Posted inଫୁରସତ

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଡାଇନୋସରକୁ କେହି ଦେଖି ନାହାନ୍ତି, ମାତ୍ର ଏହାର ଜୀବାଶ୍ମ ହେତୁ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ମିଳିଛି। ଠିକ୍‌ ସେହିପରି ଏନାକୋଣ୍ଡା। ଏହି ବିଶାଳକାୟ ସାପ ସାଧାରଣ ଲୋକଙ୍କଠାରୁ ଦୂରରେ ଜଙ୍ଗଲରେ ରୁହନ୍ତି। ଏହାକୁ ଆମେ ପୁସ୍ତକ ତଥା ଟିଭିରେ ଦେଖୁଛୁ। ହେଲେ ଏପରି ଏକ ସାପ ରହିଛି ଯାହାର ଆକାର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହାର କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। ହେଲେ ବିଶେଷଜ୍ଞମାନେ ବିଶ୍ୱର ସବୁଠାରୁ ବଡ଼ ସାପ ବିଷୟରେ ଜାଣିବାକୁ ପାଇଛନ୍ତି। ଏହାର ଲମ୍ବ ୪୨ ଫୁଟ। ଏନାକୋଣ୍ଡା ଫିଲ୍ମରେ ଦେଖିଥିବା ସାପଠାରୁ ମଧ୍ୟ ଏହା ଯଥେଷ୍ଟ ବଡ଼। ଏହି ସାପ ୫୦ରୁ ୬୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଥିଲା। ଏହାର ଓଜନ ଗାଇର ଦୁଇଗୁଣ ହେବ, ଯାହାକି ପ୍ରାୟ ୧ ହଜାର ୧୭୯ କିଲୋଗ୍ରାମ ପର୍ଯ୍ୟନ୍ତ। ଏହି ସାପର ନାମ ହେଉଛି ଟାଇଟନୋବା। ଏହା ବୋଆ ନାମରେ ମଧ୍ୟ ଜଣାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଏହା ସବୁଠାରୁ ବଡ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ସାପ ଡାଇନୋସର ଅଦୃଶ୍ୟ ହେବା ପରେ ୬୫ ନିୟୁତ ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ଥିଲା। ଏମାନେ ଆମାଜନ ଜଙ୍ଗଲରେ ରହୁଥିଲେ ସେଠାକାର ଉଷ୍ମ ତାପମାତ୍ରା ସେମାନଙ୍କୁ ଅଧିକ ଦିନ ବଞ୍ଚିବାକୁ ସାହାଯ୍ୟ କରୁଥିଲା। ୨୦୦୯ ମସିହାରେ ବୈଜ୍ଞାନିକମାନେ ଏହି ସାପର ଜୀବାଶ୍ମ ପାଇଥିଲେ। ଫ୍ଲୋରିଡା ସଂଗ୍ରହାଳୟ ଏହି ସାପ ବିଷୟରେ ସୂଚନା ଦେଇଥିଲା। ଏହି ସାପ ବର୍ଷକୁ ମାତ୍ର ୨ କିମ୍ବା ୩ ଥର ଖାଇଥାନ୍ତି। କିନ୍ତୁ ସେମାନେ ଯେତେବେଳେ ଖାଆନ୍ତି ଏକ ବଡ଼ କୁମ୍ଭୀରକୁ ତୁରନ୍ତ ହଜମ କରିଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri