ଘରେ ଲୁଚାଇ ରଖିଥିଲେ ବିପୁଳ ବାଣ, ଚଢ଼ାଉ କରି ଜବତ କଲା ପୋଲିସ

ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି । ବେଆଇନ ଭାବେ ବିକ୍ରି ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ୫୨ ଟି କିସମର ବାଣ ଜବତ କରିଥିବା ଖବର ମିଳିଛି ।

ଗ୍ରାମର ସୁଦର୍ଶନ ସାହୁଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ଖବର ପାଇଥିଲା ପୋଲିସ । ମଙ୍ଗଳବାର ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ଏନେଇ ଖବର ଦେବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ସୁଦର୍ଶନଙ୍କ ଘରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲେ । ପରେ ଜବତ ବାଣ  ସହ ତାଙ୍କୁ ପୋଲିସ ଥାନାକୁ ଅଣାଯାଇଥିଲା। ବିନା ଲାଇସେନ୍ସରେ ବିକ୍ରି ଉଦ୍ଦେଶ୍ୟରେ ବେଆଇନ ଭାବେ ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଓ ହାତ ତିଆରି ଦେଶୀ ବାଣ ଗୁଡ଼ିକୁ ସେ ଘର ଭିତରେ ମହଜୁଦ ରଖିଥିଲେ।

ଜବତ ବାଣ ଗୁଡ଼ିକର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଫାଣ୍ଡି ଅଧିକାରୀ ଥାନାରେ ଏତଲା ଦେବାପରେ ଆଇଆଇସି ମାମଲା ନଂ.୨୮୨/୨୬  ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ତଦନ୍ତକାରୀ ଅଧିକାରୀ ଏସ.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

ଆଇସିସି ରାଙ୍କିଂରେ ବଡ଼ ପରିବର୍ତ୍ତନ, ନମ୍ବର-୧ ବୋଲର ହେଲେ….

ନୂଆଦିଲ୍ଲୀ,୪।୧୧: ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ରାଙ୍କିଂରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ପୁଣିଥରେ…

ଏହି ୫ କ୍ଷେତ୍ରରେ ହୋଇଯାଆନ୍ତୁ କଞ୍ଜୁସ୍‌, ଆକାଉଣ୍ଟରେ ରହିବ ଖାଲି ଟଙ୍କା ହିଁ ଟଙ୍କା

ପ୍ରାଚୀନ ଭାରତର ଜଣେ ମହାନ ରାଜନୀତିଜ୍ଞ, ଦାର୍ଶନିକ ଏବଂ କୂଟନୀତିଜ୍ଞ ଥିଲେ। ତାଙ୍କର ବୁଦ୍ଧି ଏବଂ ଦୂରଦର୍ଶୀ ଚିନ୍ତାଧାରା ଯୋଗୁ ତାଙ୍କୁ ଭାରତୀୟ ଇତିହାସର ଜଣେ ସର୍ବଶ୍ରେଷ୍ଠ…

ବନ୍ୟା ପରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରୟାସ, ସାନଖେମୁଣ୍ଡିରେ ୨୪ରୁ ୨୧ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳ ମାନଙ୍କରେ ବାତ୍ୟା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ବହୁ ସଂଖ୍ୟକ ପାନୀୟଜଳ ପ୍ରକଳ୍ପ…

୪୦୦ ପରିବାରକୁ ସହାୟତା ପ୍ରଦାନ, ବିଭିନ୍ନ ଗାଁ ବୁଲି ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ

ଭଞ୍ଜନଗର,୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଭୟାବହ ବନ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଯାଉଛି। ଏହି କ୍ରମରେ ଗୁରୁବାର…

୧୦ ହଜାର ଲାଞ୍ଚ ନେଇ ଫସିଲେ SI; ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ, ତାପରେ…

ଭୁବନେଶ୍ବର,୪।୧୧: ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର (SI) । ରାସ୍ତାରେ ଦୌଡ଼ୁଥିବା ବେଳେ ଖସିବାକୁ ଯାଇ ଏକ…

ବନ୍ୟାରେ ଗଞ୍ଜାମର ୪୯୮ ସ୍କୁଲ୍‌ କ୍ଷତିଗ୍ରସ୍ତ, ଏହି ତାରିଖ ଯାଏ ବଢ଼ିଲା ଛୁଟି

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଜିଲାର ମୋଟ ୩୦୯୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ…

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଆଗରେ ଧାରଣା, ବୁଝାଶୁଝା ପରେ…

ରିଆମାଳ,୪ା୧୧(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆଁନାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?