ରାସ୍ତା ଦୁର୍ଘଟଣାର ପ୍ରତିକାର

ଡ.ମୌସୁମୀ ପରିଡ଼ା

ଜନସଂଖ୍ୟା ବୃଦ୍ଧି ଓ ପାଣିପାଗର ପରିବର୍ତ୍ତନ ଅନୁଯାୟୀ ସ୍ଥାନାଭାବ, ଖାଦ୍ୟପାନୀୟ ଅଭାବ ଇତ୍ୟାଦି ସମସ୍ୟା ଦ୍ୱାରା ଜୀବଜନ୍ତୁମାନେ ଅଳ୍ପବହୁତେ ପ୍ରଭାବିତ। ପ୍ରାୟତଃ ଖାଦ୍ୟ କିମ୍ବା ପାନୀୟ ପାଇଁ ରାସ୍ତାକଡ଼ରେ କିଛି ପାଳିତ ଓ ବୁଲା ଜୀବଜନ୍ତୁ ରାସ୍ତା ଅବରୋଧ କରୁଥିବା ବା ଏଣେତେଣେ ବୁଲୁଥିବାର ଦୃଷ୍ଟିଗୋଚର ହୁଏ। ପ୍ରକାଶ ଥାଉ କି ବୁଲାକୁକୁରଙ୍କ ସଂଖ୍ୟାରେ ଭାରତ ପୃଥିବୀରେ ପ୍ରଥମ। ପ୍ରାୟ ୨୦ କୋଟି ବୁଲାକୁକୁର ରହୁଥିବା ପୃଥିବୀରେ ଭାରତର ଏହି ସଂଖ୍ୟା ପାଖାପାଖି ୬.୨ କୋଟି। ଆମ ଦେଶରେ ବିପୁଳ ପରିମାଣରେ ଖାଦ୍ୟ ନଷ୍ଟ ହୋଇ ଏଣେତେଣେ ପଡିରହିବା ବୁଲାକୁକୁରମାନଙ୍କ ସଂଖ୍ୟାବୃଦ୍ଧିର ଅନ୍ୟତମ କାରଣ। ନେଦରଲାଣ୍ଡ ଏକମାତ୍ର ଦେଶ, ଯେଉଁଠାରେ ବୁଲାକୁକୁରଙ୍କୁ ଦେଖିବାକୁ ମିଳେନାହିଁ। କାରଣ ସେଠାକାର ଲୋକେ ଏମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ନିଜ ଘରେ ଖାଦ୍ୟ ଓ ଆବଶ୍ୟକୀୟ ପ୍ରତିଷେଧକ ସହିତ ଲାଳନପାଳନ କରନ୍ତି।
ପ୍ରଶାସନ ତରଫରୁ କାଗଜ କଲମରେ ଏସବୁର ଯଥାବିଧି ତଦାରଖ ଚାଲିଛି ବୋଲି ପ୍ରତିବର୍ଷ ଆବଶ୍ୟକୀୟ ତଥ୍ୟ ଯୋଗାଇ ଦିଆଯାଉଥିବାବେଳେ ବୁଲା ଜୀବଜନ୍ତୁଙ୍କ ଦ୍ୱାରା ଅକାଳରେ ଅନେକ ପ୍ରାଣହାନି ଘଟୁଛି। ଉଦ୍‌ବେଗର କଥା ଯେ ରାସ୍ତା ଦୁର୍ଘଟଣା କେବଳ ମଦ୍ୟପାନଜନିତ କିମ୍ବା ଦ୍ରୁତ ଗାଡ଼ିଚାଳନା ଯୋଗୁ ନୁହେଁ ବୁଲା କୁକୁର, ଷଣ୍ଢ, ମାଙ୍କଡ଼ଙ୍କ ସହିତ ଛେଳି, ମେଣ୍ଢା, ଗୋରୁ, ମଇଁଷି ଆଦି ଗୃହପାଳିତ ପଶୁମାନଙ୍କ ଦ୍ୱାରା ମଧ୍ୟ ସଂଘଟିତ ହୋଇଚାଲିଛି। ରାସ୍ତାରେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ଜୀବନ ଚାଲିଯାଉଛି। ଦ୍ରୁତ ଗାଡିଚାଳନା, ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର, ହେଲମେଟ୍‌ ପିନ୍ଧିବାକୁ ନେଇ ନୀତିନିୟମ ଓ ଫାଇନ୍‌ ଆଦାୟ କରାଯାଉଥିଲେ ମଧ୍ୟ ବୁଲା ଜୀବଜନ୍ତୁ କିମ୍ବା ଖରାପ ରାସ୍ତାକୁ ନେଇ ସେହିପରି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ।
