ଅସ୍ଥାୟୀ ପୋଲରେ ବାଲି ଚାଲାଣ

ବାରିପଦା ଅଫିସ,୨ ।୪ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ନିୟମ ଉଲ୍ଲଂଘନକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟ)ରେ ମାମଲା ରୁଜୁ ହୋଇଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନର ଚେତା ପଶୁନି। ବେଆଇନ ପୋଲ ନିର୍ମାଣ କରି ବାଲି ଚାଲାଣ କରାଯାଉଛି। ପ୍ରଶାସନ ବାଲି ସଇରାତକୁ ସିଲ୍‌ କରିବା ପରିବର୍ତ୍ତେ ନୀରବ ରହୁଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବଡ଼ସାହି ତହସିଲ ଅଧୀନ ଆରପଟା ବାଲି ସଇରାତ କ୍ଷେତ୍ରରେ। ଏ ସଂକ୍ରାନ୍ତରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଶୁକ୍ରବାର ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ଥିବା ସୂଚନା ମିଳିଛି।
ଅନୁଯାୟୀ, ବୁଢାବଳଙ୍ଗ ନଦୀର ଦୁଇଟି ବାଲି ସଇରାତରୁ ଲଘୁ ଖଣିଜ ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ଶହେ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଏନ୍‌ଜିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ଏକ ମାସ ମଧ୍ୟରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶ ଅନୁଯାୟୀ ଆସନ୍ତା ୬ତାରିଖରେ ଏକ ୪ଜଣିଆ ବିଶେଷଜ୍ଞ କମିଟି ତଦନ୍ତ କରିବାକୁ ଆସୁଥିବା ବେଳେ ଉଭୟ ସଇରାତରୁ ପରିବହନ ବନ୍ଦ ରହିଛି। ତେବେ ଅସାଧୁ ବାଲି ମାଫିଆମାନେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଆରପଟା ସଇରାତର ଅସ୍ଥାୟୀ ପୋଲ ଦେଇ ବାଲି ଚୋରା ଚାଲାଣ କରୁଛନ୍ତି। ଉକ୍ତ ପୋଲକୁ ଉଦ୍ଦେଶ୍ୟ ମୂଳକ ଭାବେ ଭଙ୍ଗା ନ ଯାଇ ଅଧିକାରୀମାନେ ଲୁଟରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ ଉକ୍ତ ଘାଟରୁ ପ୍ରତିଦିନ ୧୦ ସିୟୁଏମ୍‌ ବାଲି ଉତ୍ତୋଳନ ପାଇଁ ନିମନ୍ତେ ୩୧ମାର୍ଚ୍ଚ ୨୦୨୧ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅବଧି ଶେଷ ହେବା ପରେ ମଧ୍ୟ ଏହାକୁ ବିସ୍ତାର କରା ନ ଯାଇ ବାଲି ଖନନ ଜାରି ରହିଥିବାରୁ ବାର୍ଷିକ ୨୨ଶହ ସିୟୁଏମ୍‌ ପରିବର୍ତ୍ତେ ୬.୨୩ଲକ୍ଷ ସିୟୁଏମ୍‌ ବାଲି ଉତ୍ତୋଳନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଅନୁମତି ସୀମାର ୨୪୦ଗୁଣ ବାଲି ଉତ୍ତୋଳନ କରାଯାଇଥିବାରୁ ବାର୍ଷିକ ୫୩.୨୬କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହେବାକୁ ଥିବା ବେଳେ ଅଧିକାରୀଙ୍କଠାରୁ ଆରମ୍ଭ କରି ଲିଜ୍‌ଧାରୀ ଓ ସହଯୋଗୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅଧିକାରୀମାନେ ନିଜକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏହାକୁ ନେଇ ଅଧିକାରୀମାନେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ...

ଶରଧାବାଲିରେ ୩ ରଥ: ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରା

ଭୁବନେଶ୍ୱର, ୪।୭(ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌...

ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ

ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ...

୪ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି!

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର...

ଝରାଫୁଲ ମୃତ୍ୟୁ ରହସ୍ୟ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରେମିକ ରାକେଶ

ଭୁବନେଶ୍ୱର,୩।୨(ବ୍ୟୁରୋ) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱରରେ ପହଞ୍ଚିଛି ଯାଜପୁର ପୋଲିସ। ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ସାଙ୍ଗରେ ଆଣି...

ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ...

ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍‌ଆଇଭି, ସିଫିଲ୍ସ ପରୀକ୍ଷଣ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍‌ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍‌ଆଇଭି ଓ...

Advertisement
Archives

Model This Week