ଚର୍ମ ରୋଗରେ ଗାଈ ମୃତ୍ୟୁ ଆଶଙ୍କା: ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ସନ୍ଦେହ

ଭଞ୍ଜନଗର,୧୬।୯(ଡି.ଏନ.ଏ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ତ୍ତମାନ ଗୋରୁଙ୍କୁ ଚର୍ମ ରୋଗ ଲୁମ୍ପି ହେଉଛି । ଏଥିରେ ବହୁ ଗାଈ, ବାଛୁରୀ ମରିଯାଉଛନ୍ତି। ଆନ୍ଧ୍ରପ୍ରଦେଶରେ ଗୋରୁଙ୍କୁ ଏହି ରୋଗ ହେଉଥିବା ବେଳେ ପଡ଼ୋଶୀ ଗଞ୍ଜାମ ଜିଲାରେ ମଧ୍ୟ ଏହା ହେବା ଆଶଙ୍କା ରହିଛି ।

ଜଗନ୍ନାଥପ୍ରସାଦ ବ୍ଲକ ଦୁବରେ ରହୁଥିବା ରାଜ୍ୟର ଅଗ୍ରଣୀ ଚାଷୀ ସୁଶାନ୍ତ ପ୍ରଧାନଙ୍କ ଗତ ଦୁଇ ଦିନରେ ୨ଟି ଗାଈର ମୃତ୍ୟୁ ହୋଇଛି। ଗତ ଗୁରୁବାର ଏକ ଗାଈ ଅସୁସ୍ଥ ହେବାରୁ ସୁଶାନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଗାଈକୁ କେହି ଦେଖିବାକୁ ଆସି ନ ଥିଲେ। ଆବଶ୍ୟକ ଚିକିତ୍ସା ନ ମିଳିବାରୁ ଗାଈଟିର ମୃତ୍ୟୁ ଘଟିଥିଲା। ପରେ ଏକାଧିକ ଅଧିକାରୀ ଆସି ତଦନ୍ତ କରିଛନ୍ତି।

ଚାଷୀ ସୁଶାନ୍ତ କହିଛନ୍ତି, ଗାଈର କେଉଁ ରୋଗରେ ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ବର୍ତ୍ତମାନ ଲୁମ୍ପି ଚାରିଆଡ଼େ ବ୍ୟାପୁଛି । ଅଞ୍ଚଳର ଆଉ କେତେକ ଗାଈ ଏହିଭଳି ହଠାତ୍‌ ଅସୁସ୍ଥ ହୋଇ ମରୁଛନ୍ତି । ଏନେଇ ଭଞ୍ଜନଗର ଏସ୍‌ଡିଭିଓ ପିକେ ନାୟକ କହିଛନ୍ତି, ଭଞ୍ଜନଗର ଉପଖଣ୍ଡରେ ଲୁମ୍ପି ରୋଗରେ କୌଣସି ଗାଈ ମରି ନାହାନ୍ତି। ଆନ୍ଧ୍ରପ୍ରଦେଶରୁ ଆମ ରାଜ୍ୟକୁ ବର୍ତ୍ତମାନ ଏହି ରୋଗ ଆସିବା ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ରାଜ୍ୟ ସୀମାରେ ସମସ୍ତ ପଦକ୍ଷେପ ନିଆଯାଉଛି । କର୍ମଚାରୀ ଅଭାବ ଯୋଗୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧା ହେଉଛି । ତଥାପି ଯଥାସମ୍ଭବ ସେବା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୩୦ ଘର

ନନ୍ଦପୁର/କୋରାପୁଟ,୧୪ା୯(ଶଙ୍କର ପୂଜାରୀ/ଅମିତାଭ ବେହେରା)କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ୨ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲାର ବିଭିନ୍ନ ବ୍ଲକରେ ୩୦ ଘର ଭାଙ୍ଗିଛି।...

ଖଡ଼ଗପୁର ଡିଆର୍‌ଏମ୍‌ଙ୍କୁ ଭେଟିଲେ ପ୍ରତିନିଧି ଦଳ

ଜଳେଶ୍ୱର,୬।୧(ସ୍ବ.ପ୍ର.)- ଖଡଗପୁର ରେଳ ଡିଭିଜନ ଅଧୀନ ବାଲେଶ୍ୱର ଜିଲାର ଜଳେଶ୍ୱର ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା...

ମୋବାଇଲ୍‌ ଟ୍ରାକିଂ କରି ୭ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ତୁରୁମୁଙ୍ଗା ପୋଲିସ

ପାଟଣା,୧୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ୭ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ମଙ୍ଗଳବାର ଅପରାହ୍ନରେ ଚମ୍ପୁଆ ଏସ୍‌ଡିପିଓ...

ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ...

୩୧ରେ ଅନଶନ କରିବେ ଟ୍ରକ୍‌ ମାଲିକ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନରେ ବିଳମ୍ବ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସଂଘରେ ହୋଇ ଆସୁଥିବା ଅନ୍ୟାୟ,...

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ଅମ୍ଫନ ମୁକାବିଲା: ଚାନ୍ଦବାଲି, ବାସୁଦେବପୁରରେ ହାଇଆଲର୍ଟ ଜାରି

ଭଦ୍ରକ ଅଫିସ, ୧୯।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ପନ’ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏ ନେଇ ଭଦ୍ରକ ଜିଲା ଚାନ୍ଦବାଲି...

ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ...

Advertisement
Archives

Model This Week