ତଥ୍ୟ ପ୍ରଘଟ କଲେ ଫଳ ଭୋଗିବ

ସାନ୍‌ ଫ୍ରାନ୍‌ସିସ୍କୋ,୧୨ା୧୨: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ୟୁଜର୍ସଙ୍କ ପ୍ରିଭେସି (ଅନ୍ତରଙ୍ଗ ତଥ୍ୟ)କୁ ନେଇ ବିଶ୍ୱବ୍ୟାପୀ ବିତର୍କ ଲାଗିରହିଥିବାବେଳେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ନୂଆ ମାଲିକ ଏଲନ୍‌ ମସ୍କ ଏହି ପ୍ରସଙ୍ଗରେ ରବିବାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଟୁଇଟରର କେହି କର୍ମଚାରୀ ଗୋପନୀୟ ସୂଚନା ପ୍ରଘଟ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏତିକି ନୁହେଁ, ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ତଥ୍ୟ ପ୍ରଘଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଆଉ ଏକ ଅଲ୍ଟିମେଟମ୍‌ ଜାରି କରିଛନ୍ତି। କମ୍ପାନୀରେ ଥିବା ୟୁଜର୍ସଙ୍କ କୌଣସି ତଥ୍ୟ ଗଣମାଧ୍ୟମ ସହ ଶେୟାର ନ କରିବାକୁ ସେ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କର୍ମଚାରୀ ତଥ୍ୟ ପ୍ରଘଟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବେ ବୋଲି ଏହି ଚରମପତ୍ରରେ ସେ ଉଲ୍ଲେଖ କରିଛନ୍ତି।

କେବଳ ଏତିକି ନୁହେଁ, କର୍ମଚାରୀମାନେ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ସେଥିରେ ସ୍ବାକ୍ଷର କରିବାକୁ ମଧ୍ୟ ମସ୍କଙ୍କ ନିର୍ଦ୍ଦେଶ ରହିଛି। ପୂର୍ବରୁ ଅନେକ କର୍ମଚାରୀ ତଥ୍ୟ ଲିକ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀରେ କାର୍ଯ୍ୟ କରିବାକୁ ଅଯୋଗ୍ୟ। କାରଣ ଏହା କମ୍ପାନୀ ସ୍ବାର୍ଥର ପରିପନ୍ଥୀ। ଥରେ ଚେତାବନୀ ଦିଆଯାଉଛି। ଯେଉଁମାନେ ଏହାକୁ ବୁଝି ସ୍ବାକ୍ଷର କରିବେ ସେମାନେ ହିଁ କାମ କରିବେ। ଅନ୍ୟମାନେ ଟୁଇଟର ଛାଡ଼ି ଯାଇପାରନ୍ତି ବୋଲି କର୍ମଚାରୀମାନଙ୍କ ନିକଟକୁ ପଠାଇଥିବା ମେଲ୍‌ରେ ମସ୍କ କହିଛନ୍ତି। ଇତିମଧ୍ୟରେ ଟୁଇଟରରୁ ବିଦା ହୋଇଥିବା ଅନେକ କର୍ମଚାରୀ କ୍ଷତିପୂରଣ ନ ପାଇ କମ୍ପାନୀ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି କି ମସ୍କ ଟୁଇଟର ଅଫିସ୍‌କୁ ବେଆଇନ ଭାବେ ବେଡ୍‌ରୁମ୍‌ରେ ପରିବର୍ତ୍ତିତ କରିଦେଇଥିବାରୁ ଷ୍ଟାଫ୍‌ ସେଠାରେ ଶୋଇପଡ଼ିବେ ବୋଲି ଜଣେ କର୍ମଚାରୀ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଟୁଇଟର ଡାଉନ୍‌

ରବିବାର ରାତି ୭ଟାରେ ଟୁଇଟର କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିବା ଅନେକ ୟୁଜର ଅଭିଯୋଗ କରିଛନ୍ତି। ସେମାନେ ପେଜ୍‌ ଲୋଡ୍‌ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି। ଭାରତରେ ୨,୮୩୮ ଥର ସେବା ଉପଲବ୍ଧ ହୋଇ ନ ଥିବା ଡାଉନଡିଟେକ୍ଟର ରିପୋର୍ଟ କରିଛି। ଜିଓ ନେଟ୍‌ଓ୍ବର୍କରେ ଟୁଇଟର ଆଦୌ କାମ କରି ନ ଥିଲା ବୋଲି କେତେଜଣ କହିଥିବାବେଳେ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହା କାମ କରୁନି ବୋଲି ଅନ୍ୟମାନେ ଅଭିଯୋଗ କରିଥିଲେ।

ଫଳରେ ୟୁଜରଙ୍କ ଟାଇମ୍‌ଲାଇନ ରିଫ୍ରେସ୍‌ ନ ହେବା ସହ ଅନେକ ଆକାଉଣ୍ଟ ଦୃଶ୍ୟ ହୋଇ ନ ଥିଲା ବୋଲି ଅନେକେ ଅଭିଯୋଗ କରିଛନ୍ତି। ଟୁଇଟର ମାଲିକ ଏଲନ୍‌ ମସ୍କଙ୍କ ଏକ ଟୁଇଟ୍‌ ପରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ତେବେ ଟୁଇଟର କାମ ନ କରିବା ନେଇ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୩

ସିନ୍ଧ,୨୦।୩: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଶୁକ୍ରବାର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା...

ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ...

‘ଯେତେବେଳେ ମୋର ମୃତ୍ୟୁ ହେବ ମୋ କବର ଉପରେ କେହି କୋରାନ ପାଠ କରିବେ ନାହିଁ’, ଇରାନ ଯୁବକଙ୍କ ଶେଷ ଇଚ୍ଛା

ତେହେରାନ,୧୬ ।୧୨: ଇସଲାମ ଧର୍ମର ରିତି ଅନୁଯାୟୀ, ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କର କବର ନିକଟରେ ଶେଷଥର ଲାଗି ନମାଜ ପାଠ କରାଯାଏ...

ପୃଥିବୀ ଉପରେ ବିପଦ: ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ଧକ୍କା ଦେବା ଆଶଙ୍କା

ଓ୍ବାଶିଂଟନ,୨୮।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଥିବା ନାସା...

ଲାଇଭ୍‌ ଶୋ’ରେ ଡିଗ୍ରୀ ପେପର ଫାଡିଲେ ପ୍ରଫେସର

କାବୁଲ,୨୮।୧୨: ତାଲିବାନ ସରକାର ମହିଳାମାନଙ୍କୁ କଲେଜରେ ପଢିବାକୁ ବାରଣ କରିବା ପରେ ଆଫଗାନିସ୍ତାନର ଶିକ୍ଷକ ସଂଘ ମଧ୍ୟରେ ବ୍ୟାପକ ଅସନ୍ତୋଷ ରହିଛି। ଆଫଗାନିସ୍ତାନରେ ଏକ ଲାଇଭ...

ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ...

ପୁଣି ଜଣେ ରାଷ୍ଟ୍ରପତିଙ୍କୁ କରୋନା

ଲା ପାଜ୍‌,୧୦।୭: ବୋଲଭିଆର ଅନ୍ତରୀଣ ରାଷ୍ଟ୍ରପତି ଜିନାଇନ୍‌ ଅନେଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି। ୫୩ ବର୍ଷୀୟ...

ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ...

Advertisement
Archives

Model This Week