Posted inଖେଳ

ସମ୍ପୂର୍ଣ୍ଣ ଫିଟ୍‌ହେଲେ ଦଳରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ ଶେଷ ହେବାପରେ ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରହିଛି। ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଗୁରୁବାର ଦୁବାଇରୁ ସିଡ୍‌ନୀ ଯିବେ। ତେବେ ଟେଷ୍ଟ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବା ରୋହିତ ଶର୍ମା ଅଷ୍ଟ୍ରେଲିଆ ନ ଯାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲ ସମୟରେ ସେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାତୀୟ ଚୟନକର୍ତ୍ତାମାନେ ପ୍ରଥମେ ରୋହିତଙ୍କୁ ୩ଟି ଯାକ ଫର୍ମାଟରୁ ବାଦ୍‌ ଦେଇଥିଲେ। ରୋହିତ ଆହତ ଥିବା ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସର ୪ଟି ଲିଗ୍‌ ମ୍ୟାଚ ଖେଳିପାରି ନ ଥିଲେ। ମାତ୍ର ସେ ପରେ ପ୍ରତ୍ୟାବର୍ତ୍ତନ କରି ଶେଷ ଲିଗ୍‌ ସହିତ କ୍ୱାଲିଫାୟର-୧ ଓ ଫାଇନାଲ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ। ଆଇପିଏଲ ଫାଇନାଲ ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏକ ଇସ୍ତାହାର ଜାରି କରାଯାଇ ରୋହିତଙ୍କୁ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିବା ଦର୍ଶା ଯାଇଥିଲା। ସମ୍ପୂର୍ଣ୍ଣ ଫିଟ୍‌ ହେବାପାଇଁ ତାଙ୍କୁ ଟି୨୦ ଓ ଦିନିକିଆ ସିରିଜ ପାଇଁ ଦଳରେ ନିଆଯାଇ ନ ଥିଲା। ରୋହିତ ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ। ଫିଟ୍‌ନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ସେ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ରହିବ। ଟେଷ୍ଟ ସିରିଜ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବ।
ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବାରୁ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁସ୍କା ଶର୍ମା ଜାନୁୟାରୀ ପ୍ରଥମଭାଗରେ ସନ୍ତାନ ଆଶା କରୁଛନ୍ତି। ତେଣୁ ପ୍ରଥମ ଟେଷ୍ଟ ପରେ ତାଙ୍କୁ ଛୁଟି ଦେବାପାଇଁ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ। ଏହା ମଞ୍ଜୁର ହୋଇଥିବାରୁ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ଦିବାରାତ୍ର ଟେଷ୍ଟ ପରେ କୋହଲି ଫେରି ଆସିବେ। ବିଦେଶ ମାଟିରେ ଭାରତର ଏହା ହେବ ପ୍ରଥମ ଦିବାରାତ୍ର ଟେଷ୍ଟ। ତେବେ କୋହଲି ଚାହିଁଲେ ମଧ୍ୟ ପୁଣି ଅଷ୍ଟ୍ରେଲିଆ ଯାଇ ୩ୟ କିମ୍ବା ୪ର୍ଥ ଟେଷ୍ଟ ଖେଳିପାରିବେ ନାହିଁ। କାରଣ କୋଭିଡ-୧୯କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାରଙ୍କ ଭ୍ରମଣ ଗାଇଡଲାଇନ୍‌ ଅନୁସାରେ କୌଣସି ବ୍ୟକ୍ତି ଦେଶକୁ ଆସିଲେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ତେଣୁ କୋହଲିଙ୍କୁ ଆଉ ଏତେ ସମୟ ମିଳିବନାହିଁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଅବଗତ ଅଛି। ବର୍ଡର-ଗାଭାସ୍କର ସିରିଜର ଅନ୍ତିମ ଦୁଇଟି ଟେଷ୍ଟ ସିଡ୍‌ନୀରେ ଜାନୁୟାରୀ ୭ରୁ ୧୧ ଏବଂ ବ୍ରିସ୍‌ବେନ୍‌ରେ ଜାନୁୟାରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବିସିସିଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ଭାରତୀୟ ଦଳ ସହ କୋହଲି ସପରିବାରେ ଅଷ୍ଟ୍ରେଲିଆ ଯିବେ। ୧୩ ତାରିଖରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳିଙ୍କ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ ଅବଧି ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ଭାରତୀୟ ଦଳକୁ ଟ୍ରେନିଂ ସୁବିଧା ଉପଲବ୍ଧ ହେବ। ଆସନ୍ତା ୧୪ ତାରିଖରୁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ। ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ୨ଟି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ଦ୍ୱିତୀୟ ଓ୍ବାର୍ମଅପ୍‌ ଦିବାରାତ୍ର ବିଶିଷ୍ଟ ହେବ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଡିସେମ୍ବର ୬ରୁ ୮ ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ ସମୟରେ ଭାରତୀୟ ଦଳ ଟି୨୦ ଅନନ୍ତର୍ଜାତୀୟ ସିରିଜ ଖେଳୁଥିବ। ତେଣୁ ଅଧିକାଂଶ ଖେଳାଳି ଏଥିରେ ଯୋଗଦେଇ ପାରିବେ ନାହିଁ। କେତେଜଣ ଟେଷ୍ଟ ସ୍ପେଶାଲିଷ୍ଟ ଓ ନେଟ୍‌ ବୋଲର ଏଥିରେ ଭାଗନେଇପାରିବେ। ତେବେ ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚବେଳକୁ ସମସ୍ତ ଖେଳାଳି ଉପଲବ୍ଧ ହେବେ। ଆଇପିଏଲ ସମୟରେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ଥିବା ରିଦ୍ଧିମାନ ଶାହା ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯିବେ। ତେବେ ଏନସିଏରେ ଫିଟ୍‌ନେସ ଟେଷ୍ଟ ଦେଉଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ପରେ ଅଷ୍ଟ୍ରେଲିଆ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ...

