Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କ ସମେତ କଂଗ୍ରେସ ବିଧାୟକଙ୍କ ନାଁରେ ମାମଲା ରୁଜୁ

ଜୟପୁର,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବା ବିଦ୍ରୋହୀ ବିଧାୟକଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର ଏହି ଷଡ଼ଯନ୍ତ୍ରର ଏକ ଅଡ଼ିଓ ଟେପ୍‌ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯିବା ପରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଆକ୍ସନ ମୁଡରେ ଆସିଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତ, କଂଗ୍ରେସ ବିଧାୟକ ଭଂଓ୍ବରଲାଲ ଶର୍ମା ଓ ସଞ୍ଜୟ ଜୈନଙ୍କ ନାଁରେ ଏସ୍‌ଓଜି ଏତଲା ଦାୟର କରିଛି। ଏହି ଅଡ଼ିଓ ଟେପ୍‌ରେ କଂଗ୍ରେସ ବିଧାୟକ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ନାଁ ନେଇଥିବା ଜଣାପଡ଼ିଛି। ଏସ୍‌ଓଜି ସର୍ବପ୍ରଥମେ ଏହି ଅଡିଓ ଟେପ୍‌ର ଯାଞ୍ଚ କରିବ। ଏହି ମାମଲାରେ ରାଜସ୍ଥାନ ଏସ୍‌ଓଜି ପକ୍ଷରୁ ଧାରା ୧୨୪-ଏ ଏବଂ ୧୨୦-ବିରେ ଏତଲା ରୁଜୁ କରିଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଧାରା ୧୨୪-ଏ ଅର୍ଥାତ୍‌ ଦେଶଦ୍ରୋହ ଅଭିଯୋଗରେ ଏସ୍‌ଓଜି ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ବିଧାୟକଙ୍କ ବିରୋଧରେ ଏକ ଅଡ଼ିଓ ଟେପ୍‌ ଜାରି କରିଥିଲେ। ଯେଉଁଥିରେ ଭଂଓ୍ବରଲାଲ, ସଞ୍ଜୟ ଓ ଗଜେନ୍ଦ୍ରଙ୍କ ସ୍ବର ଥିବା ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌କୁ ନେଇ ହାଇକୋର୍ଟଙ୍କ ଚିନ୍ତା: ନିର୍ବାଚନ ଘୁଞ୍ଚାଇବାକୁ ସରକାର, ନିର୍ବାଚନ କମିଶନଙ୍କୁ ଅପିଲ

ଆହ୍ଲାବାଦ,୨୪ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏପଟେ ରାଜନୈତିକ ଦଳମାନେ ବିଭିନ୍ନ ରାଲି ଓ ଜନସଭା ଆୟୋଜନ କରି ଭୋଟରଙ୍କୁ...

ପିପିଇ କିଟ୍‌ ପିନ୍ଧି ତଲାସି କରୁଛନ୍ତି ସିବିଆଇ ଅଧିକାରୀ

ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟ(ପିପିଇ) କିଟ୍‌ ଯୋଗାଇ ଦିଆଯାଉଥିଲା। କାରଣ...

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ...

ଆଇଇଡି ବିସ୍ଫୋରଣ: ୨ ଯବାନ ଆହତ

ସୁକମା,୨୧।୫: ଛତିଶଗଡ଼ର ସୁକମା ଜିଲାରେ ମଙ୍ଗଳବାର ହୋଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହେବା ଫଳରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି।...

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି...

ଭାରତ ସହ ଅଛୁ: ବ୍ରିଟେନ୍‌

ନୂଆଦିଲ୍ଲୀ, ୨୫।୪: ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି।...

ସୁରକ୍ଷିତ ନୁହେଁ ‘ଜୁମ୍‌’ ଆପ

ନୂଆଦିଲ୍ଲୀ,୧୬।୪: କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପରସ୍ପର ସହ ସମ୍ପର୍କ ରଖିବାକୁ ଲୋକେ ଭିଡିଓ କଲିଂ ବା କନଫରେନ୍ସିଂର...

ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକାତା,୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ...

Advertisement
Archives

Model This Week