ପ୍ରସ୍ତାବରେ ଅଟକିଛି ରୋବୋଟିକ ସର୍ଜରୀ

କଟକ ଅଫିସ,୨୨ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବାକୁ ସରକାର ଟାର୍ଗେଟ୍‌ କରିଥିଲେ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବା ଉପରେ ଥିଲା। ଅଢ଼େଇ ବର୍ଷ ବିତି ଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବା ସବୁଠୁ ବଡ଼ ବିଡ଼ମ୍ବନା।
ରୋବୋଟିକ୍‌ ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ ହୋଇଥିଲେ ରାଜ୍ୟର ଅନେକ ରୋଗୀ କମ୍‌ ଖର୍ଚ୍ଚରେ ଉତ୍ତମ ଶଲ୍ୟ ଚିକିତ୍ସା ପାଇଥାନ୍ତେ। ରୋବୋଟିକ ସର୍ଜରୀ ଦ୍ୱାରା ରୋଗୀ ଦେହରେ କମ୍‌ କଟାକଟି ଓ ସର୍ବନିମ୍ନ ରକ୍ତସ୍ରାବରେ ଅସ୍ତ୍ରୋପଚାର କରିହୁଏ। ଶରୀରର ଯେଉଁ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଖରେ ଡାକ୍ତରଙ୍କ ହାତ ପହଞ୍ଚେ ନାହିଁ, ସେସବୁ ସ୍ଥାନରେ ରୋବୋଟ ପହଞ୍ଚତ୍ ସଫଳ ଅସ୍ତ୍ରୋପଚାର କରିପାରେ। କମ୍‌ କଟାକଟି ଓ ରକ୍ତସ୍ରାବ ଯୋଗୁ ଅସ୍ତ୍ରୋପଚାର ପରେ ରୋଗୀ ମଧ୍ୟ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରେ। ଏସବୁ ବିଶେଷ ସୁବିଧା ପାଇଁ ଏସ୍‌ସିବିର ୟୁରୋଲୋଜି (ମୂତ୍ରାଶୟ) ବିଭାଗରେ ପ୍ରଥମେ ଏହି ମେଶିନ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିଲା। କାରଣ ଏହି ବିଭାଗରେ କିଡ୍‌ନୀ ଟ୍ରାନ୍ସପ୍ଳାଣ୍ଟ, ପ୍ରୋଷ୍ଟେଟ କ୍ୟାନସର ଭଳି ସୂକ୍ଷ୍ମ ଅସ୍ତ୍ରୋପଚାର ହୁଏ। ଏହା ବ୍ୟତୀତ ରୋବୋଟିକ ସର୍ଜରୀକୁ କ୍ୟାନସର, ଇଏନ୍‌ଟି, ହୃଦ୍‌ଶଲ୍ୟ, ଗ୍ୟାଷ୍ଟ୍ରୋ ସର୍ଜରୀ, ସ୍ତ୍ରୀରୋଗ ଭଳି ବିଭାଗରେ ମଧ୍ୟ ବ୍ୟବହାର କରାଯାଏ। ଏନେଇ ୟୁରୋଲୋଜି ବିଭାଗର ମୁଖ୍ୟ ତଥା ଏସ୍‌ସିବି ପ୍ରିନ୍ସିପାଲ ପ୍ରଫେସର ଦତ୍ତେଶ୍ୱର ହୋତା କହିଛନ୍ତି, ଏହା ମୋର ଡ୍ରିମ୍‌ ପ୍ରୋଜେକ୍ଟ। ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ଥିଲେ ମଧ୍ୟ ବିଳମ୍ବର କାରଣ ଜଣାପଡୁନାହିଁ। ଆମ ପାଖରେ ପୂରା ଡାକ୍ତରୀ ଟିମ୍‌ ଅଛି। ଆମ ସହ ଆଉ ୧୫ ଜଣ ୟୁରୋଲୋଜି ବିଭାଗର ଏମ୍‌ସିଏଚ୍‌ ଛାତ୍ର ମଧ୍ୟ ଅଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ, କେବଳ ମେଶିନ ଆସିଲେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?