ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଚାରାରୋପଣ, ସବୁଜ ପରିବେଶ….

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ‘ଏକ ପେଡ୍ ମା କେ ନାମ ୩.୦’ ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଏକଦିନିଆ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ସେଣ୍ଟ୍ରାଲ, ତାରସିଙ୍ଗି, ଗାଲେରୀ ଓ ଜଗନ୍ନାଥପ୍ରସାଦ ରେଞ୍ଜର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ମୁଜାଗଡ଼ା ରେଞ୍ଜ ଅନ୍ତର୍ଗତ ବାହାଡ଼ାପଦର ନୋଡାଲ ହାଇସ୍କୁଲ ଇକୋ-କ୍ଲବ, ସେଣ୍ଟ୍ରାଲ ରେଞ୍ଜର କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି (ଭିଏସଏସ), ତାରସିଙ୍ଗି ରେଞ୍ଜର କୋକଳବା , ଗାଲେରୀ ରେଞ୍ଜର ବେରୁଆଁବାଡ଼ି ଏଆର୍ ପ୍ଲାଣ୍ଟେସନ ସାଇଟ୍ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜର ଡିମିରିପାଲି ଏଏନ୍ଆର୍ ପ୍ଲାଣ୍ଟେସନ ସାଇଟ୍‌ରେ ଚାରାରୋପଣ କରାଯାଇଥିଲା।
ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ଲୋକ, ଛାତ୍ରୀଛାତ୍ର, ବନ ସୁରକ୍ଷା ସମିତିର ସଦସ୍ୟ, ବନ ବିଭାଗ କର୍ମଚାରୀ ଓ ପରିବେଶପ୍ରେମୀମାନେ ଯୋଗଦେଇ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଗଛର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ଘୁମୁସର ଉତ୍ତର ବନଖଣ୍ଡର ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଓ ଏସିଏଫ୍ ବିମଳ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଗାଲେରୀ ରେଞ୍ଜ ଅଞ୍ଚଳରେ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ଉଷାରାଣୀ ପ୍ରଧାନ, ସମିତିସଭ୍ୟା ସୁନୀତା ଦଳବେହେରା, ସମିତିସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ, ତିଲିସିଙ୍ଗି ସରପଞ୍ଚ ପ୍ରତିନିଧି ସୁନୀଲ କୁମାର ନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକମାନେ ଯୋଗଦେଇଥିଲେ।
ପ୍ରକୃତି ସୁରକ୍ଷା, ବନ ସମ୍ପଦ ବୃଦ୍ଧି ଓ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏଭଳି ଚାରାରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ରେଞ୍ଜର ସରୋଜ କୁମାର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ମୁଜାଗଡ ରେଞ୍ଜର ପ୍ରମୁଖ କାର୍ଯ୍ଯକ୍ରମ ଗୁଡିକୁ ପରିଚାଲନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ଉତ୍ସବମୁଖର ଭଞ୍ଜନଗର, ପୂଜା ମଣ୍ଡପରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ସହର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ସହରର ପଞ୍ଚାୟତ ସମିତି…

ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ, ସାଙ୍ଗଠନିକ ଆଲୋଚନା…

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଶକ୍ତିପୀଠର ମ୍ୟାନେଜିଂ ଟ୍ରଷ୍ଟି…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ

ଗଞ୍ଜାମ,୧୭।୯,(ଦିଲ୍ଲୀପି ସାମଲ/ଦାରିକା ପଟ୍ଟନାୟକ ): ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ ପରିସରରେ ଗୁରୁବାର ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ…

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ଛତ୍ରପୁର ସହର : ଆର୍ଶୀବାଦ ନେଲେ ଜିଲାପାଳ

ଛତ୍ରପୁର,୧୭।୯,(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲାର ଛତ୍ରପୁର ସହର। ବିଶ୍ୱକର୍ମା ପୂଜାକୁ ନେଇ ସହରର ବିଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?