ସଂକ୍ରମିତଙ୍କୁ କଲ୍‌ ସହ ଜୁମ୍‌ ଭିସିରେ ବୁଝାଯାଉଛି ସ୍ବାସ୍ଥ୍ୟବସ୍ଥା: ୧୫ରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମୁଛି। ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧.୦୪ ପ୍ରତିଶତଙ୍କ ମୃତ୍ୟୁ ଘଟିଛି । କୋଭିଡ୍‌ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ, ଟେଷ୍ଟ ବୃଦ୍ଧି ଓ ଏନ୍‌ଫୋର୍ସମେଣ୍ଟ କଡାକଡି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଏଡିଏମ୍‌ ପାରୁଲ ପଟୱାରୀ କହିଛନ୍ତି ।
କରୋନା ରୋଗୀମାନଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟ ଯାଞ୍ଚ ସହ ଡାକ୍ତରମାନେ କଲ୍‌ କରି ଏବଂ ଦିନେ ଛଡା ଦିନେ ଜୁମ୍‌ ଭିସି ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝୁଥିବା ଏଡିଏମ୍‌ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ନିକଟକୁ ୧୩ ହଜାର ୪୩୬ କଲ୍‌ ଗଲାଣି । ଏଥିସହ କରୋନାରୁ ସୁସ୍ଥ ୮୧ ଜଣ କୋଭିଡ୍‌ ବନ୍ଧୁ ମଧ୍ୟ କରୋନା ରୋଗୀ ମାନଙ୍କୁ କାଉନସିଲିଂ କରୁଛନ୍ତି । କୋଭିଡ୍‌ ମନିଟର ମଧ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । କରୋନାରେ ଛତ୍ରପୁର ସବ୍‌ଡିଭିଜନ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସବ୍‌ଡିଭିଜନରେ ୭୪୧ ଗାଁ (୭୮ ପ୍ରତିଶତ) ଓ ସହରାଞ୍ଚଳର ୬୯ ଟି ୱାର୍ଡ (୫୧ ପ୍ରତିଶତ) ଗ୍ରୀନ୍‌ ଜୋନ୍‌ରେ ରହିଛି । କବିସୂର୍ଯ୍ୟନଗର, ପୁରୁଷୋତମପୁର ଓ ଛତ୍ରପୁର ରେ ୩ଟି ଲେଖାଏ ଏବଂ ହିଞ୍ଜିଳିରେ ୨ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ରେ ଅଛି । ଏହି ସବ୍‌ଡିଭିଜନ ଅଧିନ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୋବାଇଲ୍‌ ସ୍ବାସ୍ଥ୍ୟ ସେବା ଶନିବାରଠାରୁ ଯୋଗାଇଦିଆଯିବ। ଫଳରେ ଲୋକେ ଘର ନିକଟରେ ସ୍ବାସ୍ଥ୍ୟସେବା ପାଇପାରିବେ। ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟ ଯାଞ୍ଚ ସହ ଔଷଧ ଆଦି ମିଳିବ ।
ଉକ୍ତ ଗାଡି ୧୫ରୁ ୧୭ ପର୍ଯ୍ୟନ୍ତ ଛତ୍ରପୁର, ୧୮ରୁ ୨୦ ପର୍ଯ୍ୟନ୍ତ ଗଞ୍ଜାମ, ୨୧ରୁ ୨୩ ଯର୍ଯ୍ୟନ୍ତ ଖଲିକୋଟ, ୨୪ରୁ ୨୬ ପର୍ଯ୍ୟନ୍ତ ହଞ୍ଜିଳି , ୨୭ରୁ ୨୯ ପର୍ଯ୍ୟନ୍ତ ପୁରୁଷୋତମପୁର, ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ପୋଲସରା ଅଞ୍ଚଳ ବୁଲିବ। ସେହିଭଳି ସେପ୍ଟେମ୍ବର ୨ ରୁ ୪ ପର୍ଯ୍ୟନ୍ତ ବେଗୁନିଆପଡା ଏବଂ ୫ରୁ ୭ ତାରିଖ ପର୍ଯ୍ୟନ୍ତ କବିସୂର୍ଯ୍ୟନଗର ଅଞ୍ଚଳରେ ପୂର୍ବାହ୍ନ ୮ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବୁଲି ସ୍ବାସ୍ଥ୍ୟସେବା ଯୋଗାଇଦେବେ । ଏଥିରେ ଛତ୍ରପୁର ଉପଜିଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri