୁ ସେ ଚୂଡ଼ାନ୍ତ ଏକାଦଶରେ ରହି ଉଭୟ ଟେଷ୍ଟ ଓ ଦିନିକିଆ କ୍ୟାରିୟର ଆରମ୍ଭ କରିବାକୁ ବେଶ୍‌ ଆଶାବାଦୀ। ଏପରି ଡାକରା ପାଇବା ସମୟରେ ମୁଁ ସୁଯୋଗର ସଦ୍‌ବ୍ୟବହାର କରି ନିଜକୁ ପ୍ରମାଣିତ କରିବାକୁ ସର୍ବଦା ଚେଷ୍ଟା କରିଥାଏ। କୌଣସି ଫର୍ମାଟ୍‌ରେ ଖେଳିବାପାଇଁ ପ୍ରଥମଥର ଡାକରା ପାଇବା ସମୟରେ ସମସ୍ତେ ଖୁସି ହୋଇଥାନ୍ତି। ମୁଁ ମଧ୍ୟ ଅତ୍ୟନ୍ତ ଆନନ୍ଦିତ। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଦଳପାଇଁ ଅଧିକରୁ ଅଧିକ ରନ ସଂଗ୍ରହ ମୋର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଶେଫାଳୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?