ଧୋନୀଙ୍କ ଟିପ୍ସ ପରେ ଷ୍ଟେପ୍‌ ଆଉଟ୍‌ କରି ଛକା ଲଗାଇଲେ

ଚେନ୍ନାଇ,୧୧।୩: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରାଜବର୍ଦ୍ଧନ ହାଙ୍ଗାରଗେକର ସୁରଟଠାରେ ଚାଲିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂରେ ଯୋଗ...

ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ...

ପାକିସ୍ତାନକୁ ହରାଇବାର ପ୍ରତିଶୋଧ ନେବି: ଅମିର ଖାନ୍‌

ଲଣ୍ଡନ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି...

ପଞ୍ଜାବକୁ ଦିଗହରା ହେବାକୁ ଦେଲେନି ଶାହାରୁଖ ଖାନ

ଦୁବାଇ,୨।୧୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। କେକେଆର୍‌ ପକ୍ଷରୁ ଧାର୍ଯ୍ୟ...

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ...

ବାରବାଟୀ ଟି୨୦ ଲାଗି ଜୁନ୍‌ ୧ରୁ ଅନ୍‌ଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର, ୨୦।୫: ଜୁନ୍‌ ୧୨ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ...

ଅଷ୍ଟ୍ରେଲୀୟ ଫୁଟବଲର କୋଭିଡ-୧୯ ଆକ୍ରାନ୍ତ

ସିଡନୀ,୨୮।୩ (ଏ.ପି.):  ଅଷ୍ଟ୍ରେଲିଆର ଜଣେ ଏ-ଲିଗ୍‌ ଫୁଟବଲର କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ପେସାଦାର ଫୁଟବଲ ଭାବା ସେ ଏହି ଭାଇରସ୍‌ ଦ୍ୱାରା...

Advertisement
Archives

Model This Week