Posted inଖେଳ

ଦ୍ୱିତୀୟ ଟେଷ୍ଟ: ଇନିଂସ ପରାଜୟ ଏଡ଼ାଇଲା ଜିମ୍ବାଓ୍ବେ

ଆବୁଧାବି,୧୪।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ କରି ଇନିଂସ ପରାଜୟ ଏଡାଇବାକୁ ସକ୍ଷମ ହୋଇଛି।
ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ହାଶମାତୁଲ୍ଲା ଶାହିଦିଙ୍କ ୨୦୦ ରନର ଅପରାଜିତ ଦ୍ୱିଶତକୀୟ ପାଳି ବଳରେ ୧୬୦.୪ ଓଭରରେ ୪ ଉଇକେଟ ହରାଇ ୫୪୫ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଜିମ୍ବାଓ୍ବେ ପ୍ରଥମ ଇନିଂସ ଆରମ୍ଭ କରି ୯୧.୩ ଓଭରରେ ୨୮୭ ରନକରି ଅଲଆଉଟ ହୋଇଥିଲା। ଜିମ୍ବାଓ୍ବେ ପ୍ରଥମ ଇନିଂସ ଭିତ୍ତିରେ ୨୫୮ ରନ ପଛରେ ପଡି ଫଲୋଅନ ହୋଇଥିଲା। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜିମ୍ବାଓ୍ବେ ଶନିବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧୦୬ ଓଭରରେ ୭ ଉଇକେଟ ହରାଇ ୨୬୬ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଜିମ୍ବାଓ୍ବେ ୩ ଉଇକେଟ ହାତରେ ରଖି ମୋଟ୍‌ ଉପରେ ମାତ୍ର ୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ସିନ ଓ୍ବିଲିୟମ୍ସ ୧୦୬ ରନର ଶତକୀୟ ପାଳି ଖେଳି ଓ ଡୋନାଲ୍ଡ ଟିରିପାନୋ ୬୩ ରନକରି ଅପରାଜିତ ରହିଛନ୍ତି। ଅଷ୍ଟମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅପରାଜିତ ୧୨୪ ରନକରି ସ୍ଥିତି ସମ୍ଭାଳିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୪/୦ରୁ ଜିମ୍ବାଓ୍ବେ ଶନିବାର ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଓପନର ପ୍ରିନ୍ସ ମାସଭାଉର ୩ ଓ କେଭିନ୍‌ କାସୁଜା ୨୦ ରନରୁ ଖେଳ ଆରମ୍ଭ କରି ଯଥାକ୍ରମେ ୧୫ ଓ ୩୦ ରନ କରି ଆଉଟ ହୋଇଥିଲେ। ତାରିସାଇ ମୁସାକାଣ୍ଡା ୧୫, ସିକନ୍ଦର ରାଜା ୨୨ ରନକରି ଆଉଟ ହୋଇଥିବା ବେଳେ ଓ୍ବେସଲି ମାଧେଭେର, ରିଆନ ବୁର୍ଲ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରେଗିସ ଚକଭା ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ତାରକା ସ୍ପିନର ରସିଦ ଖାଁ ସର୍ବାଧିକ ୫, ସୟଦ ଶିରଜାଦ ଓ ଜାଭେଦ ଅହମଦି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ:
୧୬୦.୪ ଓଭରରେ ୫୪୫/୪ (ଇନିଂସ ଘୋଷଣା)।
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୯୧.୩ ଓଭରରେ ୨୮୭
ଜିମ୍ବାଓ୍ବେ ଦ୍ୱିତୀୟ ଇନିଂସ(ଫଲୋଅନ): ୧୦୬ ଓଭରରେ ୨୬୬/୭
(କାସୁଜା-୩୦, ମାସଭାଉର- ୧୫, ସିନ୍‌ ଓ୍ବିଲିୟମ୍ସ- ୧୦୬*, ଡୋନାଲ୍ଡ ଟିରିପାନୋ- ୬୩*, ସିକନ୍ଦର ରାଜା- ୨୨, ରସିଦ- ୫/୧୦୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?