ପୃୃଥିବୀର ସର୍ବବୃହତ୍‌ ଜନସଂଖ୍ୟାବିଶିଷ୍ଟ ଦେଶ ଭାରତ। ଜନସଂଖ୍ୟାର ଘନତା ଦୃଷ୍ଟିରୁ ଖାଦ୍ୟ, ସ୍ଥାନ, ରୋଜଗାରକୁ ଭିତ୍ତିକରି ନାନାଦି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଛି କିଛି ସମସ୍ୟାକୁ ଏଡ଼େଇଦେବା ସମସ୍ୟାର ନିରାକରଣ ନୁହେଁ ବରଂ ବର୍ଦ୍ଧୀକରଣ। ଏହାକୁ ଅଣଦେଖା କରିବା ହେତୁ ଜୀବଜନ୍ତୁଜନିତ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ତ ଏ ସମସ୍ୟା ଉକତ୍ଟ। ନିହାତି ଦଶ କି.ମି. ବାଟ ଭିତରେ ବିଭିନ୍ନ ଗୃହପାଳିତ ପଶୁମାନଙ୍କ ଅବାଧ ଚଳପ୍ରଚଳ ଦେଖିହେବ। ଦୁର୍ଘଟଣାରେ ସେମାନଙ୍କ ପଶୁ ଆହତ କିମ୍ବା ନିହତ ହେଲେ ଗାଡିଚାଳକଠାରୁ ଜରିମାନାସ୍ବରୂପ ମୋଟା ଅଙ୍କର ଅର୍ଥ ଆଦାୟ କରିନେବେ। ଅଥଚ ସେମାନଙ୍କ ପଶୁ ଦ୍ୱାରା ଗାଡିଚାଳକ ମୃତ୍ୟୁ କିମ୍ବା ଆଘାତପ୍ରାପ୍ତ ହେଲେ ତାକୁ କୌଣସି କ୍ଷତିପୂରଣ ମିଳେନାହିଁ। ବିଚିତ୍ର ନିୟମ ଆମ ଦେଶରେ ଯାହା ଅସମାନ, ଅନିୟନ୍ତ୍ରିତ ଓ କୁପରିଚାଳିତ।
ଭାରତରେ ଏବେସୁଦ୍ଧା ପ୍ରାୟ ୬.୨ କୋଟି ବୁଲାକୁକୁର ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୭ଲକ୍ଷରୁ ଅଧିକ ଓ ଦେଶର ଦ୍ୱିତୀୟ ବୃହତ୍ତମ ବୁଲାକୁକୁର ଥିବା ରାଜ୍ୟ। ଉତ୍ତରପ୍ରଦେଶ, ଓଡ଼ିଶା ଓ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏକ ଅଧ୍ୟୟନରୁ ଜଣାଯାଏ ଯେ କୁକୁରମାନଙ୍କର ପ୍ରଜନନ କ୍ଷମତା ଏତେ ଅଧିକ ଯେ ମାତ୍ର ତିନି ବର୍ଷ ମଧ୍ୟରେ ୩୦୦ ପର୍ଯ୍ୟନ୍ତ ସଂଖ୍ୟା ବୃୃଦ୍ଧି କରିପାରନ୍ତି। ସେମାନଙ୍କ ଦ୍ୱାରା ବିଭିନ୍ନ ରୋଗ ବ୍ୟାପିବା ସହିତ ରାସ୍ତା ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ଘଟିଚାଲିଛି। ସେମାନଙ୍କୁ ଉଚିତ ସମୟରେ ରୋଗ ପ୍ରତିଷେଧକ ସହିତ ପ୍ରଜନନ କ୍ଷମତାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବା ନିହାତି ଜରୁରୀ।
ଆନିମଲ୍‌ ୱେଲଫେଆର୍‌ ବୋର୍ଡ ବୁଲା କୁକୁରଙ୍କର ଖାଦ୍ୟ ବ୍ୟବସ୍ଥା ସହିତ ସେମାନଙ୍କ ପ୍ରତି କେହି ଯେପରି କ୍ରୂର ଆଚରଣ ନ କରେ ସେଥିପାଇଁ ବିହିତ ପଦକ୍ଷେପ ନେଉଛି। ଆଇନ ଅନୁଯାୟୀ କୁକୁରମାନଙ୍କ ପାଇଁ ଜନ୍ମନିୟନ୍ତ୍ରଣ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ ଆଘାତ ଦେବା, ମାରିଦେବା, ବିଷ ଦେବା, ସ୍ଥାନାନ୍ତରିତ କରିବା ଆଇନତଃ ଦଣ୍ଡନୀୟ ଅପରାଧ। ୧୮୬୦ରୁ ନିର୍ଦ୍ଧାରିତ ଭାରତୀୟ ପିଙ୍ଗଳ ଧାରା ୪୨୮ ଅନୁଯାୟୀ ପଶୁମାନଙ୍କ ପ୍ରତି ନୃଶଂସତା ନିରାକରଣ ପାଇଁ ଆବଶ୍ୟକ ସ୍ଥଳେ ଦୁଇବର୍ଷ କାରାଦଣ୍ଡ କିମ୍ବା ଫାଇନ୍‌ ବ୍ୟବସ୍ଥା କରାଯାଇଛି। ଏହା ଉଚିତ ଓ ସ୍ବାଗତଯୋଗ୍ୟ ପଦକ୍ଷେପ।
ପ୍ରତ୍ୟେକ ପ୍ରାଣୀର ଏ ପୃଥିବୀରେ ବଞ୍ଚିବା ପାଇଁ ସମାନ ଅଧିକାର ରହିଛି। କିନ୍ତୁ ଅନୁପାତ ଠିକ୍‌ ନ ରହିଲେ ପ୍ରକୃତିର ଭାରସାମ୍ୟ ରହିବନାହଁି। ପ୍ରାଣୀଜନିତ ରାସ୍ତା ଦୁର୍ଘଟଣା ବହୁ ପରିମାଣରେ ବଢ଼ିଛି। ଗାଡ଼ି ଚାଳକ ସେଥିପ୍ରତି ସତର୍କ ଓ ସଜାଗ ରହିଲେ ମଧ୍ୟ ଦୁର୍ଘଟଣାକୁ ଏଡ଼େଇ ଦିଆଯାଇ ନ ପାରେ। ଗୋରୁ, ମଇଁଷି, ଛେଳିମେଣ୍ଢା ଆଦି ଗୃହପାଳିତ ପଶୁମାନଙ୍କ ପାଇଁ ସେମାନଙ୍କ ମାଲିକମାନେ ଦାୟୀ ରହିବା ଉଚିତ। କାରଣ ସେମାନେ ନିଜ ଦାୟିତ୍ୱ ସଂପନ୍ନ ନ କରି ରାସ୍ତାରେ ଛାଡ଼ି ଦେଉଥିବା ଅପରିଣାମଦର୍ଶିତା; ଯେଉଁଥିରେ ଲଗାମ୍‌ ଲାଗିବା ଆବଶ୍ୟକ। ସେହିପରି ବୁଲାକୁକୁରମାନଙ୍କ ଜନ୍ମ ନିୟନ୍ତ୍ରଣ ସହିତ ରାସ୍ତାରେ ସେମାନଙ୍କ ଅବାଧ ବିଚରଣ ବିଷୟରେ ପ୍ରଶାସନ ଦୃଷ୍ଟିଦେବା ନିହାତି ଜରୁରୀ।
ପଶୁ ସଂରକ୍ଷଣ କରିବା ନ୍ୟାୟରେ ଜନସାଧାରଣଙ୍କ ଜୀବନହାନି ନ ହେଉ। ହାତୀ, ଚିତା, ହରିଣ, ସମ୍ବର ଆଦି ବନ୍ୟପ୍ରାଣୀମାନେ ଜଙ୍ଗଲରୁ ସହରମୁହାଁ ହେବାରେ, ସେମାନଙ୍କ ବାସଭୂମିକୁ ନଷ୍ଟ କରୁଥିବା ମଣିଷମାନେ ଦାୟୀ ହେବା ପରି ବୁଲାଜୀବଜନ୍ତୁଙ୍କ ଅବାଧ ବିଚରଣରେ ପଶୁପାଳକମାନେ ମଧ୍ୟ ସମପରିମାଣରେ ଦାୟୀ। ତେଣୁ ସେମାନଙ୍କଠାରୁ ମଧ୍ୟ ଫାଇନ୍‌ ଆଦାୟ କରାଯାଉ। କିନ୍ତୁ ମାଲିକହୀନ ବୁଲାକୁକୁରମାନଙ୍କ ବିଚରଣ ଓ ଆଚରଣ ଏବଂ ସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ତାହା ପାଳିତ ହେଉଛି କି ନାହିଁ ସେସବୁର ତଦାରଖ କରିବା ପ୍ରଶାସନିକ ଦାୟିତ୍ୱ; ଯାହାଫଳରେ ରାସ୍ତା ଦୁର୍ଘଟଣା ହ୍ରାସ ପାଇବ। କେବଳ ମୋଟର ଆରୋହୀ ଚାହିଁଲେ ଦୁର୍ଘଟଣାରୁ ବର୍ତ୍ତିପାରିବ ନାହିଁ ସେଥିପାଇଁ ଉପଯୁକ୍ତ ପଥ, ପଥିକ, ମାଲ୍‌ବାହୀ ବଡଯାନଗୁଡ଼ିକର ମନଇଚ୍ଛା ଅବାଧ ଚଳପ୍ରଚଳରେ ଲଗାମ୍‌ କଷିବା ସହିତ କଡ଼ା ଆଭିମୁଖ୍ୟର ଆବଶ୍ୟକତା ରହିଛି।
ମୋ- ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?