Posted inଖେଳ

ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ ପରେ ୭ଟି ଛକା ମାରି ୩୧ ବଲରୁ ୫୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୮ତମ ଓଭରରେ ସେଲଡନ କଟ୍ରେଲଙ୍କ ଓଭରରେ ୫ଟି ଛକା ମାରିଥିଲେ। ଦଳର ବ୍ୟାଟିଂ କୋଚ୍‌ ବିଜୟ ଯାଦବ ଟଓ୍ବୋଟିଆଙ୍କର ଏହି ଇନିଂସକୁ ପ୍ରଶଂସା କରିଛନ୍ତି। ଆଇପିଏଲ୍‌ରେ ସେ ପ୍ରସିଦ୍ଧି ହାସଲ କରି ଜଣେ ବଡ଼ା ତାରକାରେ ପରିଣତ ହେବେ ବୋଲି ପୂର୍ବରୁ ଜାଣିଥିଲି ବୋଲି ସେ କହିଛନ୍ତି।
ହରିୟାଣାର ଫରିଦାବାଦ ଜିଲାର ସିହି ଗ୍ରାମରୁ ଆସିଥିବା ଟଓ୍ବୋଟିଆ ଦମ୍‌ଦାର ପ୍ରଦର୍ଶନ କରି ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଧୂଆଁଧାର ବ୍ୟାଟିଂକୁ ଫିକା କରିଦେଇଥିଲେ। ମୟଙ୍କ ଆଇପିଏଲ୍‌ରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ହୋଇଥିଲା। ରାଜସ୍ଥାନ ବ୍ରାଣ୍ଡ ଆମ୍ବାସାଡର ଶେନ୍‌ ଓ୍ବର୍ନ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ବ୍ୟାଟିଂ କରିବାକୁ ଆସି ଖରାପ ଆରମ୍ଭ କରିଥିଲେ ମଧ୍ୟ ସେ ସାହସିକତାର ପରିଚୟ ଦେଇଥିଲେ। ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବର୍ନ କହିଛନ୍ତି।
ହରିୟାଣାରୁ ଲେଗ୍‌ ସ୍ପିନର ସୃଷ୍ଟି ହେବାର ପରମ୍ପରା ରହିଛି। ଅମିତ ମିଶ୍ରା, ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲର ଏହି ରାଜ୍ୟରୁ ଆସିଛନ୍ତି। ତେଣୁ ଟଓ୍ବୋଟିଆ ମଧ୍ୟ ଏମାନଙ୍କ ପଦାନୁସରଣ କରିଥିଲେ। କିନ୍ତୁ ଗତ ୭ ବର୍ଷ ହେବ ସେ ପ୍ରସିଦ୍ଧି ହାସଲ କରିପାରି ନ ଥିଲେ। ତାଙ୍କ ପିତା ଫରିଦାବାଦ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ପରିବାରର ସବୁ ସଦସ୍ୟ ତାଙ୍କୁ ଜଣେ ସଫଳ କ୍ରିକେଟର ଭାବେ ଦେଖିବାକୁ ଚାହୁଁଥିଲେ। ଚହଲଙ୍କ ସହିତ ସମାନ୍ତରାଳ ଭାବେ ତାଙ୍କ କ୍ୟାରିୟର ଅଗକୁ ବଢିଥିଲା। ଉଭୟ ସାଥୀ ହୋଇ ୧୫ ଓ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ। କୋଚ୍‌ ବିଜୟ ଯାଦବ ତାଙ୍କୁ ଲେଗ୍‌ ସ୍ପିନ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେ ଭଲ ବ୍ୟାଟିଂ କରିପାରୁଥିଲେ। ବ୍ୟାଟିଂ ଦ୍ୱାରା ତୁମେ ଆଇପିଏଲ୍‌ ମ୍ୟାଚ୍‌ ଜିତାଇପାରିବ ବୋଲି ତାଙ୍କୁ କହିଥିଲି। ଏବେ ସେ ଏଥିରେ ସଫଳ ହୋଇଛନ୍ତି ବୋଲି ବିଜୟ କହିଛନ୍ତି। ଯାଦବ ଏବେ ଭାରତ ଏ’ ଦଳର ଫିଲ୍ଡିଂ କୋଚ୍‌ ରହିଛନ୍ତି।
ରାୟପୁରରେ ଖେଳାଯାଇଥିବା ଜାତୀୟ ୨୨ ବର୍ଷରୁ କମ୍‌ ଟୁର୍ନାମେଣ୍ଟରେ ସେ ପଦାର୍ପଣରେ ୯୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଜଣେ ବ୍ୟାଟିଂ ଅଲରାଉଣ୍ଡର ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଜୟ କହିଛନ୍ତି। ଲକ୍‌ ଡାଉନ ଅବସରରେ ମଧ୍ୟ ସେ ନିଜର ଅଭ୍ୟାସ ଜାରି ରଖିଥିଲେ। ଛକା ମାରିବାର ଦକ୍ଷତା ତାଙ୍କ ପାଖରେ ରହିଛି। ତେଣୁ ଗୋଟିଏ ଓଭରରେ ୫ ଛକା ମାରିଥିବାରୁ ଆଦୌ ଚକିତ ନୁହେଁ ବୋଲି ସେ କହିଛନ୍ତି।
ଟଓ୍ବୋଟିଆଙ୍କ ଏହି ଇନିଂସକୁ ନିହାତି ବିସ୍ଫୋରକ ବୋଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର କହିଛନ୍ତି। ତେବେ ଡେଥ୍‌ ଓଭରରେ ପଞ୍ଜାବ ବୋଲର ୟର୍କର ନ ପକାଇବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri