ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା

ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’ ୯ରେ ଯୁଦ୍ଧ ଶେଷ କରି ନିର୍ଣ୍ଣାୟକ ବିଜୟ ଘୋଷଣା କରିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପ୍ରତିବର୍ଷ ମେ’୯କୁ ରୁଷିଆ ଭିକ୍ଟ୍ରି ଡେ’ ଭାବେ ପାଳନ କରିଥାଏ । ଏହିଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କୁ ସମ୍ବୋଧନ କରିଥାଆନ୍ତି । ଅନୁମାନ କରାଯାଉଛି କି ଚଳିତ ବର୍ଷ ପୁଟିନ ତାଙ୍କ ସମ୍ବୋଧନରେ ଡୋନବାସରେ ମିଳିଥିବା ସଫଳତାକୁ ୟୁକ୍ରେନ୍ ଉପରେ ନିର୍ଣ୍ଣାୟକ ବିଜୟ ଭାବେ ଘୋଷଣା କରିପାରନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ପ୍ରଥମେ ରୁଷିଆ ଆକ୍ରମଣ କରିଥିବା ବେଳେ ଏବେ କିନ୍ତୁ ରୁଷିଆ ସେନାଙ୍କୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସେନା । କିଛିଦିନ ତଳେ ୟୁକ୍ରେନ୍ ସେନା ଦାବି କରିଥିଲା କି ଖାର୍କିବରେ ରୁଷିଆ ବିମାନକୁ ନଷ୍ଟ କରି ଦିଆଯାଇଛି । ଏପଟେ ରୁଷିଆ ସେନା ମାରିଉପୋଲ କବଜା କରିଥିବା ଘୋଷଣା କରିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପୁଟିନ ନିଜେ ମାରିଉପୋଲ ଉପରେ ବିଜୟ ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର...

ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର...

କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !

ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ...

ବିକାଶଶୀଳ ଦେଶଗୁଡିକୁ ପ୍ରତିବର୍ଷ ମିଳିବ ୩୦ ବିଲିୟନ ଡଲର, ୩୦ ପ୍ରତିଶତ ଭୂମି

ମୋଟ୍ରିୟଲ,୨୦ ।୧୨: ମିଳିତ ଜାତିସଂଘ କପ ୧୫ ସମ୍ମିଳନୀରେ ଐତିହାସିକ ଚୁକ୍ତିନାମ ଅନୁଯାୟୀ ଗରିବ ତଥା ବିକାଶଶୀଳ ଦେଶଗୁଡିକ ଜୈବ ବିବିଧତା ରକ୍ଷା କରିବାକୁ ପ୍ରତିବର୍ଷ...

କାବୁ ହେଉନି ଜଙ୍ଗଲ ନିଆଁ, କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ

ଓଟାଓ୍ବା,୧୮ା୮: ଜଙ୍ଗଲରେ ବ୍ୟାପିଥିବା ନିଆଁ ଥମିବାର ନାଁ ନେଉନି। ଏହି ନିଆଁ ବର୍ତ୍ତମାନ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଆଡ଼କୁୁ ଗତି କରୁଛି। ବନ୍ୟପ୍ରାଣୀ ଭୟରେ...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ସରକାର ବିରୋଧୀ ବିକ୍ଷୋଭର ୪ ମାସ ପରେ : ହଂକଂରେ ଫେସ୍‌ ମାସ୍କ ନିଷିଦ୍ଧ

ହଂକଂ,୫ା୧୦: ହଂକଂରେ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଗତ ଜୁନ୍‌ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ବିକ୍ଷୋଭକୁ ୪ ମାସ ବିତିଛି। ସରକାର ଗତମାସରେ ଏହି ବିବାଦୀୟ...

ଚାଇନାର ସମର୍ଥନ ପରେ ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାର ଆଇଏମଏଫ ସହାୟତା…

କଲମ୍ବୋ,୮।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାରର ଏକ ସର୍ତ୍ତମୂଳକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ୟାକେଜ ପ୍ରଦାନ...

Advertisement
Archives

Model This Week