ଦାବି ପୂରଣ ହେଉ ନ ଥିବାରୁ ଫେରାଇଲେ ରାଶନ, ପେନସନ କାର୍ଡ

ତେନ୍ତୁଳିଖୁଣ୍ଟି, ୨୧।୩(ଡି.ଏନ୍‌.ଏ.):ବରଡାଝୋଡି ଓ ଲଦିପଦର ଗ୍ରାମବାସୀ ନିଜର ମୌଳିକ ସମସ୍ୟା ସମାଧାନ ପାଇଁ ବାରମ୍ବାର ଦାବି କରିବା ସହ ଭୋଟ ବର୍ଜନ ଚେତାବନୀ ଦେଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ଏହାର ବିରୋଧରେ ସେମାନେ ସୋମବାର ବିଡିଓ ଦୁର୍ଯୋଧନ ଭୋଇଙ୍କୁ ଭେଟି ନିଜ ରାଶନ ଓ ପେନସନ କାର୍ଡ ଫେରାଇ ଦେଇଥିଲେ। ସମସ୍ୟା ସମାଧାନ ନ ହେବା ଯାଏ କୌଣସି ସରକାରୀ ସାହାର୍ଯ୍ୟ ନେବେନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଅଳ୍ପ ଦିନ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାନୁଯାୟୀ, ବରଡାଝୋଡି ଓ ଲଦିପଦର ଗ୍ରାମରେ ମୌଳିକ ସମସ୍ୟା ରହିଛି। ପାନୀୟ ଜଳ ସମସ୍ୟା, ରାସ୍ତା, ବରଡାଝୋଡି ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ସେମାନଙ୍କ ଦାବି ରହିଛି। ବାରମ୍ବାର ଦାବି ପୂରଣ ପାଇଁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ସୋମବାର ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଯାଇ ବିଡିଓଙ୍କୁ ଭେଟିଥିଲେ। ଲେଲି ଲହରା, ବିବନ ଜାନୀ, ମାଝି ଜାନୀ, ସମାରୁ ଜାନୀ, ରଥୀ ଜାନୀ, ସିନ୍ଧେଇ ଜାନୀ ପ୍ରମୁଖଙ୍କ ସହ ୧୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ପେନଶନ, ରାସନ କାର୍ଡ ରଖି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ନେବେନାହିଁ ବୋଲି ଅଡ଼ି ବସିଥିଲେ। ବିଡିଓ ତୁରନ୍ତ ସହକାରୀ ଯନ୍ତ୍ରୀ ଆଶିଷ ପ୍ରଧାନ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଡାକି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଉକ୍ତ ଦୁଇଟି ଗ୍ରାମପାଇଁ ୨ଟିପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା କରାଇବା ସହ ସପ୍ତାହକ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି କହିଥିଲେ। ଗାଁକୁ ଯାଇ ପାନୀୟ ଜଳ ର ସ୍ଥିତି ଯାଞ୍ଚ କରି ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କେ. ସନ୍ତୋଷଙ୍କୁ ପଠାଇ ଥିଲେ। ନଳକୂପ ଆଦିର ମରାମତି କରିବା ସହ ଆବଶ୍ୟକ ସ୍ଥଳେ ୭ ଦିନ ମଧ୍ୟରେ ନଳକୂପ ଖନନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ସୌମେନ୍ଦ୍ର ଭୋମିକଙ୍କୁ ୨୦୨୩ -୨୪ ଶିକ୍ଷା ବର୍ଷରୁ ବନ୍ଦ ଥିବା ବରଡାଝୋଡି ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ କହିଥିଲେ। ସେ ଏଥିରେ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ସାତ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ପ୍ରତିଶ୍ରୁତି ପରେ ଗ୍ରାମବାସୀ ନିଜ ନିଜ କାର୍ଡ ନେଇ ଫେରିଥିଲେ। ବିଇଓ ଭୌମିକଙ୍କୁ ସ୍କୁଲ ଖୋଲିବା ସମ୍ପର୍କରେ ପଚାରିବାରୁ ପିଲା ସଂଖ୍ୟା କମ ଥିବାରୁ ସ୍କୁଲ ବନ୍ଦ କରାଯାଇଛି। ତାହାକୁ ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିନି ବୋଲି କହିଛନ୍ତି। ବଡିଓଙ୍କ ସହ ଭୀମସେନ ପାଣିଗ୍ରାହୀ, ଦିଲ୍ଲୀପ ପ୍ରଧାନୀ ଓ ପ୍ରହଲ୍ଲାଦ ହିଆଲ ଜନତାଙ୍କ ପାଇଁ ଆଲୋଚନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri