ସଫଳତା ପାଇବାର ୫ ମୂଳ ମନ୍ତ୍ର, ସମସ୍ତ କାର୍ଯ୍ୟରେ ପାଇବେ ସିଦ୍ଧି

ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭବକୁ ନେଇ ଜୀବନର ରହସ୍ୟସବୁକୁ ନେଇ ନିଜର ନୀତିଶାସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏସବୁ ନୀତିକୁ ଅନୁସରଣ କଲେ ଜୀବନର ଚ୍ୟାଲେଞ୍ଜ ସହ ଲଢ଼ିବାକୁ ସାହସ ମିଳିଥାଏ। ଏଥିସହ ଏଥିରେ କୁହାଯାଇଥିବା ଉପାୟସବ ସଫଳତା ମାର୍ଗରେ ଚାଲିବା ଲାଗି ପଥ ପ୍ରଥ ପ୍ରଦର୍ଶକ ହୋଇଥାଏ। ତେବେ ଚାଣକ୍ୟ ସଫଳତାକୁ ନେଇ ୫ ମୂଳ ମନ୍ତ୍ର ବିଷୟରେ କହିଛନ୍ତି। ଏହାକୁ ଆପଣାଇଲେ ପ୍ରତିଟି କ୍ଷେତ୍ରରେ ଜଣେ ବ୍ୟକ୍ତି ସଫଳ ହୋଇପାରିବ। ଆସନ୍ତା ଜାଣିବା:

-ପ୍ରଥମ ମନ୍ତ୍ର: ଚାଣକ୍ୟ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜର ରୋଜଗାର ଏବଂ ଖର୍ଚ୍ଚର ସମ୍ପୂର୍ଣ୍ଣ ବିବରଣୀ ରଖିବା ଉଚିତ। ଏହାଫଳରେ ସେ ନିଜର ଆର୍ଥିକ ଉତ୍ଥାନ ପତନ ସହ ବଜେଟକୁ ଦୃଷ୍ଟିରେ ରଖିପାରିବେ। ଯଦି ବ୍ୟକ୍ତି ନିଜର ରୋଜଗାରଠାରୁ ଖର୍ଚ୍ଚ ଅଧିକ କରନ୍ତି ତେବେ ତାକୁ ଅଭାବ ଅନଟନର ସାମ୍ନା କରିବାକୁ ପଡ଼ିଥାଏ। ଏଣୁ ଧନ ସଞ୍ଚୟ ନିହାତି ଆବଶ୍ୟକ।

-୨ୟ ମନ୍ତ୍ର: ମନୁଷ୍ୟକୁ ନିଜର ଶାରିରିକ ଏବଂ ବୌଦ୍ଧିକ କ୍ଷମତା ବିଷୟରେ ଜାଣି ରଖିବା ଉଚିତ। ଏଣୁ ଯଦି ବ୍ୟକ୍ତି ନିଜର କ୍ଷମତା ବିଷୟରେ ଜାଣନ୍ତି ତେବେ ସେ ସେହି ଅନୁଯାୟୀ କାର୍ଯ୍ୟ କରି ସଫଳ ହୁଅନ୍ତି। ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

-୩ୟ ମନ୍ତ୍ର: ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ନିଜର ଶୁଭଚିନ୍ତକ ଏବଂ ବିରୋଧୀଙ୍କ ବିଷୟରେ ଜାଣି ରଖିବା ଉଚିତ। ଏହାଦ୍ୱାରା ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଶୁଭଚିନ୍ତକଙ୍କ ସହାୟତା ନେଇପାରିବେ, ସେହିଭଳି ବିରୋଧୀଙ୍କୁ ଦୂରେଇ ରଖିପାରିବେ। ଯିଏ ଏମାନଙ୍କ ମଧ୍ୟରେ ପ୍ରଭେଦ ଜାଣିନେବେ ସେ ସବୁ କଠିନସ୍ଥିତିକୁ ପାର କରିନେବ।

୪ର୍ଥ ମନ୍ତ୍ର: ଚାଣକ୍ୟ କୁହନ୍ତି ସବୁ ବ୍ୟକ୍ତିଙ୍କୁ ଜାଣି ରଖିବା ଉଚିତ ଯେ କେଉଁ ସ୍ଥାନ ତାଙ୍କ ରହିବା ଲାଗି ଠିକ୍‌ ଏବଂ କିଭଳି ଲୋକଙ୍କ ମଧ୍ୟରେ ରହିବା ଉଚିତ। ଏହାଦ୍ୱାରା ସୁଖ ସୁବିଧା ଏବଂ ରୋଜଗାରର ଭରପୂର ଅବସର ପ୍ରାପ୍ତ ହେବ।

୫ମ ମନ୍ତ୍ର: ଚାଣକ୍ୟ କୁହନ୍ତି ସଫଳତା ପାଇବାକୁ ହେଲେ ବ୍ୟକ୍ତିଙ୍କୁ ନିଜର ବର୍ତ୍ତମାନ ସ୍ଥିତିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବାର ବୁଦ୍ଧି ରହିବା ଉଚିତ। ଯେଉଁ ବ୍ୟକ୍ତି ନିଜର ପରିସ୍ଥିତି ଅନୁଯାୟୀ ନିର୍ଣ୍ଣୟ ନେଇଥାନ୍ତି, ସେ ସଫଳ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri