ଖରାଛୁଟିକୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୨୨ା୪: ଚଳିତବର୍ଷ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଘୋଷଣା ହୋଇଥିବା ବେଳେ ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ହେବ ଖରାଛୁଟି। ତେବେ ଜୁନରେ ଖରାଛୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମେ’ରେ ପ୍ରଚଣ୍ଡ ଖରାରେ ପିଲାମାନେ କିପରି ସ୍କୁଲ ଯିବେ, କୌଣସି ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ କହିଛନ୍ତି। ତେଣୁ ଜୁନ ପରିବର୍ତ୍ତେ ମେ’ରେ ଖରାଛୁଟି କରିବା ଲାଗି ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଅଭିଭାବକ ଗୋପାଳ ଦାସ କୁହନ୍ତି, ଏପ୍ରିଲରେ ଖରାର ପ୍ରଭାବ ଅଧିକ ରହିଛି। ଦିନରେ ତାପମାତ୍ରା ପ୍ରାୟ ୩୮ ଡିଗ୍ରୀ ଉପରେ ରହୁଛି। ମେ’ରେ ଏହା ଅଧିକ ରହିବ। ଏହି ସମୟରେ ଅଧିକ ଖରା ଓ ଗୁଳୁଗୁଳି ହୋଇଥାଏ। ବୁଦ୍ଧିଜୀବୀ ଶକ୍ତିଶଙ୍କର ମିଶ୍ର କୁହନ୍ତି, ମେ’ରେ ପ୍ରଚଣ୍ଡ ଖରା ହୋଇଥାଏ। ପିଲାଙ୍କ ଯିବାଆସିବାରେ ଅସୁବିଧା ହୋଇପାରେ। ସେହିପରି ବରିଷ୍ଠ ନାଗରିକ ରାମଶଙ୍କର ସମାନ ଅଭିଯୋଗ ଆଣିଛନ୍ତି। ସରକାର ନିଜ ନିଷ୍ପତ୍ତି ତର୍ଜମା କରନ୍ତୁ ବୋଲି କହିଛନ୍ତି। ବରିଷ୍ଠ ବୁଦ୍ଧିଜୀବୀ ଜ୍ଞାନ ରଞ୍ଜନ ଦାଶ, ଆଇନଜୀବୀ ବସନ୍ତ ଦାସ କୁହନ୍ତି, ମେ’ରେ ତାପମାତ୍ରା ଅଧିକ ରହିଥାଏ। ଜୁନରେ ମୌସୁମୀ ପ୍ରବେଶ କରିଥାଏ, ତେଣୁ ତାପମାତ୍ରା ହ୍ରାସ ପାଇଥାଏ। ମେ’ରେ ଖରାଛୁଟି କରିବାକୁ କହିଛନ୍ତି। ଅଭିଭାବକ ତପନ ସାମନ୍ତରାୟ, ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ, ଦାଶରଥି ଦାସ କୁହନ୍ତି, ବର୍ତ୍ତମାନ ଖରା ଅସହ୍ୟ ହେଲାଣି। ପୂର୍ବାହ୍ନ ୧୦ଟା ପରେ ଘରୁୁ ପଦାକୁ ବାହାରି ହେଉନି। ଆଗକୁ ଖରା ବଢିବ। ମେ’ରେ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହି ସମୟରେ ପିଲାମାନେ ସ୍କୁଲରେ ପାଠ ପଢ଼ିବା ସମ୍ଭବପର ନୁହଁ। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମେ’ ମାସ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ। ଜୁନରେ ତାପମାତ୍ରା କମିଲେ ପିଲାଙ୍କ ପାଠପଢ଼ା କରାଯାଉ। ଅନ୍ୟପଟେ ବରିଷ୍ଠ ସାମାଜିକ କର୍ମୀ ପ୍ରଭାତ ମିଶ୍ର, ଆଇନଜୀବୀ ଅଜିତ ପଟ୍ଟନାୟକ କୁହନ୍ତି, ଖରାକୁ ଡରି ଅଭିଭାବକମାନେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ପିଲାଙ୍କୁ ପାଠ ପଢିବାକୁ ଛାଡିବା ନେଇ ଆଶଙ୍କା ରହିଛି। ଖରାର ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ପରିବର୍ତ୍ତେ ମେ’ରେ ଖରାଛୁଟି କରାଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri