ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ ଅଞ୍ଚଳର ଚାଷୀ ଅଧିକ ଜମିରେ ଫସଲ କରିପାରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ବ୍ଲକ କୃଷି ବିଭାଗ ପକ୍ଷରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଏଯାଏ ତାହାର ଅଧା ଜମିରେ ଚାଷ କାର୍ଯ୍ୟ ହୋଇପାରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ବଅଁରପାଳ ବ୍ଲକ ଅଞ୍ଚଳର ମୋଟ୍‌ ୧୧ ହଜାର ୫୩୬ ହେକ୍ଟର ଜମିରେ ରବି ଫସଲ କରାଯିବା ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ମାତ୍ର ଚାଷୀଙ୍କୁ ଆବଶ୍ୟକ ବିହନ ମିଳିପାରି ନ ଥିବାରୁ ବର୍ତ୍ତମାନ ସୁଦ୍ଧା ୬ ହଜାର ୯୪୬ ହେକ୍ଟରରେ ଫସଲ ହୋଇଛି। ତୁବେ, ଜରାସିଂହା, କୁରୁଡୁଲୁ, କୁକୁଡ଼ାଙ୍ଗ, ତୁଳସୀପାଳ, ସନ୍ତ୍ରୀ, ଫୁଲୁପଡା, କେରେଜେଙ୍ଗ, ଗିରାଙ୍ଗ ଆଦି ବହୁ ଗ୍ରାମର ଚାଷୀ ରବି ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। ଏମାନଙ୍କୁ ଆବଶ୍ୟକ ସହାୟତା ପାଇଁ ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଛି। କିନ୍ତୁ ସେଥିରୁ ବହୁ ସମିତିରେ ରବି ବିହନ ମହଜୁଦ ରହୁନାହିଁ। ତେଣୁ ଚାଷୀମାନେ ପୂର୍ବରୁ ସାଇତି ରଖିଥିବା ପୁରୁଣା ବିହନକୁ ବ୍ୟବହାର କରୁଥିବା ବେଳେ ଆଉ କେତେଜଣ ହାଟରୁ ବିହନ କିଣିଛନ୍ତି। ଚଳିତବର୍ଷ ୨୨୨ ହେକ୍ଟର ଜମିରେ ରାଶି ଫସଲ ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ସ୍ଥିର କରାଯାଇଛି। ହେଲେ ୯୭ ହେକ୍ଟର ଜମିରେ ଏହି ଚାଷ ହୋଇଛି। ସେହିପରି ୨୫୯୧ ହେକ୍ଟରରେ ମୁଗ ଚାଷ ପାଇଁ ଯୋଜନା କରାଯାଇଥିବା ବେଳେ ୧୬୬୨ ହେକ୍ଟରରେ ଚାଷ ହୋଇଛି। ବିରି ୧୫୧୭ ହେକ୍ଟର ଜମିରେ କରିବାକୁ ଲକ୍ଷ୍ୟ ରହିଥିଲେ ବି ୧୧୭୫ ହେକ୍ଟରରେ ହୋଇପାରିଛି। ୨୬୦୮ ହେକ୍ଟରରେ ପରିବା ଚାଷ କରାଯିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏଯାଏ ୧୧୪୨ ହେକ୍ଟରରେ କରାଯାଇଛି। ତେବେ ୯୯ ହେକ୍ଟରରେ ଚିନାବାଦାମ ନେଇ ଯେଉଁ ଟାର୍ଗେଟ୍‌ ସ୍ଥିର କରାଯାଇଥିଲା ତାହା ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ। ଏହାଛଡ଼ା ୪ ହଜାର ହେକ୍ଟର ଜମିରେ ଅନ୍ୟ ଫସଲ ହୋଇଛି। କୃଷି ସମବାୟ ସମିତି ଗୁଡିକରେ ରବି ଫସଲ ବିହନ ମିଳିପାରୁ ନ ଥିବାରୁ ବହୁ ଚାଷୀ ହତାଶ ହୋଇ ଫେରୁଛନ୍ତି। ତେଣୁ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ବଅଁରପାଲ ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କୁହନ୍ତି, ସାଧାରଣତଃ ରବି ଋତୁରେ କୃଷି ସମବାୟ ସମିତିରେ ବିହନ ମିଳେନାହିଁ। ଚାଷୀ ଘରେ ସାଇତି ରଖିଥିବା ବିହନକୁ ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି। ତଥାପି ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସମିତିରୁ ଖାଲି ହାତରେ ଫେରୁଛୁ
ରବି ଋ଼ତୁରେ ପରିବା ସମେତ ବିରି, ମୁଗ, ବାଦାମ ଆଦି ଚାଷ କରିଥାଉ। କିନ୍ତୁ ଚଳିତବର୍ଷ କୃଷି ସମବାୟ ସମିତି ଗୁଡିକରେ ଆବଶ୍ୟକ ପରିମାଣର ବିହନ ମିଳୁ ନାହିଁ। ତେଣୁ ଖାଲି ହାତରେ ସେଠାରୁ ଫେରିବା ସହ ଘରେ ରଖିଥିବା ପୁରୁଣା ବିହନକୁ ବ୍ୟବହାର କରି ଚାଷ କରିଛୁ।
-ଅରୁଣ ସାହୁ, ଚାଷୀ, କନିଆବେଡ଼ା

