ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ ଅଞ୍ଚଳର ଚାଷୀ ଅଧିକ ଜମିରେ ଫସଲ କରିପାରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ବ୍ଲକ କୃଷି ବିଭାଗ ପକ୍ଷରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଏଯାଏ ତାହାର ଅଧା ଜମିରେ ଚାଷ କାର୍ଯ୍ୟ ହୋଇପାରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ବଅଁରପାଳ ବ୍ଲକ ଅଞ୍ଚଳର ମୋଟ୍‌ ୧୧ ହଜାର ୫୩୬ ହେକ୍ଟର ଜମିରେ ରବି ଫସଲ କରାଯିବା ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ମାତ୍ର ଚାଷୀଙ୍କୁ ଆବଶ୍ୟକ ବିହନ ମିଳିପାରି ନ ଥିବାରୁ ବର୍ତ୍ତମାନ ସୁଦ୍ଧା ୬ ହଜାର ୯୪୬ ହେକ୍ଟରରେ ଫସଲ ହୋଇଛି। ତୁବେ, ଜରାସିଂହା, କୁରୁଡୁଲୁ, କୁକୁଡ଼ାଙ୍ଗ, ତୁଳସୀପାଳ, ସନ୍ତ୍ରୀ, ଫୁଲୁପଡା, କେରେଜେଙ୍ଗ, ଗିରାଙ୍ଗ ଆଦି ବହୁ ଗ୍ରାମର ଚାଷୀ ରବି ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। ଏମାନଙ୍କୁ ଆବଶ୍ୟକ ସହାୟତା ପାଇଁ ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଛି। କିନ୍ତୁ ସେଥିରୁ ବହୁ ସମିତିରେ ରବି ବିହନ ମହଜୁଦ ରହୁନାହିଁ। ତେଣୁ ଚାଷୀମାନେ ପୂର୍ବରୁ ସାଇତି ରଖିଥିବା ପୁରୁଣା ବିହନକୁ ବ୍ୟବହାର କରୁଥିବା ବେଳେ ଆଉ କେତେଜଣ ହାଟରୁ ବିହନ କିଣିଛନ୍ତି। ଚଳିତବର୍ଷ ୨୨୨ ହେକ୍ଟର ଜମିରେ ରାଶି ଫସଲ ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ସ୍ଥିର କରାଯାଇଛି। ହେଲେ ୯୭ ହେକ୍ଟର ଜମିରେ ଏହି ଚାଷ ହୋଇଛି। ସେହିପରି ୨୫୯୧ ହେକ୍ଟରରେ ମୁଗ ଚାଷ ପାଇଁ ଯୋଜନା କରାଯାଇଥିବା ବେଳେ ୧୬୬୨ ହେକ୍ଟରରେ ଚାଷ ହୋଇଛି। ବିରି ୧୫୧୭ ହେକ୍ଟର ଜମିରେ କରିବାକୁ ଲକ୍ଷ୍ୟ ରହିଥିଲେ ବି ୧୧୭୫ ହେକ୍ଟରରେ ହୋଇପାରିଛି। ୨୬୦୮ ହେକ୍ଟରରେ ପରିବା ଚାଷ କରାଯିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏଯାଏ ୧୧୪୨ ହେକ୍ଟରରେ କରାଯାଇଛି। ତେବେ ୯୯ ହେକ୍ଟରରେ ଚିନାବାଦାମ ନେଇ ଯେଉଁ ଟାର୍ଗେଟ୍‌ ସ୍ଥିର କରାଯାଇଥିଲା ତାହା ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ। ଏହାଛଡ଼ା ୪ ହଜାର ହେକ୍ଟର ଜମିରେ ଅନ୍ୟ ଫସଲ ହୋଇଛି। କୃଷି ସମବାୟ ସମିତି ଗୁଡିକରେ ରବି ଫସଲ ବିହନ ମିଳିପାରୁ ନ ଥିବାରୁ ବହୁ ଚାଷୀ ହତାଶ ହୋଇ ଫେରୁଛନ୍ତି। ତେଣୁ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ବଅଁରପାଲ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କୁହନ୍ତି, ସାଧାରଣତଃ ରବି ଋତୁରେ କୃଷି ସମବାୟ ସମିତିରେ ବିହନ ମିଳେନାହିଁ। ଚାଷୀ ଘରେ ସାଇତି ରଖିଥିବା ବିହନକୁ ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି। ତଥାପି ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସମିତିରୁ ଖାଲି ହାତରେ ଫେରୁଛୁ
ରବି ଋ଼ତୁରେ ପରିବା ସମେତ ବିରି, ମୁଗ, ବାଦାମ ଆଦି ଚାଷ କରିଥାଉ। କିନ୍ତୁ ଚଳିତବର୍ଷ କୃଷି ସମବାୟ ସମିତି ଗୁଡିକରେ ଆବଶ୍ୟକ ପରିମାଣର ବିହନ ମିଳୁ ନାହିଁ। ତେଣୁ ଖାଲି ହାତରେ ସେଠାରୁ ଫେରିବା ସହ ଘରେ ରଖିଥିବା ପୁରୁଣା ବିହନକୁ ବ୍ୟବହାର କରି ଚାଷ କରିଛୁ।
-ଅରୁଣ ସାହୁ, ଚାଷୀ, କନିଆବେଡ଼ା

