ବାଧୁଛି ବର୍ଦ୍ଧିତ ବିହନ ଦର

ବଇଣ୍ଡା,୧୭ା୬ ଶେଷ ରଜରେ ଓଡ଼ିଶା ଛୁଇଁଛି ମୌସୁମୀ। ଆଗ୍ରହର ସହ ଏହାକୁ ଅପେକ୍ଷା କରିଥିବା ଚାଷୀ ମୁହଁରେ ଫୁଟିଛି ହସ। ଏବେ ବର୍ଷକର ଆହାର ସଂଗ୍ରହ ପାଇଁ କୃଷି କ୍ଷେତ୍ରକୁ ଓହ୍ଲାଇବାକୁ ଚାଷୀ ଚଳାଇଛି ପ୍ରସ୍ତୁତି। ହେଲେ ଚଳିତବର୍ଷ ବିହନ ଦର ବୃଦ୍ଧି ଚିନ୍ତାରେ ପକାଇଛି ସେମାନଙ୍କୁ। ଗତବର୍ଷ ଅପେକ୍ଷା ବସ୍ତା ପିଛା ମୂଲ୍ୟ ୨୦୩ ଟଙ୍କା ବଢ଼ିଥିବାରୁ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀ। ସରକାର ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ଏ ବାବଦ ସବ୍‌ସିଡି ପଠାଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ କ୍ରୟ ବେଳେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ଚାଷୀକୁଳ।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୨୫ ହଜାର ୭୦୯ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୧୭ ହଜାର ୨୭୫ ହେକ୍ଟର ହେଉଛି ଅଣଧାନ ଓ ୮ ହଜାର ୪୩୨ ହେକ୍ଟର ହେଉଛି ଧାନ ଚାଷ ଜମି। ବ୍ଲକରେ ଧାନ ଚାଷ ପାଇଁ ସରକାରଙ୍କ ପକ୍ଷରୁ ଚଳିତବର୍ଷ ୮ ସୋସାଇଟିକୁ ବିହନ ଯୋଗାଇ ଦିଆଯାଇଛି। ଲୁହାମୁଣ୍ଡା ସୋସାଇଟିକୁ ୨୫୦ କୁଇଣ୍ଟାଲ ବିହନ ଆସିଥିବାବେଳେ ହଣ୍ଡପା ସୋସାଇଟିକୁ ୭୦ କୁଇଣ୍ଟାଲ, ବାମୁର ସୋସାଇଟିକୁ ୫୦ କୁଇଣ୍ଟାଲ, ଧଉରାପାଲି ସୋସାଇଟିକୁ ୪୦ କୁଇଣ୍ଟାଲ, ହିମିତିରା ସୋସାଇଟିକୁ ୧୦୦ କୁଇଣ୍ଟାଲ, ଉରୁକୁଳା ସୋସାଇଟିକୁ ୪୪ କୁଇଣ୍ଟାଲ, ରଣିଆକଟା ସୋସାଇଟିକୁ ୫୦ କୁଇଣ୍ଟାଲ, ଅଙ୍ଗପଡା ସୋସାଇଟିକୁ ୫୦ କୁଇଣ୍ଟାଲ ବିଭିନ୍ନ ପ୍ରକାର ଧାନ ବିହନ ପ୍ରଦାନ କରାଯାଇଛି। ହେଲେ ବିହନ ଦର ବୃଦ୍ଧି ଚାଷୀ ଅସନ୍ତୋଷର କାରଣ ହୋଇଛି। ଗତବର୍ଷ ୨୦ କେଜି ବିହନ ବସ୍ତା ୫ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଏହାର ଦର ୭୦୩ ଟଙ୍କା ରଖାଯାଇଛି। ବର୍ଷକରେ ୨୦୩ ଟଙ୍କା ଦର ବଢିଥିବାରୁ ଚାଷୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସରକାର ପଞ୍ଜୀକୃତ ଚାଷୀଙ୍କୁ ସବ୍‌ସିଡି ଅର୍ଥ ପ୍ରଦାନ କରିବାକୁ ଥିଲେ ମଧ୍ୟ ଏହି ଦର ବୃଦ୍ଧିକୁ ଚାଷୀ ବିରୋଧ କରୁଛନ୍ତି। ତେବେ ଚଳିତବର୍ଷ ବ୍ଲକର କେତେ ଜମିରେ ଧାନ ଚାଷ କରାଯିବ ସେ ନେଇ ବିଭାଗ ପକ୍ଷରୁ ଏଯାଏ ଲକ୍ଷ୍ୟଧାର୍ଯ୍ୟ କରାଯାଇ ନାହିଁ। ଅପରପକ୍ଷରେ ଚାଷ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରମିକ ମିଳୁନାହାନ୍ତି। ଫଳରେ ୬୦ ପ୍ରତିଶତ ଚାଷୀ ଟ୍ରାକ୍ଟର ଯୋଗେ ହଳ କରୁଥିବାବେଳେ ୪୦ ପ୍ରତିଶତ ଚାଷୀ ନିଜେ ହଳ ଚଲାଉଛନ୍ତି। ସେହିପରି ଜଳସେଚନ ଏଠାକାର ଅନ୍ୟତମ ପ୍ରମୁଖ ସମସ୍ୟା। ଧଉରାଗୋଠ, ସୁରେଶ୍ୱରୀ, ଗଦଗଦା, ଗୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ସହସ୍ରାଧିକ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। ଏସବୁ ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରୁଛନ୍ତି। ଭଲ ବର୍ଷା ହେଲେ ଫସଲ ଭଲ ହେଉଛି ନଚେତ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହାଛଡ଼ା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ଠିକ୍‌ ଭାବେ ଚାଷୀଙ୍କୁ ମିଳିପାରୁ ନାହିଁ। ଏପରି କି ବିଭିନ୍ନ ଯୋଜନାରେ ସରକାର ସବ୍‌ସିଡି ଯୋଗାଇ ଦେଉଥିଲେ ବି ସେହି ସୂଚନା ବ୍ଲକର ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ନେଇ ବଇଣ୍ଡା କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ କହିଛନ୍ତି, ଚାଷର ଉନ୍ନତି ପାଇଁ ବିଭାଗ ପକ୍ଷରୁ ସବୁବେଳେ ଚାଷୀଙ୍କୁ ସହଯୋଗ କରିବା ସହ ଉପକରଣ ଯୋଗାଇ ଦିଆଯାଉଛି। ବର୍ଷା ଠିକ୍‌ ଭାବେ ହେଲେ ଚାଷ କାର୍ଯ୍ୟ ଆଗେଇବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?