ଆଗୁଆ ଜଣାଇଥିଲେ ହୋଇଥାନ୍ତା
ଚଳିତବର୍ଷ ବିହନ ଅଭାବ ବଡ଼ ସମସ୍ୟା ପାଲଟିଛି। ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଚାଷୀଙ୍କ ହାତରେ ଆବଶ୍ୟକ ପରିମାଣର ବିହନ ନାହିଁ। ସମିତିଗୁଡ଼ିକ ଯଦି ପୂର୍ବରୁ ଚାଷୀଙ୍କୁ ଏହା ଜଣାଇ ଦେଇଥାନ୍ତେ ତା’ହେଲେ ସେମାନେ ନିଜ ପକ୍ଷରୁ ବ୍ୟବସ୍ଥା କରିପାରିଥାନ୍ତେ।
-ବିଘ୍ନେଶ୍ୱର ଦଳେଇ, ଚାଷୀ, କନିଆବେଡ଼ା

ଫସଲ ଭଲ ହୋଇନାହିଁ
ରବି ଜାତୀୟ ଚାଷ କରାଯାଇଛି। କିନ୍ତୁ ଚଳିତ ବର୍ଷ ଏହା ଭଲ ହୋଇନାହିଁ। ଅନ୍ୟ ବିହନ ମିଳି ନ ଥିବାରୁ କେବଳ ଚଣା ଚାଷ କରିଛି। ଆଗକୁ ସରକାରୀ ବିହନ ମିଳିଲେ ଅନ୍ୟ ଫସଲ କରାଯିବ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା କରା ନ ଗଲେ ଅନ୍ୟ ବ୍ୟବସ୍ଥା କରାଯିବ।
-ମୃତ୍ୟୁରଞ୍ଜନ ପ୍ରଧାନ, ଚାଷୀ, କୁରୁଡୁଲୁ

ନିଗମରେ ବିହନ ରହିଛି
ନିଗମରେ ବିହନ ମହଜୁଦ ରହିଛି। ଲୋକେ ଏଠାକୁ ଆସି ତାହା ନେଉଛନ୍ତି। ମୁଖ୍ୟତଃ ଖରିଫ ଋତୁରେ କୃଷି ସମବାୟ ସମିତିରେ ବିହନ ଅଧିକ ମାତ୍ରାରେ ଥାଏ। ମାତ୍ର ରବି ଋ଼ତୁରେ ସମିତି ଗୁଡିକରେ ରବି ଜାତୀୟ ବିହନ ଅଧିକମାତ୍ରାରେ ନ ଥାଏ।
-ଆଶିଷ କୁମାର ପ୍ରଧାନ,  ଅଧିକାରୀ ଓଡ଼ିଶା ରାଜ୍ୟ ବିହନ ନିଗମ


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?