Posted inଖେଳ

ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର କାନ୍‌ସାସ୍‌ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍‌(ଏମ୍‌ଓସି) ଷ୍ଟାର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।ଏମ୍‌ଓସିର ଭର୍ଚୁଆଲ ବୈଠକ ବେଳେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ୬ଟି ଖେଳ ବିଭାଗ ଯଥା ଶୁଟିଂ, ବ୍ୟାଡ୍‌ମିଣ୍ଟନ, ବକ୍ସିଂ, ପାରା ସ୍ପୋଟର୍‌ସ, ଭାରୋତ୍ତୋଳନ ଓ ହକିକୁ ୧.୫କୋଟି ଟଙ୍କା ପ୍ରଦାନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଚାନୁଙ୍କ ସହିତ ତାଙ୍କ କୋଚ୍‌ ଓ ଫିଜିଓଥେରାପିଷ୍ଟ ମଧ୍ୟ ୟୁଏସ୍‌ଏ ଯିବେ। ଦୀର୍ଘଦିନ ଧରି ଇଞ୍ଜୁରି ସମସ୍ୟାରେ ଥିବାରୁ ଏହି ଭାରୋତ୍ତୋଳିକାଙ୍କର ରିହାବିଲିଟେଶନ କାର୍ଯ୍ୟ ମଧ୍ୟ ହେବ ବୋଲି ସାଇ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ଶୁଟିଂ ପାଇଁ ଗୁଳି କ୍ରୟ ଲାଗି ଶୁଟରମାନେ ଦେଇଥିବା ପ୍ରସ୍ତାବ ଅନୁମୋଦ ଲାଭ କରିଛି। ଏହାଦ୍ୱାରା କରୋନା ଭାଇରସ ସମୟରେ ସେମାନେ ସେମାନଙ୍କ ହୋମ୍‌ ରେଞ୍ଜ୍‌ରେ ଟ୍ରେନିଂ ନେଇପାରିବେ। କମିଟି ଆହୁରି ମଧ୍ୟ ଅଞ୍ଜୁମ ମୋଦ୍‌ଗିଲ୍‌ ଏବଂ ମେରାଜ୍‌ ଅହମ୍ମଦ ଖାଁଙ୍କୁ ସେମାନଙ୍କ ସରଞ୍ଜାମ ଓ ଟ୍ରେନିଂ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ୩ମାସ ଧରି ଟ୍ରେନିଂ ପ୍ରୋଗ୍ରାମ୍‌ ପାଇଁ ବକ୍ସର ବିକାଶ କ୍ରିଷନ ଲାଗି ଅର୍ଥ ମଞ୍ଜୁର କରାଯାଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌ ରନ୍‌ ସିମ୍ସ ଜୁନିୟର ମଧ୍ୟ ଯିବେ। କମିଟି ଆହୁରି ମଧ୍ୟ ଡାନିଶ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ୩ ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବି ଶ୍ରୀକାନ୍ତ, ସାଇନା ନେହ୍ବାଲ ଓ ଲକ୍ଷ୍ୟ ସେନ୍‌ ଏବଂ ଡେନ୍‌ମାର୍କରେ ସେନ୍‌ ଟ୍ରେନିଂ ଓ ସାର୍‌ଲର୍‌ ଲକ୍ସ ଓପନରେ ଭାଗ ନେବା ଲାଗି ଅର୍ଥ ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri