ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ ବୁଲି ବୁଲି ସଚେତନ ସହ ଟିକାକରଣରୁ ବଞ୍ଚିତ ଲୋକଙ୍କୁ ଟିକା ଦେବାକୁ ୧୨ଟି ଏକ୍ସପ୍ରେସ୍‌ ଗଡ଼ିବା ଆରମ୍ଭ କରିଛି। ଏହି ସୁସଜ୍ଜିତ ଭ୍ୟାନ୍‌ଗୁଡ଼ିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଭ୍ୟାନ୍‌ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଟିକା ନେଇ ନ ଥିବା ଲୋକମାନଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବ। ଏହି ଭ୍ୟାନରେ ଜଣେ ଟିକା ଦେବା କର୍ମଚାରୀ, ଜଣେ ଏଏନ୍‌ଏମ୍‌ ଓ ଆଧାରକାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେଶନ୍‌ ଲାଗି କର୍ମଚାରୀ ନିୟୋଜିତ ରହିବେ। ଏହି ଭ୍ୟାନ୍‌ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ବୁଷ୍ଟର ଡୋଜ୍‌ ପ୍ରଦାନ କରିବ। ବାହାରିଥିବା ୧୨ଟି ଭ୍ୟାନ୍‌ ମଧ୍ୟରୁ ପାଲଲହଡା ପାଇଁ ୩ଟି, ଅନୁଗୋଳ ପାଇଁ ୩ଟି, ବଅଁରପାଳ ପାଇଁ ୨ଟି, ଛେଣ୍ଡିପଦା ପାଇଁ ୨ଟି, ଆଠମଲ୍ଲିକ ଓ କଣିହାଁ ପାଇଁ ଗୋଟିଏ ଲେଖାଏ ରହିଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, କେୟାର ଇଣ୍ଡିଆର ପ୍ରତିନିଧି ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରୁ ନିରାଶ ହେଲେ ଦାରା ସିଂ

କଟକ ଅଫିସ୍‌,୭।୯: ଖ୍ରୀଷ୍ଟିଆନ ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ଦାରା ସିଂ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ହାଇକୋର୍ଟରେ କାଏମ ରହିଛି।...

ବିବାହ ଭାଙ୍ଗିଯିବାରୁ ସଂସାରତ୍ୟାଗୀ ହୋଇଥିଲେ ମହନ୍ତ ନରେନ୍ଦ୍ର ଗିରି

ଭୋଗରାଇ,୩୦ା୯(ଡି.ଏନ.ଏ.): ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ପ୍ରକୃତ ପରିଚୟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ସେ...

କମିଲା ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ତେଲ ଦର ହ୍ରାସ ପାଇବା ପରେ କମିଲା ବସ୍‌ ଭଡା। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ...

ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ କୁହାଯିବା ଘଟଣା: ଗଣଶିକ୍ଷା ମନ୍ତ୍ରୀ କହିଲେ ‘ତ୍ରୁଟି ଅନିଚ୍ଛାକୃତ’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ: ଏକ ଝଲକ’ ଶୀର୍ଷକ ଲିଫ୍‌ଲେଟ୍‌ (ପ୍ରଚାରପତ୍ର)ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ...

ଦୁର୍ଘଟଣାରେ ନାଲ୍‌କୋ କର୍ମଚାରୀ ଗୁରୁତର

ବଅଁରପାଳ,୧୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସେଲ୍‌ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍‌ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍‌ ବୋଝେଇ ଟ୍ରେଲର (ଏମ୍‌ଟିଟି) ଧକ୍କାରେ ଜଣେ...

ରଥଖଳାରୁ… ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ

ପୁରୀ ଅଫିସ, ୨୩ା୬: ଶ୍ରୀନଅର ସମ୍ମୁଖରେ ଚାଲିଛି ରଥକାମ। ଶନିବାର ସୁଦ୍ଧା ତିନିରଥର ଯୋଖା କାମ ସରିଛି। ଦଣ୍ଡା, ଅଖ ଓ ଗୟଳକୁ ଯୋଖା ଧରି...

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି ଅନୁରୋଧ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ କରିବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

‘ଓଡ଼ିଶାରେ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ ହେଉ’

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ବୃହତ୍‌ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମିଳିତଭାବେ ଓଡ଼ିଶାରେ ଏକ ବିଶ୍ବସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ କରନ୍ତୁ ବୋଲି...

Advertisement
Archives

Model This Week