Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଆର୍ଚର ଓହରିଲେ

ଲଣ୍ଡନ, ୧୮।୫(ପି.ଟି.)-କହୁଣିରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ଇଂଲଣ୍ଡ ଫାଷ୍ଟ ବୋଲର ଜୋର୍ଫା ଆର୍ଚର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ସେ ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିପାରି ନ ଥିଲେ। ଦୀର୍ଘଦିନଧରି କ୍ରିକେଟରୁ ଦୂରେଇ ରହିବାପରେ ୨୬ ବର୍ଷୀୟ ଆର୍ଚର ନିଜ କାଉଣ୍ଟି ଦଳ ସସେକ୍ସ ପକ୍ଷରୁ ସରେ ବିପକ୍ଷରେ ଖେଳି ୨୯.୨ ଓଭର ବୋଲିଂ କରିଥିଲେ ତେବେ ସେ କେଣ୍ଟ ବିପକ୍ଷ ମ୍ୟାଚରେ ମାତ୍ର ୫ ଓଭର ବୋଲିଂ କରି ଡାହାଣ କହୁଣିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେ ଅନ୍ତିମ ଦୁଇଦିନ ବୋଲିଂ କରିପାରି ନ ଥିଲେ। ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିବା ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ପ୍ରକାଶ କରାଯାଇଛି। ଆର୍ଚର ନିଜେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଫିଟ୍‌ ବୋଲି ଘୋଷଣା କରିଥିଲେ। ଏହି ସିରିଜ ଜୁନ୍‌ ୨ରେ ଲଣ୍ଡନରେ ଆରମ୍ଭ ହେବ। ମାତ୍ର କହୁଣିରେ ସାନି ଯନ୍ତ୍ରଣା ତାଙ୍କର ଏବଂ ଇଂଲଣ୍ଡର ଯୋଜନାରେ ବାଧା ପହଞ୍ଚାଇଛି। କ୍ରିକେଟ ବୋର୍ଡ ଆର୍ଚରଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଉଛି। ଇଂଲଣ୍ଡ ଏବଂ ସସେକ୍ସ ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି। ଚଳିତ ସପ୍ତାହ ଶେଷରେ ତାଙ୍କ ଆଘାତପ୍ରାପ୍ତ କହୁଣିରେ କେଉଁଭଳି ଚିକିତ୍ସା ଆବଶ୍ୟକ ତାହା ସ୍ଥିର ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ମଙ୍ଗଳବାର ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମ୍ପର୍କୀୟଙ୍କ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌: ଏହା ପୂର୍ବରୁ…

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ବାବର ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ବାବରଙ୍କ...

ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ…

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍‌ ଥ୍ରୋରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ...

୧୮ ବର୍ଷର କ୍ୟାରିୟର ଶେଷ

କରାଚୀ,୩।୧: ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଶେଷ ହୋଇଛି ୧୮ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର।...

ଭାଙ୍ଗିଲା ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆର ରେକର୍ଡ

ମେଲବୋର୍ନ,୪ା୪- ଦିନିକିଆ କ୍ରିକେଟରେ ଦୀର୍ଘ ଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ ହୋଇଛି। ମହାନ ଅଧିନାୟକ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ୨୦୦୩ରେ...

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ...

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦...

ଇତିହାସ ରଚିଲେ ଭାରତର ଜ୍ୱାଇଁ

ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ...

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ...

Advertisement
Archives

Model This Week