Posted inଜାତୀୟ

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ ତେଜିବାରେ ଲାଗିଛି। ଟିଏମସିର ବିଦ୍ରୋହୀ ନେତାମାନଙ୍କ ତାଲିକାରେ ଏବେ ସେହି ସବୁ ନେତାଙ୍କ ନାମ ମଧ୍ୟ ଯୋଡ଼ି ହେବାରେ ଲାଗିଛି, ଯେଉଁମାନେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ନିକଟତର ବୋଲି ବିବେଚନା କରାଯାଉଥିଲେ। ଏଥିମଧ୍ୟରେ ଏକ ପ୍ରମୁଖ ନାମ ହେଉଛି ଟିଏମସି ଏମପି ସାୟନି ଘୋଷଙ୍କର। ବିଧାନସଭା ନିର୍ୱାଚନ ପ୍ରଚାର ସମୟରେ ସାୟନୀ ଘୋଷ ନିଜ ବୟାନବାଜି ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ। ତାଙ୍କର ତୀକ୍ଷ୍ଣ ବୟାନ ସାୟନୀଙ୍କୁ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଲୋକପ୍ରିୟ କରାଇଥିଲା। କିନ୍ତୁ ଏବେ ସେ ମଧ୍ୟ ମମତାଙ୍କ ବିରୋଧରେ ବିଦ୍ରୋହ କରୁଥିବା ଦେଖିବାକୁ ମିଳୁଛି।

ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ତାଲିକାରେ ସାୟୋନୀ ଘୋଷଙ୍କ ନାମ ମଧ୍ୟ ସାମିଲ ରହିଛି। ଦଳରେ ଚାଲିଥିବା ଏହି ବିଦ୍ରୋହ ମଧ୍ୟରେ ଗତ କିଛି ଦିନ ହେବ ସାୟୋନୀ ଘୋଷ ଆତ୍ମଗୋପନ କରିଥିଲେ (ଅଣ୍ଡରଗ୍ରାଉଣ୍ଡ ଥିଲେ)। କିନ୍ତୁ ଆଜି କୋଲକାତା ଏୟାରପୋର୍ଟରେ ସାୟୋନୀ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ସାୟୋନୀ ଘୋଷ ନିଜ ମୁହଁକୁ କିଛି ଏଭଳି ଭାବେ ଲୁଚାଇ ରଖିଥିଲେ ଯେପରି କେହି ତାଙ୍କୁ ସହଜରେ ଚିହ୍ନି ପାରିବେ ନାହିଁ।

ସାୟୋନୀ ମୁଣ୍ଡରେ ଟୋପି (Cap) ଲଗାଇବା ସହ ମୁହଁରେ ମାସ୍କ ଏବଂ ଆଖିରେ କଳା ଚଷମା ପିନ୍ଧିଥିଲେ। ସେ ଅତି ଦ୍ରୁତ ଗତିରେ ଏୟାରପୋର୍ଟରୁ ବାହାରକୁ ଆସିଲେ ଏବଂ ଗାଡ଼ିରେ ବସି ଚାଲିଗଲେ। ନ୍ୟୁଜ ଏଜେନ୍ସି IANS ଅନୁଯାୟୀ, ସାୟୋନୀ ଦିଲ୍ଲୀରୁ ଆସି କୋଲକାତାରେ ପହଞ୍ଚିଛନ୍ତି। ଗତ କିଛି ଦିନ ତଳେ ଦିଲ୍ଲୀରେ ଟିଏମସିର ବିଦ୍ରୋହୀ ସାଂସଦମାନେ ଏକ ବୈଠକ ମଧ୍ୟ କରିଥିଲେ।

ର୍ନିବାଚନ ସମୟରେ ମମତାଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଥିବା ସାୟୋନୀ ଏପର୍ଯ୍ୟନ୍ତ ନିଜର ବିଦ୍ରୋହ ଚର୍ଚ୍ଚା ଉପରେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। କିନ୍ତୁ ତାଙ୍କର ଏହି ବଦଳି ଯାଇଥିବା ଅନ୍ଦାଜ ଅନେକ କିଛି ସୂଚାଉଛି। କିଛି ସମୟ ପୂର୍ୱରୁ ମମତାଙ୍କ ଆଉ ଜଣେ ଅତି ନିକଟତର ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ଦଳରେ ଚାଲିଥିବା ବିଦ୍ରୋହ ଉପରେ ଖୋଲାଖୋଲି ଭାବେ ବୟାନ ଦେଇଛନ୍ତି। ସେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ମମତାଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ହୁଏତ ଆମକୁ ବାଛନ୍ତୁ ନଚେତ ଅଭିଷେକଙ୍କୁ।”

ଟିଏମସିର ୫୮ ଜଣ ବିଧାୟକ ଏକ ସୱତନ୍ତ୍ର ଗୋଷ୍ଠୀ ଗଠନ କରି ବିଧାନସଭାରେ ଋତବ୍ରତ ବାନାର୍ଜୀଙ୍କୁ ନିଜର ନେତା ଭାବେ ଚୟନ କରିଛନ୍ତି। ଏଥିସହ ଟିଏମସିର ପ୍ରାୟ ୧୯ ଜଣ ଲୋକସଭା ସାଂସଦ ମଧ୍ୟ ନୂଆ ଗୋଷ୍ଠୀ ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରାଜ୍ୟସଭାର ତିନିଜଣ ସାଂସଦ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଟିଏମସିର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବଙ୍କ ପରେ ଏବେ ପ୍ରକାଶ ଚିକ ବରାଇକ ମଧ୍ୟ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?