Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌: ଓଡ଼ିଶା ପୋଲିସ, ଇଷ୍ଟକୋଷ୍ଟ ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୧୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡିକରେ ଓଡ଼ିଶା ପୋଲିସ୍‌, ଇଷ୍ଟକୋଷ୍ଟ ରେଲଓ୍ବେ ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟ ହାସଲ କରିଛନ୍ତି।
କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଲିଗ୍‌ର ୧୩ ନମ୍ବର ମ୍ୟାଚ୍‌ରେ ଓଡ଼ିଶା ପୋଲିସ ୧-୦ ଗୋଲରେ ଓଜିପି କ୍ଲବ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ ୩୦ତମ ମିନିଟ୍‌ରେ ଜାସମିନ ସମାଦ ଏକମାତ୍ର ଗୋଲ ପ୍ରଦାନ କରିଥିଲେ। ମନୀଷା ନାଏକଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା। ଜ୍ୟୋତିରଞ୍ଜନ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ, ସୁଲତାନା ପରବୀନ, ବିଚିତ୍ର ପ୍ରଧାନ ଓ ଦୁର୍ଗାମାଧବ ନାଏକ ମ୍ୟାଚ୍‌ ପରିଚାଳନା କରିଥିଲେ।
ସେହିପରି ୧୪ ନମ୍ବର ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ରେଲଓ୍ବେ ୧-୦ ଗୋଲରେ ସ୍ପୋଟର୍‌ସ ହଷ୍ଟେଲକୁ ପରାସ୍ତ କରିଛି। ରେଲଓ୍ବେ ତରଫରୁ ପ୍ରଥମ ମିନିଟ୍‌ରେ ସରୋଜିନୀ ତିର୍କୀ ଗୋଲ ସ୍କୋର କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଦିଗ୍‌ବିଜୟ ଦାସ, ଅମିରା ପ୍ରଧାନ, ଏମ. ଲକ୍ଷ୍ମୀ ପ୍ରସାଦ ନାୟିଡୁ, ଶଶିକାନ୍ତ ଦାସିଆ, ସୁଦୀପ୍ତା ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ।
ଅନ୍ୟପଟେ ୧୫ ନମ୍ବର ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୧-୦ ଗୋଲରେ ସାଇ-ଏସ୍‌ଟିସିକୁ ପରାସ୍ତ କରିଛି। ରାଇଜିଂ ତରଫରୁ ଯଶୋଦା ମୁଣ୍ଡା ୨୦ତମ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ବିଷ୍ଣୁପ୍ରିୟା ଦାସ, ଅମିରା ପ୍ରଧାନ, ବିଚିତ୍ର ପ୍ରଧାନ, ଜ୍ୟୋତିରଞ୍ଜନ ସ୍ବାଇଁ, ଦୁର୍ଗାମାଧବ ନାଏକ ଓ ସୁଦୀପ୍ତା ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ୧୫ ତାରିଖ ସୋମବାର ୩ଟି ମ୍ୟାଚ୍‌ ଖେଳାଯିବ। କ୍ୟାପିଟାଲ ଗ୍ରାଉଣ୍ଡରେ ଓଡ଼ିଶା ପୋଲିସ ଓ ଇଷ୍ଟକୋଷ୍ଟ ରେଲଓ୍ବେ, କଳିଙ୍ଗ ଷ୍ଟାଡିୟମରେ ସାଇ- ଏସିଟିସି ଓ ସ୍ପୋଟର୍‌ସ ହଷ୍ଟେଲ, କ୍ୟାପିଟାଲ ଗ୍ରାଉଣ୍ଡରେ ଓଜିପି କ୍ଲବ ଓ ରାଇଜିଂ ଷ୍ଟୁଡେଣ୍ଟ ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri