ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ୪ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ବାଇଁ। ଏହି ଘଟଣାରେ ଆହୁରି ୪ ଜଣ ଜଡ଼ିତ ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା ଚଳାଇଛି।

ସୂଚନାଯୋଗ୍ୟ ଯେ, ଗତମାସ ୨୫ ତାରିଖ ରାତିରେ ପୂଜାରୀ ପ୍ରଦୋଷ ରଞ୍ଜନ ପାଢୀ କାମ ସରିବା ପରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ୨୬ ତାରିଖ ପ୍ରତ୍ୟୁଷରେ ଆସି ଦେଖିବା ବେଳକୁ ମନ୍ଦିରରୁ ଚୋରି ହୋଇଥିବା ଜାଣିଥିଲେ। ଏହାପରେ ମନ୍ଦିର କର୍ମକର୍ତ୍ତା ଶିବ ପ୍ରସାଦ ସାହୁ ଜାଣିବା ପରେ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ୪୫୨/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଥାନା ଅଧିକାରୀ ଜୀବନାନନ୍ଦ ଜେନା ମାମଲାଟିକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ଅଳଙ୍କାର ଚୋରି କରିବା ପରେ ତାକୁ ନେଇ ମନ୍ଦିର ନିକଟରେ ଥିବା କାଜୁ ବଗିଚାରେ ପୋତି ଦେଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଲୁଟ ଅଳଙ୍କାର ମିଳିଥିଲା।
ଚଢାଉରେ ଏସଆଇ ସମିର କୁମାର ସେଠି ଓ ଲଷ୍ମୀଧର ମହାନ୍ତି, ଏଏସଆଇ ସତ୍ୟ ନାରାୟଣ ମଲ୍ଲିକ,ହାବିଲଦାର ଦିଲିପ ରାଉତଙ୍କ, ସମେତ କନେଷ୍ଟବଲ ସନ୍ତୋଷ ନାୟକ, କେ.ପି ରେଡି,ଗଜେନ୍ଦ୍ର ସ୍ବାଇଁ ଅମିତ ବିଶ୍ବାଳ,ଯଶୋବନ୍ତ ମାଝୀ, ରାଜେଶ ମଣ୍ଡଳ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri