ବାଧୁଛି ବର୍ଦ୍ଧିତ ବିହନ ଦର

ବଇଣ୍ଡା,୧୭ା୬ ଶେଷ ରଜରେ ଓଡ଼ିଶା ଛୁଇଁଛି ମୌସୁମୀ। ଆଗ୍ରହର ସହ ଏହାକୁ ଅପେକ୍ଷା କରିଥିବା ଚାଷୀ ମୁହଁରେ ଫୁଟିଛି ହସ। ଏବେ ବର୍ଷକର ଆହାର ସଂଗ୍ରହ ପାଇଁ କୃଷି କ୍ଷେତ୍ରକୁ ଓହ୍ଲାଇବାକୁ ଚାଷୀ ଚଳାଇଛି ପ୍ରସ୍ତୁତି। ହେଲେ ଚଳିତବର୍ଷ ବିହନ ଦର ବୃଦ୍ଧି ଚିନ୍ତାରେ ପକାଇଛି ସେମାନଙ୍କୁ। ଗତବର୍ଷ ଅପେକ୍ଷା ବସ୍ତା ପିଛା ମୂଲ୍ୟ ୨୦୩ ଟଙ୍କା ବଢ଼ିଥିବାରୁ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀ। ସରକାର ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ଏ ବାବଦ ସବ୍‌ସିଡି ପଠାଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ କ୍ରୟ ବେଳେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ଚାଷୀକୁଳ।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୨୫ ହଜାର ୭୦୯ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୧୭ ହଜାର ୨୭୫ ହେକ୍ଟର ହେଉଛି ଅଣଧାନ ଓ ୮ ହଜାର ୪୩୨ ହେକ୍ଟର ହେଉଛି ଧାନ ଚାଷ ଜମି। ବ୍ଲକରେ ଧାନ ଚାଷ ପାଇଁ ସରକାରଙ୍କ ପକ୍ଷରୁ ଚଳିତବର୍ଷ ୮ ସୋସାଇଟିକୁ ବିହନ ଯୋଗାଇ ଦିଆଯାଇଛି। ଲୁହାମୁଣ୍ଡା ସୋସାଇଟିକୁ ୨୫୦ କୁଇଣ୍ଟାଲ ବିହନ ଆସିଥିବାବେଳେ ହଣ୍ଡପା ସୋସାଇଟିକୁ ୭୦ କୁଇଣ୍ଟାଲ, ବାମୁର ସୋସାଇଟିକୁ ୫୦ କୁଇଣ୍ଟାଲ, ଧଉରାପାଲି ସୋସାଇଟିକୁ ୪୦ କୁଇଣ୍ଟାଲ, ହିମିତିରା ସୋସାଇଟିକୁ ୧୦୦ କୁଇଣ୍ଟାଲ, ଉରୁକୁଳା ସୋସାଇଟିକୁ ୪୪ କୁଇଣ୍ଟାଲ, ରଣିଆକଟା ସୋସାଇଟିକୁ ୫୦ କୁଇଣ୍ଟାଲ, ଅଙ୍ଗପଡା ସୋସାଇଟିକୁ ୫୦ କୁଇଣ୍ଟାଲ ବିଭିନ୍ନ ପ୍ରକାର ଧାନ ବିହନ ପ୍ରଦାନ କରାଯାଇଛି। ହେଲେ ବିହନ ଦର ବୃଦ୍ଧି ଚାଷୀ ଅସନ୍ତୋଷର କାରଣ ହୋଇଛି। ଗତବର୍ଷ ୨୦ କେଜି ବିହନ ବସ୍ତା ୫ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଏହାର ଦର ୭୦୩ ଟଙ୍କା ରଖାଯାଇଛି। ବର୍ଷକରେ ୨୦୩ ଟଙ୍କା ଦର ବଢିଥିବାରୁ ଚାଷୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସରକାର ପଞ୍ଜୀକୃତ ଚାଷୀଙ୍କୁ ସବ୍‌ସିଡି ଅର୍ଥ ପ୍ରଦାନ କରିବାକୁ ଥିଲେ ମଧ୍ୟ ଏହି ଦର ବୃଦ୍ଧିକୁ ଚାଷୀ ବିରୋଧ କରୁଛନ୍ତି। ତେବେ ଚଳିତବର୍ଷ ବ୍ଲକର କେତେ ଜମିରେ ଧାନ ଚାଷ କରାଯିବ ସେ ନେଇ ବିଭାଗ ପକ୍ଷରୁ ଏଯାଏ ଲକ୍ଷ୍ୟଧାର୍ଯ୍ୟ କରାଯାଇ ନାହିଁ। ଅପରପକ୍ଷରେ ଚାଷ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରମିକ ମିଳୁନାହାନ୍ତି। ଫଳରେ ୬୦ ପ୍ରତିଶତ ଚାଷୀ ଟ୍ରାକ୍ଟର ଯୋଗେ ହଳ କରୁଥିବାବେଳେ ୪୦ ପ୍ରତିଶତ ଚାଷୀ ନିଜେ ହଳ ଚଲାଉଛନ୍ତି। ସେହିପରି ଜଳସେଚନ ଏଠାକାର ଅନ୍ୟତମ ପ୍ରମୁଖ ସମସ୍ୟା। ଧଉରାଗୋଠ, ସୁରେଶ୍ୱରୀ, ଗଦଗଦା, ଗୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ସହସ୍ରାଧିକ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। ଏସବୁ ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରୁଛନ୍ତି। ଭଲ ବର୍ଷା ହେଲେ ଫସଲ ଭଲ ହେଉଛି ନଚେତ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହାଛଡ଼ା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ଠିକ୍‌ ଭାବେ ଚାଷୀଙ୍କୁ ମିଳିପାରୁ ନାହିଁ। ଏପରି କି ବିଭିନ୍ନ ଯୋଜନାରେ ସରକାର ସବ୍‌ସିଡି ଯୋଗାଇ ଦେଉଥିଲେ ବି ସେହି ସୂଚନା ବ୍ଲକର ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ନେଇ ବଇଣ୍ଡା କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ କହିଛନ୍ତି, ଚାଷର ଉନ୍ନତି ପାଇଁ ବିଭାଗ ପକ୍ଷରୁ ସବୁବେଳେ ଚାଷୀଙ୍କୁ ସହଯୋଗ କରିବା ସହ ଉପକରଣ ଯୋଗାଇ ଦିଆଯାଉଛି। ବର୍ଷା ଠିକ୍‌ ଭାବେ ହେଲେ ଚାଷ କାର୍ଯ୍ୟ ଆଗେଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri