Posted inଜାତୀୟ

କଂଗ୍ରେସରେ ରହି ଲମ୍ବା ଲଢେଇ ଲଢିବାକୁ ଚାହୁଁଛନ୍ତି ପାଇଲଟ!

ଜୟପୁର,୧୭।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦଳରୁ କାଢି ଦିଆ ଯିବନାହିଁ ବୋଲି ଜଣାପଡିଛି। ଏହାସହ ତାଙ୍କ ସମର୍ଥକଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯିବ ନାହିଁ ବୋଲି କୁହାଯାଉଛି। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ପାଇଲଟ ଦଳରେ ରହି ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିପାରନ୍ତି। କିନ୍ତୁ ପାଇଲଟ ଦଳରେ ରହିବାକୁ ଚାହୁଁ ନ ଥିବା ପ୍ରକାଶ କରିଛନ୍ତି। ଏବେ ପାଇଲଟଙ୍କ ସମର୍ଥକ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବାକୁ ଯୋଜନା ଚାଲିଛି। ପାଇଲଟଙ୍କ ପାଇଁ କଂଗ୍ରେସର ସବୁ ଦ୍ୱାରା ଖୋଲା ରହିଥିବା ଦଳ ପ୍ରକାଶ କରିବା ସହ କେତେଜଣ ବରିଷ୍ଠ ନେତା ଏବେବି ପାଇଲଟଙ୍କୁ ବୁଝାଇବାରେ ଲାଗିଥିବା ଜଣାପଡିଛି। ପୁଣି କଂଗ୍ରେସ ସର୍ତ୍ତ ରଖିଛି ଯେ ପାଇଲଟ ବିନା ସର୍ତ୍ତରେ ଦଳକୁ ଫେରି ଆସନ୍ତୁ ଓ ତାଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ଦିଆଯିବ। ପାଇଲଟ ଆଇନର ସରଣ ନେବା ପରେ ଦଳ ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥...

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ...

ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ପୋଲିସ

କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ...

ମିସେସ୍‌ ଓ୍ବାଲର୍‌ଡ ସରଗମ କୌଶଲ

ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍‌ ଓ୍ବାଲର୍‌ଡ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍‌ ପୁଣି ଭାରତକୁ ଫେରିଛି। ଶନିବାର...

୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି

ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫...

ଟିକା ନେବା ପରେ ଡ୍ରାଇଭରଙ୍କ ମୃତ୍ୟୁ, ଆଶାକର୍ମୀ ଅସୁସ୍ଥ: ପରୀକ୍ଷା ନିରୀକ୍ଷା ଜାରି

ହାଇଦ୍ରାବାଦ୍‌/ଚଣ୍ଡିଗଡ଼, ୨୧।୧: କରୋନା ଟିକା ନେବା ପରେ ତେଲଙ୍ଗାନାର ନିର୍ମଳ ଜିଲାରେ ଆମ୍ବୁଲାନ୍ସ୍‌ ଡ୍ରାଇଭର ବିଠୁଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ...

ଇସ୍ତଫା ପରେ ଗୁଲାମନବୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଆଜାଦ ଏକ ବଡ଼...

ସିଏଏକୁ ନେଇ ଆସାମରେ ଶାହାଙ୍କୁ କଳା ପତାକା ପ୍ରଦର୍ଶନ

ଗୁଆହାଟି, ୨୫।୧: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅସାମ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ ସହିତ ମଶାଲ...

Advertisement
Archives

Model This Week