ତଥ୍ୟ ପ୍ରଘଟ କଲେ ଫଳ ଭୋଗିବ

ସାନ୍‌ ଫ୍ରାନ୍‌ସିସ୍କୋ,୧୨ା୧୨: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ୟୁଜର୍ସଙ୍କ ପ୍ରିଭେସି (ଅନ୍ତରଙ୍ଗ ତଥ୍ୟ)କୁ ନେଇ ବିଶ୍ୱବ୍ୟାପୀ ବିତର୍କ ଲାଗିରହିଥିବାବେଳେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ନୂଆ ମାଲିକ ଏଲନ୍‌ ମସ୍କ ଏହି ପ୍ରସଙ୍ଗରେ ରବିବାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଟୁଇଟରର କେହି କର୍ମଚାରୀ ଗୋପନୀୟ ସୂଚନା ପ୍ରଘଟ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏତିକି ନୁହେଁ, ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ତଥ୍ୟ ପ୍ରଘଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଆଉ ଏକ ଅଲ୍ଟିମେଟମ୍‌ ଜାରି କରିଛନ୍ତି। କମ୍ପାନୀରେ ଥିବା ୟୁଜର୍ସଙ୍କ କୌଣସି ତଥ୍ୟ ଗଣମାଧ୍ୟମ ସହ ଶେୟାର ନ କରିବାକୁ ସେ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କର୍ମଚାରୀ ତଥ୍ୟ ପ୍ରଘଟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବେ ବୋଲି ଏହି ଚରମପତ୍ରରେ ସେ ଉଲ୍ଲେଖ କରିଛନ୍ତି।

କେବଳ ଏତିକି ନୁହେଁ, କର୍ମଚାରୀମାନେ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ସେଥିରେ ସ୍ବାକ୍ଷର କରିବାକୁ ମଧ୍ୟ ମସ୍କଙ୍କ ନିର୍ଦ୍ଦେଶ ରହିଛି। ପୂର୍ବରୁ ଅନେକ କର୍ମଚାରୀ ତଥ୍ୟ ଲିକ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀରେ କାର୍ଯ୍ୟ କରିବାକୁ ଅଯୋଗ୍ୟ। କାରଣ ଏହା କମ୍ପାନୀ ସ୍ବାର୍ଥର ପରିପନ୍ଥୀ। ଥରେ ଚେତାବନୀ ଦିଆଯାଉଛି। ଯେଉଁମାନେ ଏହାକୁ ବୁଝି ସ୍ବାକ୍ଷର କରିବେ ସେମାନେ ହିଁ କାମ କରିବେ। ଅନ୍ୟମାନେ ଟୁଇଟର ଛାଡ଼ି ଯାଇପାରନ୍ତି ବୋଲି କର୍ମଚାରୀମାନଙ୍କ ନିକଟକୁ ପଠାଇଥିବା ମେଲ୍‌ରେ ମସ୍କ କହିଛନ୍ତି। ଇତିମଧ୍ୟରେ ଟୁଇଟରରୁ ବିଦା ହୋଇଥିବା ଅନେକ କର୍ମଚାରୀ କ୍ଷତିପୂରଣ ନ ପାଇ କମ୍ପାନୀ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି କି ମସ୍କ ଟୁଇଟର ଅଫିସ୍‌କୁ ବେଆଇନ ଭାବେ ବେଡ୍‌ରୁମ୍‌ରେ ପରିବର୍ତ୍ତିତ କରିଦେଇଥିବାରୁ ଷ୍ଟାଫ୍‌ ସେଠାରେ ଶୋଇପଡ଼ିବେ ବୋଲି ଜଣେ କର୍ମଚାରୀ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଟୁଇଟର ଡାଉନ୍‌

ରବିବାର ରାତି ୭ଟାରେ ଟୁଇଟର କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିବା ଅନେକ ୟୁଜର ଅଭିଯୋଗ କରିଛନ୍ତି। ସେମାନେ ପେଜ୍‌ ଲୋଡ୍‌ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି। ଭାରତରେ ୨,୮୩୮ ଥର ସେବା ଉପଲବ୍ଧ ହୋଇ ନ ଥିବା ଡାଉନଡିଟେକ୍ଟର ରିପୋର୍ଟ କରିଛି। ଜିଓ ନେଟ୍‌ଓ୍ବର୍କରେ ଟୁଇଟର ଆଦୌ କାମ କରି ନ ଥିଲା ବୋଲି କେତେଜଣ କହିଥିବାବେଳେ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହା କାମ କରୁନି ବୋଲି ଅନ୍ୟମାନେ ଅଭିଯୋଗ କରିଥିଲେ।

ଫଳରେ ୟୁଜରଙ୍କ ଟାଇମ୍‌ଲାଇନ ରିଫ୍ରେସ୍‌ ନ ହେବା ସହ ଅନେକ ଆକାଉଣ୍ଟ ଦୃଶ୍ୟ ହୋଇ ନ ଥିଲା ବୋଲି ଅନେକେ ଅଭିଯୋଗ କରିଛନ୍ତି। ଟୁଇଟର ମାଲିକ ଏଲନ୍‌ ମସ୍କଙ୍କ ଏକ ଟୁଇଟ୍‌ ପରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ତେବେ ଟୁଇଟର କାମ ନ କରିବା ନେଇ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?