Posted inଖେଳ

ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ

ଆବୁଧାବି, ୨୯।୯(ପି.ଟି.)-
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ ହ୍ୟାଟ୍ରକ ବିଜୟ ଲକ୍ଷ୍ୟରେ ରହିଛି ଶ୍ରେୟାୟ ଆୟାରଙ୍କ ଯୁବଦଳ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଖେଳିଥିବା ୨ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନରଙ୍କ ଦଳ ସ୍ବାଭାବିକଭାବେ ଚାପରେ ରହିବ ।
ଦିଲ୍ଲୀ ଦଳ ଏହାର ପ୍ରଥମ ମ୍ୟାଚରେ ଏକଦା ପରାଜୟ ସ୍ଥିତିରେ ଥିଲେ ହେଁ ଭାଗ୍ୟ ସାଥ୍‌ ଦେବାରୁ କିଙ୍ଗ୍ସ ଇଲେଭେନକୁ ସୁପର ଓଭରରେ ପରାସ୍ତ କରିଥିଲା। ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ହରାଇବାପରେ ଏହି ଦଳର ମନୋବଳ ବହୁ ଉପରେ ରହିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଏକମାତ୍ର ଦଳଭାବେ ଏପର୍ଯ୍ୟନ୍ତ ବିଜୟ ଅପେକ୍ଷାରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚରେ ଜନି ବେୟାରଷ୍ଟୋଙ୍କ ୬୧ ଓ ମନୀଷ ପାଣ୍ଡେଙ୍କ ୩୪ ରନ ସତ୍ତ୍ୱେ ଦଳ ୧୬୪ ରନର ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ସେହିପରି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମିଡଲ ଅର୍ଡର ଦ୍ରୁତ ହାରରେ ରନ ସଂଗ୍ରହରେ ଫେଲ୍‌ ମାରିବାରୁ ମାତ୍ର ୧୪୨/୪ ରନ କରିପାରିଥିଲା। ଫଳରେ ଦଳକୁ ୭ ଉଇକେଟରେ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ରିଦ୍ଧିମାନ ଶାହା ଅତ୍ୟନ୍ତ ଧିମା ଖେଳି ୩୧ ବଲ୍‌ରୁ ମାତ୍ର ୩୦ ରନ କରିଥିଲେ।
ଦିଲ୍ଲୀ ପାଇଁ ଦକ୍ଷିଣ ଆଫ୍ରିକା ଯୋଡ଼ି କାଗିଶୋ ରାବାଡ଼ା ଓ ଏନରିଚ୍‌ ନର୍ଜେ ନୂଆ ବଲ୍‌ରେ ଚମତ୍କାର ବୋଲିଂ କରୁଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଓ ଅମିତ ମିଶ୍ର ବଢ଼ିଆ ବୋଲିଂ କରିଛନ୍ତି। ଆହତ ଅଶ୍ୱିନ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବେ ନାହିଁ। ”ଅଶ୍ୱିନଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ସେ ରବିବାର ବୋଲିଂ କରିଥିଲେ। ତାଙ୍କ ଆହତ ସମସ୍ୟାକୁ ଫିଜିଓ ଅନୁଧ୍ୟାନ କରୁଛନ୍ତି। ସୋମବାର ମଧ୍ୟ ସେ ଦୀର୍ଘ ସମୟ ନେଟ୍ସରେ ସମୟ ବିତାଇଥିଲେ। ସମ୍ଭବତଃ ସେ ଆଉ ଗୋଟିଏ ମ୍ୟାଚ ମିସ୍‌ କରିବେ“ ବୋଲି ଅମିତ ମିଶ୍ର ପ୍ରକାଶ କରିଛନ୍ତି। ବ୍ୟାଟିଂରେ ଫାଉଣ୍ଡେଶନ ପାଇଁ ଶିଖର ଧାଓ୍ବନଙ୍କ ପରି ସିନିୟର ଖେଳାଳିଙ୍କ ଉପରେ ଦାୟିତ୍ୱ ରହିବ। ଯୁବ ପ୍ରତିଭା ପୃଥ୍ବୀ ଶ’ ଟପ୍‌ ଅର୍ଡରରେ ତାଙ୍କୁ ସହାୟତା କରିବେ। ଅଷ୍ଟ୍ରେଲିଆନ ଅଲ୍‌ରାଉଣ୍ଡର ମାର୍କୁସ ଷ୍ଟୋଇନ୍ସ ଓ ସିମ୍‌ରନ ହେଟମେରଙ୍କ ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ଼ ହୋଇଛି। ସନ୍‌ରାଇଜର୍ସ କିନ୍ତୁ ଓ୍ବାର୍ନର ଓ ବେୟାରଷ୍ଟୋଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଛି। ପ୍ରଥମ ବିଜୟ ହାସଲ କରିବାକୁ ହେଲେ ସମ୍ପୂର୍ଣ୍ଣ ବ୍ୟାଟିଂ ୟୁନିଟକୁ ଦାୟିତ୍ୱ ନେବାକୁ ପଡ଼ିବ। ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଦଳ ଆଫଗାନିସ୍ତାନ ଅଫ୍‌ସ୍ପିନର ମହମ୍ମଦ ନବିଙ୍କୁ ଦ୍ୱିତୀୟ ମ୍ୟାଚରେ ଖେଳାଇଥିଲା। ସେ ଭଲ ବୋଲିଂ କରିଥିଲେ। କେନ୍‌ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳିଛନ୍ତି। ତେଣୁ ବ୍ୟାଟିଂ ବିଭାଗକୁ ଦୃଢ଼ କରିବା ପାଇଁ ଦଳ ତାଙ୍କୁ ଲାଇନ୍‌ଅପ୍‌ରେ ସାମିଲ କରିପାରେ। ସେ ଖେଳିଲେ ନବିଙ୍କୁ ବାହାରେ ବସିବାକୁ ପଡ଼ିବ। ରଶିଦ ଖାଁ କ୍ରମାଗତଭାବେ ପ୍ରଭାବୀ ପ୍ରଦର୍ଶନ କରି ଚାଲିଥିବାବେଳେ ଦଳରେ ଜଣେ ଦକ୍ଷ ଫାଷ୍ଟ ବୋଲରଙ୍କ ଅନୁପସ୍ଥିତି ଅନୁଭବ ହେଉଛି। ବିକଳ୍ପଭାବେ ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ବିଲି ଷ୍ଟାନ୍‌ଲେକ ଉପଲବ୍ଧ ଥିଲେ ହେଁ ୪ ଜଣିଆ ବିଦେଶୀ ଖେଳାଳି ନିୟମ ଦୃଷ୍ଟିରୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ସମ୍ଭବ ହେଉନାହିଁ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ଜାସନ ହୋଲ୍ଡର, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟାର(ଅଧିନାୟକ), ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, ଈଶାନ୍ତ ଶର୍ମା, ଅମିତ ମିଶ୍ର, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, କେମୋ ପଲ୍‌, ମୋହିତ ଶର୍ମା, ଲଳିତ ଯାଦବ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଆର. ଅଶ୍ୱିନ, ମାର୍କୁସ ଷ୍ଟୋଇନ୍ସ, ରିଷଭ ପନ୍ତ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ, ଏନରିଚ୍‌ ନର୍ଜେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?