Posted inଖେଳ

ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ

ଆବୁଧାବି, ୨୯।୯(ପି.ଟି.)-
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ ହ୍ୟାଟ୍ରକ ବିଜୟ ଲକ୍ଷ୍ୟରେ ରହିଛି ଶ୍ରେୟାୟ ଆୟାରଙ୍କ ଯୁବଦଳ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଖେଳିଥିବା ୨ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଡେଭିଡ ଓ୍ବାର୍ନରଙ୍କ ଦଳ ସ୍ବାଭାବିକଭାବେ ଚାପରେ ରହିବ ।
ଦିଲ୍ଲୀ ଦଳ ଏହାର ପ୍ରଥମ ମ୍ୟାଚରେ ଏକଦା ପରାଜୟ ସ୍ଥିତିରେ ଥିଲେ ହେଁ ଭାଗ୍ୟ ସାଥ୍‌ ଦେବାରୁ କିଙ୍ଗ୍ସ ଇଲେଭେନକୁ ସୁପର ଓଭରରେ ପରାସ୍ତ କରିଥିଲା। ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ହରାଇବାପରେ ଏହି ଦଳର ମନୋବଳ ବହୁ ଉପରେ ରହିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଏକମାତ୍ର ଦଳଭାବେ ଏପର୍ଯ୍ୟନ୍ତ ବିଜୟ ଅପେକ୍ଷାରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚରେ ଜନି ବେୟାରଷ୍ଟୋଙ୍କ ୬୧ ଓ ମନୀଷ ପାଣ୍ଡେଙ୍କ ୩୪ ରନ ସତ୍ତ୍ୱେ ଦଳ ୧୬୪ ରନର ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ସେହିପରି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମିଡଲ ଅର୍ଡର ଦ୍ରୁତ ହାରରେ ରନ ସଂଗ୍ରହରେ ଫେଲ୍‌ ମାରିବାରୁ ମାତ୍ର ୧୪୨/୪ ରନ କରିପାରିଥିଲା। ଫଳରେ ଦଳକୁ ୭ ଉଇକେଟରେ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ରିଦ୍ଧିମାନ ଶାହା ଅତ୍ୟନ୍ତ ଧିମା ଖେଳି ୩୧ ବଲ୍‌ରୁ ମାତ୍ର ୩୦ ରନ କରିଥିଲେ।
ଦିଲ୍ଲୀ ପାଇଁ ଦକ୍ଷିଣ ଆଫ୍ରିକା ଯୋଡ଼ି କାଗିଶୋ ରାବାଡ଼ା ଓ ଏନରିଚ୍‌ ନର୍ଜେ ନୂଆ ବଲ୍‌ରେ ଚମତ୍କାର ବୋଲିଂ କରୁଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଓ ଅମିତ ମିଶ୍ର ବଢ଼ିଆ ବୋଲିଂ କରିଛନ୍ତି। ଆହତ ଅଶ୍ୱିନ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବେ ନାହିଁ। ”ଅଶ୍ୱିନଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ସେ ରବିବାର ବୋଲିଂ କରିଥିଲେ। ତାଙ୍କ ଆହତ ସମସ୍ୟାକୁ ଫିଜିଓ ଅନୁଧ୍ୟାନ କରୁଛନ୍ତି। ସୋମବାର ମଧ୍ୟ ସେ ଦୀର୍ଘ ସମୟ ନେଟ୍ସରେ ସମୟ ବିତାଇଥିଲେ। ସମ୍ଭବତଃ ସେ ଆଉ ଗୋଟିଏ ମ୍ୟାଚ ମିସ୍‌ କରିବେ“ ବୋଲି ଅମିତ ମିଶ୍ର ପ୍ରକାଶ କରିଛନ୍ତି। ବ୍ୟାଟିଂରେ ଫାଉଣ୍ଡେଶନ ପାଇଁ ଶିଖର ଧାଓ୍ବନଙ୍କ ପରି ସିନିୟର ଖେଳାଳିଙ୍କ ଉପରେ ଦାୟିତ୍ୱ ରହିବ। ଯୁବ ପ୍ରତିଭା ପୃଥ୍ବୀ ଶ’ ଟପ୍‌ ଅର୍ଡରରେ ତାଙ୍କୁ ସହାୟତା କରିବେ। ଅଷ୍ଟ୍ରେଲିଆନ ଅଲ୍‌ରାଉଣ୍ଡର ମାର୍କୁସ ଷ୍ଟୋଇନ୍ସ ଓ ସିମ୍‌ରନ ହେଟମେରଙ୍କ ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ଼ ହୋଇଛି। ସନ୍‌ରାଇଜର୍ସ କିନ୍ତୁ ଓ୍ବାର୍ନର ଓ ବେୟାରଷ୍ଟୋଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଛି। ପ୍ରଥମ ବିଜୟ ହାସଲ କରିବାକୁ ହେଲେ ସମ୍ପୂର୍ଣ୍ଣ ବ୍ୟାଟିଂ ୟୁନିଟକୁ ଦାୟିତ୍ୱ ନେବାକୁ ପଡ଼ିବ। ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଦଳ ଆଫଗାନିସ୍ତାନ ଅଫ୍‌ସ୍ପିନର ମହମ୍ମଦ ନବିଙ୍କୁ ଦ୍ୱିତୀୟ ମ୍ୟାଚରେ ଖେଳାଇଥିଲା। ସେ ଭଲ ବୋଲିଂ କରିଥିଲେ। କେନ୍‌ ଓ୍ବିଲିୟମସନ ଆହତ ସମସ୍ୟାରୁ ମୁକୁଳିଛନ୍ତି। ତେଣୁ ବ୍ୟାଟିଂ ବିଭାଗକୁ ଦୃଢ଼ କରିବା ପାଇଁ ଦଳ ତାଙ୍କୁ ଲାଇନ୍‌ଅପ୍‌ରେ ସାମିଲ କରିପାରେ। ସେ ଖେଳିଲେ ନବିଙ୍କୁ ବାହାରେ ବସିବାକୁ ପଡ଼ିବ। ରଶିଦ ଖାଁ କ୍ରମାଗତଭାବେ ପ୍ରଭାବୀ ପ୍ରଦର୍ଶନ କରି ଚାଲିଥିବାବେଳେ ଦଳରେ ଜଣେ ଦକ୍ଷ ଫାଷ୍ଟ ବୋଲରଙ୍କ ଅନୁପସ୍ଥିତି ଅନୁଭବ ହେଉଛି। ବିକଳ୍ପଭାବେ ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ବିଲି ଷ୍ଟାନ୍‌ଲେକ ଉପଲବ୍ଧ ଥିଲେ ହେଁ ୪ ଜଣିଆ ବିଦେଶୀ ଖେଳାଳି ନିୟମ ଦୃଷ୍ଟିରୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ସମ୍ଭବ ହେଉନାହିଁ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ଜାସନ ହୋଲ୍ଡର, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟାର(ଅଧିନାୟକ), ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, ଈଶାନ୍ତ ଶର୍ମା, ଅମିତ ମିଶ୍ର, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, କେମୋ ପଲ୍‌, ମୋହିତ ଶର୍ମା, ଲଳିତ ଯାଦବ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଆର. ଅଶ୍ୱିନ, ମାର୍କୁସ ଷ୍ଟୋଇନ୍ସ, ରିଷଭ ପନ୍ତ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ, ଏନରିଚ୍‌ ନର୍ଜେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri