ଗୁଡ଼ାରି,୧୫ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରିସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂଘର ନିର୍ବାଚନ ଫଳ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ରସଂଘର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପ୍ରଧାନ ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ନିର୍ବାଚନ ଅଧିକାରୀ ସୁରେଶ ମହାଙ୍କୁଡ଼ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କିଛି ସମୟ ପୂର୍ବେ ଏହି ଫଳାଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଛାତ୍ର ସଂଘ ସଭାପତି ଭାବେ ଯୁକ୍ତ ୩ ଶେଷ ବର୍ଷର ଛାତ୍ର କାହ୍ନା ମହାନନ୍ଦିଆ ବିଜୟ ହୋଇଛନ୍ତି।
ସେହିପରି ଉପସଭାପତି ଭାବେ ଯୁକ୍ତ ୩ ଦିତ୍ୱୀୟ ବାର୍ଷିକ ଛାତ୍ର ଅଭିରାମ ଶବର, ସାଧାରଣ ସମ୍ପାଦକ ଭାବେ ଯୁକ୍ତ ୩ ଶେଷବର୍ଷ ଛାତ୍ର ଜିତେନ୍ଦ୍ର ମାମ୍ବାଲାକା, ସହ ସମ୍ପାଦକ ଭାବେ ଯୁକ୍ତ ୩ ଦ୍ୱିତୀୟ ବାର୍ଷିକ ଛାତ୍ର ରିବିକା ଜାଗରାଙ୍ଗା, କଲଚୁରାଲ ସମ୍ପାଦିକା ଭାବେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ତୃପ୍ତିମୟୀ ପାଢ଼ୀ, ଡ୍ରାମାଟିକ ସମ୍ପାଦିକା ଭାବେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ଦେଓ ଏବଂ ଆଥଲେଟିକ୍ ସମ୍ପାଦକ ଭାବେ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ରଞ୍ଜନ ମହାନ୍ତି ବିଜୟୀ ହୋଇଛନ୍ତି।

