ରୋଗୀ ଆସିଲେ ରେଫର୍‌

ଅନୁଗୋଳ ଅଫିସ, ୧୪ା୧୦: ଜିଲାର ମୁଖ୍ୟ ଚିକିତ୍ସାଳୟ। ଉନ୍ନତ ଚିକିତ୍ସା ଆଶା ନେଇ ଦୈନିକ ଶତାଧିକ ରୋଗୀ ଦୂର ଦୂରାନ୍ତରୁ ଆସୁଛନ୍ତି। ପଡ଼ୋଶୀ ଜିଲାର ବହୁ ରୋଗୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ହେଲେ ଏଠାରେ ଥିବା କେତେଜଣ ଡାକ୍ତର ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା ନ କରି କଟକ ରେଫର କରିଦେଉଛନ୍ତି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ। ମେଡିକାଲ ପ୍ରଶାସନର ଅପାରଗତାରୁ ବାରମ୍ବାର ଏହି ଚିକିତ୍ସାଳୟ ବିବାଦ ମଧ୍ୟକୁ ଠେଲି ହୋଇଯାଉଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ବହୁ ଅତ୍ୟାଧୁନିକ ଯନ୍ତ୍ରାଂଶ ରହିଛି। ୨ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ରହିଛନ୍ତି। କିନ୍ତୁ ଦୀର୍ଘ ଦିନ ହେବ ଏଠାକାର ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ହୋଇନାହିଁ। କେବଳ ଏହି ଗୋଟିଏ ବିଭାଗ ନୁହେଁ, ସର୍ଜରି ବା ଶଲ୍ୟ ବିଭାଗରେ ମଧ୍ୟ ସମାନ ଅବସ୍ଥା। ହାଡ଼ ଭାଙ୍ଗୁ କିମ୍ବା ଦୁର୍ଘଟଣାର ଶିକାର ହୋଇ ରୋଗୀ ଆସିଲା ମାତ୍ରେ କଟକ ରେଫର୍‌ କରିଦିଆଯାଉଛି। ଫଳରେ ବହୁ ଗରିବ ରୋଗୀ କଟକ ନ ହେଲେ ଘରୋଇ ନର୍ସିଂହୋମକୁ ଯାଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି। ଦୀର୍ଘଦିନ ଧରି ଚିକିତ୍ସାସେବାରେ ଏପରି ମନମୁଖି କାର୍ଯ୍ୟ ଚାଲୁଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭଲ ଚିକିତ୍ସା ସେବା ଦେବାକୁ ଜିଲା ଖଣିଜ ପାଣ୍ଠିରୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଏଠାରେ ଥିବା ବହୁ ଯନ୍ତ୍ରାଂଶ ରୋଗୀ ସେବାରେ ଲାଗିପାରୁ ନାହିଁ। ଆସୁଥିବା ବହୁ ରୋଗୀଙ୍କୁ କଟକ ରେଫର କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି। ମେଡିକାଲ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ନଜର ରଖୁ ନ ଥିବାରୁ ଗରିବ ରୋଗୀମାନେ ଖର୍ଚ୍ଚାନ୍ତର ଶିକାର ହୋଉଥିବା ସଚେତନ ନାଗରିକମାନେ ମତ ପୋଷଣ କରିଛନ୍ତି। ଜିଲା ପ୍ରଶାସନ କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିରେ ହସ୍ତକ୍ଷେପ କରି ରୋଗୀଙ୍କୁ କିଭଳି ସୁବିଧାରେ ଚିକିତ୍ସତ୍ା ପ୍ରଦାନ କରାଯିବ, ସେ ନେଇ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଶାସନର ମନମୁଖି କାର୍ଯ୍ୟ
ମେଡିକାଲ ପ୍ରଶାସନ ମନମୁଖି କାର୍ଯ୍ୟ କରୁଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଥିଲେ ବି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି।
-ସୁବୋଧ ମିଶ୍ର, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି
ସାଧାରଣ ରୋଗ ପାଇଁ କଟକ ପଠାଯାଉଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ରହିଛି। କିନ୍ତୁ ଚିକିତ୍ସା ପାଇଁ କେତେଜଣ ଡାକ୍ତର ଆନ୍ତରିକତା ଦେଖାଉନାହାନ୍ତି। ଫଳରେ ସାଧାରଣ ରୋଗ ପାଇଁ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଜଣେ ଗ୍ୟାଷ୍ଟ୍ରିକ ରୋଗୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ସମ୍ପୃକ୍ତ ରୋଗୀ କହିଛନ୍ତି।
-ସବିତା ଦାସ, ଅନୁଗୋଳ
ସମସ୍ୟାରେ ପଡ଼ୁଛନ୍ତି ରୋଗୀ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ସମ୍ଭବ ହେଉଥିଲେ ବି ଡାକ୍ତର ଓ ମେଡିକାଲ ପ୍ରଶାସନର ଅବହେଳା ଯୋଗୁ ରୋଗୀ ସମସ୍ୟାରେ ପଡ଼ୁଛନ୍ତି। ସେମାନଙ୍କୁ କଟକ ପଠାଯାଉଥିବାରୁ ଧାର କରଜ କରି ଟଙ୍କା ଖର୍ଚ୍ଚ କରୁଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଚେତୁ ନ ଥିବାରୁ ଏଭଳି ସମସ୍ୟା ହେଉଛି।
-ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ
ସରକାରୀ କାର୍ଡରେ ଚିକିତ୍ସା ପାଇଁ ରେଫର କରାଯାଉଛି
ମେଡିକାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ସରକାରଙ୍କ ପକ୍ଷରୁ ମିଳିଥିବା ସ୍ବାସ୍ଥ୍ୟ କାର୍ଡରେ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଅନୁରୋଧ ରକ୍ଷାକରି ସମ୍ପୃକ୍ତ ରୋଗୀମାନଙ୍କୁ ରେଫର କରାଯାଉଛି।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri