Posted inଫୁରସତ

ଜାଣନ୍ତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ଦିଶିଥାଏ ଲାଲ୍‌

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ ଏପରି କାହିଁକି ହୋଇଥାଏ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଊନବିଂଶ ଶତାବ୍ଦୀରେ ବ୍ରିଟିଶ ପଦାର୍ଥ ବିଜ୍ଞାନୀ ଲର୍ଡ ରେଲି କହିଥିଲେ, ଆଲୋକ ବିସ୍ତାର ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ସୂର୍ଯ୍ୟକିରଣ ବାୟୁମଣ୍ଡଳରେ ପ୍ରବେଶ କରେ। ଏହା ଧୂଳି ଏବଂ ମୃତ୍ତିକା କଣିକା ସହ ଧକ୍କା ହୋଇ ଚାରିଆଡ଼କୁ ବ୍ୟାପିଥାଏ।

ଏହି ସୁନ୍ଦର ଦୃଶ୍ୟ ସମୟରେ ସୂର୍ଯ୍ୟଙ୍କୁ ସିଧାସଳଖ ଖାଲି ଆଖିରେ ଦେଖନ୍ତୁ ନାହିଁ। ଏଥିପାଇଁ ଟେଲିସ୍କୋପର ବ୍ୟବହାର କରନ୍ତୁ। ନଚେତ୍‌ ଏହା ଆପଣଙ୍କ ଆଖିକୁ ନଷ୍ଟ କରିପାରେ। ରୟାଲ ମ୍ୟୁଜିୟମ ଗ୍ରୀନଓ୍ବିଚ୍‌ର ଜ୍ୟୋତିର୍ବିଜ୍ଞାନୀ ଏଡଓ୍ବାର୍ଡ ବ୍ଲୁମର କୁହନ୍ତି, ସୂର୍ଯ୍ୟକିରଣର ଅପ୍ଟିକାଲ ଗୁଣ ପୃଥିବୀର ବାୟୁମଣ୍ଡଳ ଦେଇ ଯାଇଥାଏ। ସର୍ବପ୍ରଥମେ ଆମକୁ ଆଲୋକକୁ ଜାଣିବା ଦରକାର। ଯାହା ଦୃଶ୍ୟମାନ ଆଲୋକ ସ୍ପେକ୍ଟ୍ରମର ସମସ୍ତ ରଙ୍ଗ ଯଥା ଲାଲ, କମଳା, ହଳଦିଆ, ସବୁଜ, ନୀଳ, ଗାଢ଼ ନୀଳ ଏବଂ ବାଇଗଣୀ।
ବ୍ଲୁମର କୁହନ୍ତି, ଏହା ସୂର୍ଯ୍ୟକିରଣ ବିଛାଡ଼ି ହୋଇ ପଡ଼ିବା ସହିତ ଜଡିତ। କିନ୍ତୁ ଏହା ସମାନ ଭାବରେ ବିଛୁରିତ ଭାବେ ପଡ଼େ ନାହିଁ। ପ୍ରତ୍ୟେକ ରଙ୍ଗର ନିଜସ୍ବ ତରଙ୍ଗ ଦୈର୍ଘ୍ୟ ଥାଏ, ଯେଉଁ ରଙ୍ଗକୁ ଯେପରି ଦେଖାଏ। ଉଦାହରଣ ସ୍ବରୂପ, ବାଇଗଣୀରେ ସବୁଠାରୁ କମ୍‌ ତରଙ୍ଗ ଦୈର୍ଘ୍ୟ ଥିବାବେଳେ ଲାଲ ଲମ୍ବା ତରଙ୍ଗର ଦୈର୍ଘ୍ୟ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri