Posted inଜାତୀୟ

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ ନ୍ୟୁୟର୍କର ମାନହାଟନରେ ‘ଏକତା ପାଳନ’ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ RSS ଯୁବପିଢ଼ି ବିଶେଷକରି Gen-Z ପର୍ଯ୍ୟନ୍ତ ଏହାର ପ୍ରସାରକୁ ବିସ୍ତାର କରିବା ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ କରୁଛି। ବିଦେଶରେ ରହୁଥିବା ଭାରତୀୟ ଯୁବପିଢ଼ି ଏବଂ ବୁଦ୍ଧିଜୀବୀମାନଙ୍କ ସହିତ ତାଙ୍କ ଭାବବିନିମୟ ପାଇଁ ଯୋଜନା ମଧ୍ୟ କରାଯାଇଛି।

ଆମେରିକାରେ ଭାରତୀୟ ପ୍ରବାସୀ ସାଂସ୍କୃତିକ ଏବଂ ସାମାଜିକ ସଂଗଠନଗୁଡ଼ିକୁ ନେଇ ଏକ ଶୃଙ୍ଖଳା କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୋହନ ଭାଗବତ ବିଶ୍ୱ ଭ୍ରାତୃତ୍ୱ, ସାମାଜିକ ସଦ୍ଭାବ ଏବଂ ଏକତା ଭଳି ବିଷୟବସ୍ତୁ ଉପରେ ସଂଘର ଦୃଷ୍ଟିକୋଣକୁ ପ୍ରକାଶ କରିବେ। ତାଙ୍କର ଆମେରିକା ଗସ୍ତ ପରେ ସେ କାନାଡା ଯାତ୍ରା କରିବେ।

ଏହା ତାଙ୍କର ପ୍ରଥମ କାନାଡା ଗସ୍ତ ହେବ। ପରବର୍ତ୍ତୀ ସମୟରେ ତାଙ୍କର ୟୁକେ ଗସ୍ତ କରିବାର ସମ୍ଭାବନା ମଧ୍ୟ ରହିଛି। FCRA (ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ) ଆଇନରେ ପ୍ରସ୍ତାବିତ ସଂଶୋଧନ ଯୋଗୁ ତାଙ୍କର ବିଦେଶ ଗସ୍ତ ରାଜନୈତିକ ଏବଂ ସାମାଜିକ ମହଲରେ ଯଥେଷ୍ଟ ଆଗ୍ରହ ସୃଷ୍ଟି କରୁଛି। କିଛି ଦିନ ପୂର୍ବରୁ କର୍ନାଟକ ମନ୍ତ୍ରୀ ପ୍ରିୟାଙ୍କ ଖାର୍ଗେ ଏକ ଚିଠି ଲେଖି ପ୍ରଶ୍ନ କରିଥିଲେ ଯେ, ହଜାର ହଜାର ଶାଖା ଏବଂ ବ୍ୟାପକ ପ୍ରଭାବ ଥିବା ଏକ ସଂଗଠନ – RSSର କାହିଁକି ଆନୁଷ୍ଠାନିକ ପଞ୍ଜୀକରଣର ନାହିଁ ଏବଂ ଏହାର ଆର୍ଥିକ ଉତ୍ସ କ’ଣ?
ଭାଗବତ ଏହି ପ୍ରଶ୍ନଗୁଡ଼ିକୁ ଖାରଜ କରି କହିଥିଲେ ଯେ, RSS ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା କିମ୍ବା ପାଣ୍ଠି ପାଏ ନାହିଁ ଏବଂ ତେଣୁ କୌଣସି ନିର୍ଦ୍ଦିଷ୍ଟ ପଞ୍ଜୀକରଣର ଆବଶ୍ୟକତା ନାହିଁ। ସଂଗଠନର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସାର୍ବଜନୀନ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?