Posted inଖେଳ

ସଲ୍‌ମାଙ୍କ ସ୍ପେଲ୍‌ ନିର୍ଣ୍ଣାୟକ: ସ୍ମୃତି

ଶାରଜା, ୧୧।୧୧(ପି.ଟି.)- ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ୍‌ରେ ବାଜି ମାରିଛି ଟ୍ରେଲ୍‌ ବ୍ଲେଜର୍ସ। ସୋମବାର ଅନୁଷ୍ଠିତ ଫାଇନାଲରେ ଗତ ୨ ବର୍ଷର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ହରାଇ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଏହି ଦଳ। ଲୋ ସ୍କୋରିଂ ମ୍ୟାଚରେ ଟ୍ରେଲ୍‌ବ୍ଲେଜର୍ସ ମାତ୍ର ୧୧୮ ରନ କରିଥିଲେ ହେଁ ତାହାକୁ ଚେଜ୍‌ କରିପାରି ନ ଥିଲା ହରମନପ୍ରୀତ କୌରଙ୍କ ସୁପରନୋଭାସ। ଏହି ଦଳ ପୂରା ୨୦ ଓଭର ଖେଳିଥିଲେ ହେଁ ୭ ଉଇକେଟ ହରାଇ ୧୦୨ ରନ କରିପାରିଥିଲା। ଏଥିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଚାମ୍ପିୟନ ଦଳର ଅଧିନାୟିକା ସ୍ମୃତି। ଲୋ ସ୍କୋରିଂ ଗେମ୍‌ ହୋଇଥିଲେ ହେଁ ତାଙ୍କ ସ୍ପିନରମାନେ ଏହାକୁ ଡିଫେଣ୍ଡ କରିବାର କ୍ଷମତା ରଖିଛନ୍ତି ବୋଲି ସେ ସର୍ବଦା ବିଶ୍ୱାସ କରିଥାନ୍ତି। ପିଚ୍‌ କ୍ରମେ ସ୍ଲୋ ହୋଇଥିବାରୁ ଫାଇନାଲରେ ତାଙ୍କ ଦଳର ବିଜୟ ସମ୍ଭବ ହେଲା ବୋଲି ସେ ପ୍ରକାଶ କରିଛନ୍ତି। ” ଏହା ଏକ ଚମତ୍କାର ପ୍ରଦର୍ଶନ ଥିଲା। ଆମେ ୧୩୦-୪୦ ରନ କରିବାକୁ ଚାହିଁଥିଲୁ, ମାତ୍ର ଶେଷ ଭାଗରେ ଟ୍ରାକ୍‌ଚ୍ୟୁତ ହେଲୁ। ପିଚ୍‌ ସ୍ଲୋ ଥିବାରୁ ଏବଂ ମ୍ୟାଚ ଆଗେଇବା ସହିତ ଅଧିକ ସ୍ଲୋ ହେଉଥିବାରୁ ୧୨୦ ପାଖାପାଖି ଚ୍ୟାଲେଞ୍ଜିଂ ସ୍କୋର ବୋଲି ମୁଁ ଅନୁଭବ କରିଥିଲି। ଆମର ସ୍ପିନ୍‌ ଆକ୍ରମଣ ବହୁତ ଭଲ। ଆମେ ମ୍ୟାଚର ପ୍ରଥମ ବଲ୍‌ରୁ ସକାରାତ୍ମକ ଫଳାଫଳ ପାଇଥିଲୁ“ ବୋଲି ମାନ୍ଧାନା କହିଛନ୍ତି। ଅଫ୍‌ ସ୍ପିନର ସଲ୍‌ମା ଖାତୁନ ୧୯ତମ ଓଭରରେ ୩ ଉଇକେଟ ନେଇଥିଲେ। ଏହା ମଧ୍ୟରେ ଅଧିନାୟିକା ହରମନପ୍ରୀତଙ୍କ ଉଇକେଟ ସାମିଲ ଥିଲା। ”ସଲ୍‌ମା ବଢ଼ିଆ ବୋଲିଂ କରିଥିଲେ। ଏହାକୁ ମ୍ୟାଚ ବିଜୟୀ ସ୍ପେଲ କୁହାଯାଇପାରିବ। ସେ ଜଣେ ଅଭିଜ୍ଞ ଖେଳାଳି। ନିଜ ଉପରେ ବିଶ୍ୱାସ ରଖିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି। ସେ ନିଜ ଅଭିଜ୍ଞତାର ଉପଯୋଗ କଲେ ଏବଂ ଫଳାଫଳରେ ତାହା ପ୍ରତିଫଳିତ ହେଲା“ ବୋଲି ସେ କହିଛନ୍ତି।
ଟ୍ରେଲ୍‌ ବ୍ଲେଜର୍ସ ଦଳର ଥାଇଲାଣ୍ଡ ଖେଳାଳି ନଥାକନ୍‌ ଚନଥାମଙ୍କ ଏକ ବାଉଣ୍ଡାରି ଫିଲ୍ଡିଂ ଏବେ ଚର୍ଚ୍ଚାରେ ରହିଛି। ତେଣୁ ସ୍ବାଭାବିକଭାବେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ଅଧିନାୟିକା। ଚନ୍‌ଥାମ ପଡ଼ିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ଆକ୍ରୋବେଟିକ୍‌ ଦକ୍ଷତା ଦେଖାଇ ସେ ଯେପରି ବାଉଣ୍ଡାରି ଅଞ୍ଚଳରେ ବଲ୍‌କୁ ଅଟକାଇଲେ ତାହା ମହିଳା କ୍ରିକେଟ ପାଇଁ ଏକ ଭଲ ବିଜ୍ଞାପନ। ସେ କଭର ଅଞ୍ଚଳରେ ଏକ ଚିତ୍ତାକର୍ଷକ କ୍ୟାଚ ମଧ୍ୟ ନେଇଥିଲେ। ଫିଲ୍ଡିଂ ସମୟରେ ଚନ୍‌ଥାମ ୨-୩ ଥର ଯେପରି ଦକ୍ଷତା ଦେଖାଇଲେ ତାହା ମହିଳା କ୍ରିକେଟରେ ମୁଁ କେବେ ଦେଖି ନ ଥିଲି ବୋଲି ମାନ୍ଧାନା ପ୍ରକାଶ କରିଛନ୍ତି। କୋଭିଡ-୧୯ ପାଇଁ ଦୀଘଦିନପରେ କ୍ରିକେଟ ଖେଳିବା ସୁଯୋଗ ପାଇଥିବାରୁ ସମସ୍ତେ ଖୁସିଥିବା ସେ କହିଛନ୍ତି। ” ଆମେ ଖେଳିବା ସହିତ ସମସ୍ତଙ୍କ ସହ ମିଶିବାକୁ ଚାହୁଁଥିଲୁ। ଆମେ ୭ ମାସ ହେଲା ପରସ୍ପରକୁ ଦେଖି ନ ଥିଲୁ। ଏପରି ପୂର୍ବରୁ କେବେ ହୋଇ ନ ଥିଲା। ଗତ ୬ ମାସ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ କଷ୍ଟଦାୟକ ଥିଲା। ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ମୁଁ ଧନ୍ୟବାଦ ଜଣାଉଛି। ଆଗକୁ ମଧ୍ୟ ଖେଳ ବଜାୟ ରଖିବାନେଇ ଆଶା ରହିଛି। ଏହା ହୋଇପାରିଲେ ଆମେ ନିଶ୍ଚିତ ଖୁସି ହେବୁ“ ବୋଲି ସେ କହିଛନ୍ତି। ସୁପରନୋଭାସର ସିନିୟର ଶ୍ରୀଲଙ୍କା ଖେଳାଳି ଶଶିକଳା ଶିରିବର୍ଦ୍ଧନେ ମଧ୍ୟ ଏହି ଇଭେଣ୍ଟ ଆୟୋଜନ ପାଇଁ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri