ରୋଗୀ ଆସିଲେ ରେଫର୍‌

ଅନୁଗୋଳ ଅଫିସ, ୧୪ା୧୦: ଜିଲାର ମୁଖ୍ୟ ଚିକିତ୍ସାଳୟ। ଉନ୍ନତ ଚିକିତ୍ସା ଆଶା ନେଇ ଦୈନିକ ଶତାଧିକ ରୋଗୀ ଦୂର ଦୂରାନ୍ତରୁ ଆସୁଛନ୍ତି। ପଡ଼ୋଶୀ ଜିଲାର ବହୁ ରୋଗୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ହେଲେ ଏଠାରେ ଥିବା କେତେଜଣ ଡାକ୍ତର ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା ନ କରି କଟକ ରେଫର କରିଦେଉଛନ୍ତି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ। ମେଡିକାଲ ପ୍ରଶାସନର ଅପାରଗତାରୁ ବାରମ୍ବାର ଏହି ଚିକିତ୍ସାଳୟ ବିବାଦ ମଧ୍ୟକୁ ଠେଲି ହୋଇଯାଉଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ବହୁ ଅତ୍ୟାଧୁନିକ ଯନ୍ତ୍ରାଂଶ ରହିଛି। ୨ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ରହିଛନ୍ତି। କିନ୍ତୁ ଦୀର୍ଘ ଦିନ ହେବ ଏଠାକାର ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ହୋଇନାହିଁ। କେବଳ ଏହି ଗୋଟିଏ ବିଭାଗ ନୁହେଁ, ସର୍ଜରି ବା ଶଲ୍ୟ ବିଭାଗରେ ମଧ୍ୟ ସମାନ ଅବସ୍ଥା। ହାଡ଼ ଭାଙ୍ଗୁ କିମ୍ବା ଦୁର୍ଘଟଣାର ଶିକାର ହୋଇ ରୋଗୀ ଆସିଲା ମାତ୍ରେ କଟକ ରେଫର୍‌ କରିଦିଆଯାଉଛି। ଫଳରେ ବହୁ ଗରିବ ରୋଗୀ କଟକ ନ ହେଲେ ଘରୋଇ ନର୍ସିଂହୋମକୁ ଯାଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି। ଦୀର୍ଘଦିନ ଧରି ଚିକିତ୍ସାସେବାରେ ଏପରି ମନମୁଖି କାର୍ଯ୍ୟ ଚାଲୁଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭଲ ଚିକିତ୍ସା ସେବା ଦେବାକୁ ଜିଲା ଖଣିଜ ପାଣ୍ଠିରୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଏଠାରେ ଥିବା ବହୁ ଯନ୍ତ୍ରାଂଶ ରୋଗୀ ସେବାରେ ଲାଗିପାରୁ ନାହିଁ। ଆସୁଥିବା ବହୁ ରୋଗୀଙ୍କୁ କଟକ ରେଫର କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି। ମେଡିକାଲ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ନଜର ରଖୁ ନ ଥିବାରୁ ଗରିବ ରୋଗୀମାନେ ଖର୍ଚ୍ଚାନ୍ତର ଶିକାର ହୋଉଥିବା ସଚେତନ ନାଗରିକମାନେ ମତ ପୋଷଣ କରିଛନ୍ତି। ଜିଲା ପ୍ରଶାସନ କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିରେ ହସ୍ତକ୍ଷେପ କରି ରୋଗୀଙ୍କୁ କିଭଳି ସୁବିଧାରେ ଚିକିତ୍ସତ୍ା ପ୍ରଦାନ କରାଯିବ, ସେ ନେଇ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଶାସନର ମନମୁଖି କାର୍ଯ୍ୟ
ମେଡିକାଲ ପ୍ରଶାସନ ମନମୁଖି କାର୍ଯ୍ୟ କରୁଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଥିଲେ ବି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି।
-ସୁବୋଧ ମିଶ୍ର, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି
ସାଧାରଣ ରୋଗ ପାଇଁ କଟକ ପଠାଯାଉଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ରହିଛି। କିନ୍ତୁ ଚିକିତ୍ସା ପାଇଁ କେତେଜଣ ଡାକ୍ତର ଆନ୍ତରିକତା ଦେଖାଉନାହାନ୍ତି। ଫଳରେ ସାଧାରଣ ରୋଗ ପାଇଁ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଜଣେ ଗ୍ୟାଷ୍ଟ୍ରିକ ରୋଗୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ସମ୍ପୃକ୍ତ ରୋଗୀ କହିଛନ୍ତି।
-ସବିତା ଦାସ, ଅନୁଗୋଳ
ସମସ୍ୟାରେ ପଡ଼ୁଛନ୍ତି ରୋଗୀ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ସମ୍ଭବ ହେଉଥିଲେ ବି ଡାକ୍ତର ଓ ମେଡିକାଲ ପ୍ରଶାସନର ଅବହେଳା ଯୋଗୁ ରୋଗୀ ସମସ୍ୟାରେ ପଡ଼ୁଛନ୍ତି। ସେମାନଙ୍କୁ କଟକ ପଠାଯାଉଥିବାରୁ ଧାର କରଜ କରି ଟଙ୍କା ଖର୍ଚ୍ଚ କରୁଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଚେତୁ ନ ଥିବାରୁ ଏଭଳି ସମସ୍ୟା ହେଉଛି।
-ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ
ସରକାରୀ କାର୍ଡରେ ଚିକିତ୍ସା ପାଇଁ ରେଫର କରାଯାଉଛି
ମେଡିକାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ସରକାରଙ୍କ ପକ୍ଷରୁ ମିଳିଥିବା ସ୍ବାସ୍ଥ୍ୟ କାର୍ଡରେ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଅନୁରୋଧ ରକ୍ଷାକରି ସମ୍ପୃକ୍ତ ରୋଗୀମାନଙ୍କୁ ରେଫର କରାଯାଉଛି।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?