ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀ ବୃଦ୍ଧି ସମସ୍ୟାରୁ କିଛିଟା ମୁକ୍ତି ମିଳିବ। ମିଳିତ ଜାତିସଂଘ ଏବଂ ତୁର୍କୀ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ଦେଶର କୂଟନୀତିଜ୍ଞମାନେ ଶସ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଉପରେ ଆଲୋଚନା କରୁଛନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ଖାଦ୍ୟଶସ୍ୟ ପ୍ରସଙ୍ଗରେ ସାମରିକ ଅଧିକାରୀଙ୍କ ମାଧ୍ୟମରେ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ,ଚଳିତ ବର୍ଷ ଫେବୃଆରୀରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ୟୁକ୍ରେନର ଅନେକ ଗୁରୁତ୍ୱପୂର୍ଣ୍ଣ ସହର, ବନ୍ଦର ଦଖଲ କରିଛି। ଏବେ ମଧ୍ୟ ରୁଷିଆର ଆକ୍ରମଣ ଜାରି ରହିଛି। ଏହି କାରଣରୁ ୟୁକ୍ରେନରୁ ଶସ୍ୟ ରପ୍ତାନି ପ୍ରାୟ ପାଞ୍ଚ ମାସ ହେବ ରୋକ ଲାଗିଛି। ଏହାକୁ ଉଠାଇବା ପାଇଁ ଆଜି ରୁଷିଆ ଏବଂ ୟୁକ୍ରେନ ଆଲୋଚନା ଚାଲିଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri