ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ବରଗଡ଼ ଜିଲାରେ ପଞ୍ଜୀକରଣ ପ୍ରକ୍ରିୟା ବିଗତବର୍ଷ ତୁଳନାରେ ଧିମେଇ ଯାଇଛି। ଗୁରୁବାର ଜିଲାରେ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟାକୁ ୧୫ଦିନ ପୂରିବ। ଅଥଚ ଗତବର୍ଷ ଖରିଫ୍‌ ତୁଳନାରେ ଏଥର ଅଧେ ଚାଷୀ ମଧ୍ୟ ପଞ୍ଜୀକରଣ ହୋଇପାରି ନାହାନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଏକ ତୃତୀୟାଂଶ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ସରଛି। ଅନ୍ୟପଟେ ଆସନ୍ତା ୩୧ତାରିଖ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟା ସରିଯିବ। ଏହାକୁ ନେଇ ଏବେଠାରୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ପ୍ରତି ୬ମାସରେ ଥରେ ଅର୍ଥାତ୍‌ ଉଭୟ ରବି ଓ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଧାନବିକ୍ରି ପଞ୍ଜୀକରଣ ହୋଇ ଆସୁଛି। ଚାଷୀ ଚାଷକାର୍ଯ୍ୟ ଆରମ୍ଭ କଲାମାତ୍ରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ। ଫଳରେ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିବ ନା ପଞ୍ଜୀକରଣ ପାଇଁ ଧାଁ ଧପଡ଼ ହେବ, ଆରମ୍ଭରୁ ସେହି ଚିନ୍ତା ଚାଷୀମାନଙ୍କୁ ଘାରିଥାଏ। ତେବେ ପଞ୍ଜୀକରଣ ନ ହେଲେ ଧାନବିକ୍ରି ସମସ୍ୟା ଉପୁଜି ଆସୁଥିବାରୁ ଚାଷୀମାନେ ଚାଷକାର୍ଯ୍ୟକୁ ପଛରେ ପକାଇ ପଞ୍ଜୀକରଣରେ ଲାଗି ପଡ଼ିଥାନ୍ତି।
ଏହି କ୍ରମରେ ପୂର୍ବବର୍ଷ ଭଳି ଏଥର ମଧ୍ୟ ଜିଲାର ଚାଷୀମାନେ ପଞ୍ଜୀକରଣ ପାଇଁ ଆଗେଇ ଆସିଥିଲେ। ଗତ ୬ତାରିଖରୁ ଜିଲାରେ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୫୭ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଏହି ପ୍ରକ୍ରିୟା ଚାଲିଛି। ତେବେ ପ୍ରଥମରୁ ଏଗ୍ରିଷ୍ଟାକ୍‌ ଆଇଡ଼ି ଚାଷୀଙ୍କୁ ଅଡୁଆ ସାଜିଥିଲା। ବିଭାଗୀୟ କର୍ମଚାରୀମାନେ ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ିକୁ ବାଧ୍ୟତାମୂଳକ କହିଥିଲେ। ଫଳରେ ପଞ୍ଜୀକରଣ କରିବାକୁ ଯାଇ ଅନେକ ଚାଷୀଙ୍କୁ ପାକ୍ସରୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚାଷୀ ଆନ୍ଦୋଳନ ଚାପରେ ରାଜ୍ୟ ସରକାର ଧାନବିକ୍ରି ପଞ୍ଜୀକରଣରୁ ଏଗ୍ରିଷ୍ଟାକ୍‌ ଆଇଡ଼ିକୁ ହଟାଇ ଦେଇଥିଲେ। ଏହାସତ୍ତ୍ୱେ ସମସ୍ୟା ଅସମାହିତ ରହିଛି।
ଭାଗଚାଷୀ ଏବଂ ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ଜମିର ଧାନବିକ୍ରି ପଞ୍ଜୀକରଣ ହୋଇପାରୁ ନାହିଁ। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ଚାଷୀମାନଙ୍କୁ ପଞ୍ଜୀକରଣରେ ଅଡୁଆ ସାଜିଥିବାବେଳେ ପାକ୍ସ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଏବଂ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଆଇଡ଼ି କମ୍‌ସଂଖ୍ୟକ ରହିଥିବାରୁ ତାହା ମଧ୍ୟ ବାଧକ ସାଜିଥିବା କୁହାଯାଉଛି। ପଞ୍ଜୀକରଣ ପାଇଁ ଜିଲାର ୫୭ ପାକ୍ସରେ ପ୍ରଥମେ ୫୭ଟି ଅର୍ଥାତ୍‌ ପ୍ରତ୍ୟେକ ପାକ୍ସରେ ଗୋଟିଏ ଲେଖାଏ ଆଇଡ଼ି ଖୋଲାଯାଇଥିଲା ଏବଂ ସେଠାରେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଥିଲା। ପରବର୍ତ୍ତୀ ସମୟରେ ଏଭଳି ଆହୁରି ୨୭ଆଇଡ଼ି ଖୋଲାଯାଇଥିବା ସୂଚନା ମିଳିଛି, କିନ୍ତୁ ପଞ୍ଜୀକରଣ ପ୍ରକ୍ରିୟା ଆଶାନୁରୂପଭାବେ ତ୍ୱରାନ୍ବିତ ହୋଇପାରି ନାହିଁ।
ବିଗତବର୍ଷ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଖିଲେ ଏଥର ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବହୁ ଦୂରରେ ରହିଛି। ଗତବର୍ଷ ଖରିଫ୍‌ରେ ପ୍ରଥମେ ଜିଲାର ୧ଲକ୍ଷ ୬୩ହଜାର ଏବଂ ପରବର୍ତ୍ତୀ ସମୟରେ ଆହୁରି ୫ହଜାରରୁ ଅଧିକ ଅର୍ଥାତ୍‌ ପାଖାପାଖି ୧ଲକ୍ଷ ୬୯ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ଏଥର ଧାନବିକ୍ରି ପଞ୍ଜୀକରଣକୁ ଇତିମଧ୍ୟରେ ୧୪ଦିନ ବିତିଯାଇ ଥିବାବେଳେ ବୁଧବାର ସୁଦ୍ଧା ଜିଲାର ମାତ୍ର ୫୭ହଜାର ୧୩୪ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଅନ୍ୟପଟେ ପଞ୍ଜୀକରଣ ଅବଧିକୁ ଆଉମାତ୍ର ୧୧ଦିନ ବାକି ଥିବାବେଳେ ଏହି ସମୟ ଅବଧି ମଧ୍ୟରେ ଜିଲାର ଅନ୍ୟ ପ୍ରାୟ ୧ଲକ୍ଷ ୨୨ହଜାର ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ କିଭଳି ସରିବ, ତାହା ସହଜରେ ଅନୁମେୟ। ଫଳରେ ଧାନବିକ୍ରି ପଞ୍ଜୀକରଣକୁ ତ୍ୱରାନ୍ବିତ କରାଯିବା ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗକୁ ପଞ୍ଜୀକରଣ ଅବଧି ବୃଦ୍ଧି ଦାବିରେ ଜିଲାରେ ଚାଷୀ ଆନ୍ଦୋଳନ ଜୋର୍‌ ଧରିବାର ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?