ଆଗୁଆ ଜଣାଇଥିଲେ ହୋଇଥାନ୍ତା
ଚଳିତବର୍ଷ ବିହନ ଅଭାବ ବଡ଼ ସମସ୍ୟା ପାଲଟିଛି। ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଚାଷୀଙ୍କ ହାତରେ ଆବଶ୍ୟକ ପରିମାଣର ବିହନ ନାହିଁ। ସମିତିଗୁଡ଼ିକ ଯଦି ପୂର୍ବରୁ ଚାଷୀଙ୍କୁ ଏହା ଜଣାଇ ଦେଇଥାନ୍ତେ ତା’ହେଲେ ସେମାନେ ନିଜ ପକ୍ଷରୁ ବ୍ୟବସ୍ଥା କରିପାରିଥାନ୍ତେ।
-ବିଘ୍ନେଶ୍ୱର ଦଳେଇ, ଚାଷୀ, କନିଆବେଡ଼ା

ଫସଲ ଭଲ ହୋଇନାହିଁ
ରବି ଜାତୀୟ ଚାଷ କରାଯାଇଛି। କିନ୍ତୁ ଚଳିତ ବର୍ଷ ଏହା ଭଲ ହୋଇନାହିଁ। ଅନ୍ୟ ବିହନ ମିଳି ନ ଥିବାରୁ କେବଳ ଚଣା ଚାଷ କରିଛି। ଆଗକୁ ସରକାରୀ ବିହନ ମିଳିଲେ ଅନ୍ୟ ଫସଲ କରାଯିବ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା କରା ନ ଗଲେ ଅନ୍ୟ ବ୍ୟବସ୍ଥା କରାଯିବ।
-ମୃତ୍ୟୁରଞ୍ଜନ ପ୍ରଧାନ, ଚାଷୀ, କୁରୁଡୁଲୁ

ନିଗମରେ ବିହନ ରହିଛି
ନିଗମରେ ବିହନ ମହଜୁଦ ରହିଛି। ଲୋକେ ଏଠାକୁ ଆସି ତାହା ନେଉଛନ୍ତି। ମୁଖ୍ୟତଃ ଖରିଫ ଋତୁରେ କୃଷି ସମବାୟ ସମିତିରେ ବିହନ ଅଧିକ ମାତ୍ରାରେ ଥାଏ। ମାତ୍ର ରବି ଋ଼ତୁରେ ସମିତି ଗୁଡିକରେ ରବି ଜାତୀୟ ବିହନ ଅଧିକମାତ୍ରାରେ ନ ଥାଏ।
-ଆଶିଷ କୁମାର ପ୍ରଧାନ,  ଅଧିକାରୀ ଓଡ଼ିଶା ରାଜ୍ୟ ବିହନ ନିଗମ


Enter your email to get our daily news in your inbox.

All Right Reserved By Dharitri.Com

୭ରେ ଦିବ୍ୟାଙ୍ଗ ନିଯୁକ୍ତି ମେଳା : ଅଂଶଗ୍ରହଣ କରିବେ ୩୦ ଆଇଟି କମ୍ପାନୀ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ହେବ ନିଯୁକ୍ତି ମେଳା। ଶାନ୍ତିଧାମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ ଆଇଟି କମ୍ପାନୀ...

ପରିବେଶ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀଙ୍କ ଉଦ୍‌ବେଗ

କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୧ା୮(ଡି.ଏନ.ଏ.): ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ପକ୍ଷରୁ ଜଗତ୍‌ସିଂହପୁର ଜିଲା ପାରାଦୀପଠାରେ ପ୍ରସ୍ତାବିତ ପ୍ରେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲସ୍‌ ଅଞ୍ଚଳର...

ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ...

୨୪ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୭: ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା...

ଏହିସବୁ ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବା ନେଇ ଶନିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ରୁ କୋରାପୁଟ, କେନ୍ଦୁଝର,...

ରାଜ୍ୟରେ ହେବ ଜିମ୍ନାଷ୍ଟିକ୍‌ ହାଇପରଫର୍ମାନ୍ସ ସେଣ୍ଟର

ଭୁବନେଶ୍ୱର,୯।୪(ବ୍ୟୁରୋ): ଓଡ଼ିଶାରେ ଜିମ୍ନାଷ୍ଟିକ୍‌ ହାଇପରଫର୍ମାନ୍ସ ସେଣ୍ଟର ନିର୍ମାଣ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାପାନର କ୍ୱୋଟୋଠାରେ ଶନିବାର ରାଜ୍ୟ କ୍ରୀଡ଼ା ବିଭାଗ ଓ ଆର୍ସେଲର...

ଏମ୍‌ସରେ ପଦବୀ ଖାଲି, ବହୁ ମେଶିନ ଅଚଳ

ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା...

ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ...

Advertisement
Archives

Model This Week