ଘରକୁ ଫେରିବ ଫିଙ୍ଗା ସାମଗ୍ରୀ

ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ ଫୁଲ ମଧ୍ୟ ପୁଣି ଘରକୁ ଫେରି କାମରେ ଲାଗିବ। ଫିଙ୍ଗା ଯାଉଥିବା ଏପରି ଜିନିଷକୁ ରିସାଇକ୍ଲିଂ କରାଯାଇ କିପରି ଲୋକଙ୍କୁ ବିକ୍ରି କରାଯିବ ସେ ନେଇ ଅନୁଗୋଳ ଜିଲାରେ ଆରମ୍ଭ ହେବାକୁ ଯାଉଛି ‘ସାଇକ୍ଲୋ’। ଜିଲାର ୮ ବ୍ଲକ ସହ ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିରେ ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ସାଇକ୍ଲୋ ସେଣ୍ଟର ନିର୍ମାଣ କରାଯାଉଛି। ଏପରି ବ୍ୟବସ୍ଥା ପରିବେଶଜନିତ ପ୍ରଦୂଷଣକୁ ଅନେକାଂଶରେ ହ୍ରାସ କରିପାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ଜିଲାରେ ଚଳିତମାସରୁ ଆରମ୍ଭ ହେବ ସାଇକ୍ଲୋ। ଏହି ବ୍ୟବସ୍ଥାରେ ଗୋଟିଏ ସ୍ଥାନରେ ୮ଟି ଦୋକାନ ଘର ବୃତ୍ତାକାରରେ ରହିବ। ଫିଙ୍ଗା ଯାଉଥିବା ସାମଗ୍ରୀଗୁଡ଼ିକୁ ରିସାଇକ୍ଲିଂ କରି ଏହି ଦୋକାନଗୁଡ଼ିକରେ ବିକ୍ରି କରାଯିବ। ଏହି ସାମଗ୍ରୀ କିଭଳି ଭାବେ ପ୍ରସ୍ତୁତ ହେଉଛି, ସେ ନେଇ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକ ଏହି ପ୍ରଶିକ୍ଷଣ ପାଇବା ପରେ ନିଜେ ତିଆରି କରି ବିକ୍ରି କରିପାରିବେ। ମନ୍ଦିରର ଛଡ଼ା ଫୁଲରୁ ଧୂପକାଠି ପ୍ରସ୍ତୁତ କରାଯିବ। ଖାଇ ହେଉଥିବା ଆଇସ୍‌କ୍ରିମ୍‌ କୋନ ପରି ଖାଦ୍ୟ ସାମଗ୍ରୀରୁ ପ୍ଲେଟ ଓ ଚାମଚ ଆଦି ପ୍ରସ୍ତୁତ କରାଯିବ। ଲୋକେ ଏଥିରେ ଟିଫିନ ଖାଇବା ପରେ ଉକ୍ତ ପ୍ଲେଟ ଓ ଚାମଚକୁ ମଧ୍ୟ ଖାଇପାରିବେ। ଫିଙ୍ଗି ଦିଆଯାଉଥିବା ଭଙ୍ଗା ପ୍ଲାଷ୍ଟିକ, ଟିଣ, ଲୁହା ଆଦିକୁ ସଂଗ୍ରହ କରି ଫୁଲଦାନୀ, ପ୍ଲେଟ ଷ୍ଟାଣ୍ଡ, ପେନ୍‌ ଷ୍ଟାଣ୍ଡ ଭଳି ଘର ସାଜସଜ୍ଜା ସାମଗ୍ରୀ ନିର୍ମାଣ କରାଯାଇ ବିକ୍ରି କରାଯିବ। ଅଚଳ ଇଲେକ୍ଟ୍ରି ସାମଗ୍ରୀଗୁଡ଼ିକୁ ରିସାଇକ୍ଲିଂ କରି ସାଇକ୍ଲୋ ଷ୍ଟୋରରେ ବିକ୍ରି କରାଯିବ। କାଗଜ, କପଡ଼ା, ବାଉଁଶ, ବେତରୁ ମଧ୍ୟ ସୌଖିନ ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରି ବ୍ୟବସ୍ଥା ହେବ। ଏହି ସାଇକ୍ଲୋରେ ‘ଦୟାର ପାତ୍ର’ ନାମରେ ଏକ ସ୍ବତନ୍ତ୍ର ଷ୍ଟଲ ରହିବ। ପୁରୁଣା ବହି, ଖାତା, କପଡ଼ା, ଜୋତା, ଛତା ସହ ଅନ୍ୟାନ୍ୟ ସାମଗ୍ରୀ ଲୋକେ ଏଥିରେ ପକାଇଲେ ତାହାକୁ ନୂଆ କରି ଗରିବ ଲୋକଙ୍କୁ ମାଗଣାରେ ପ୍ରଦାନ କରାଯିବ। ରାଜ୍ୟରେ ପ୍ରଥମ କରି ଏହି ବ୍ୟବସ୍ଥା ଚଳିତମାସରୁ ଅନୁଗୋଳରେ ଆରମ୍ଭ ହେବାକୁ ଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

 

ଅଯୋଗ୍ୟକୁ ଯୋଗ୍ୟ କରାଯିବ
ଅଳିଆ ଆବର୍ଜନାକୁ ପୁଣି ବ୍ୟବହାର ଯୋଗ୍ୟ କରାଯିବ। ଏସ୍‌ଏଚ୍‌ଜିମାନଙ୍କୁ ଏହି ରିସାଇକ୍ଲିଂ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଅନୁଗୋଳରେ ସାମଗ୍ରୀ ପ୍ରସ୍ତୁତ ପରେ ସାଇକ୍ଲୋ ଷ୍ଟଲରେ ବିକ୍ରି କରାଯିବ। ଗରିବ ଓ ମେଧାବୀ ଛାତ୍ରଙ୍କୁ ପୁସ୍ତକ ଓ ପୋଷାକ ଏହି ସାଇକ୍ଲୋରୁ ଯୋଗାଇ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ବର୍ଜ୍ୟବସ୍ତୁରୁ ଜୀବିକା ଅର୍ଜନ ହେବ
ବର୍ଜ୍ୟବସ୍ତୁରୁ ଜୀବିକା ଅର୍ଜନ କରିହେବ ବୋଲି କେବେ ବିଶ୍ବାସ କରି ନ ଥିଲୁ। ଏଭଳି ଏକ ସାଇକ୍ଲୋ ହେଉଥିବା ଜାଣି ଖୁସି ଲାଗୁଛି। ଏହାଦ୍ବାରା ମହିଳାମାନେ ଆଉ ପାଦେ ଆଗକୁ ବଢିବେ ଓ ଆତ୍ମନିର୍ଭର ହେବେ।
-ଝୁଲି ସାହୁ, କନକ ଦୁର୍ଗା ଏସ୍‌ଏଚ୍‌ଜି

ପରିବେଶ ପ୍ରଦୂଷଣ ରୋକିହେବ
ଅବ୍ୟବହୃତ ସାମଗ୍ରୀ ଆଉ ଅଳିଆ ହୋଇ ରହିବ ନାହିଁ। ପରିବେଷଣ ଦୂଷିତ ମଧ୍ୟ କରିବ ନାହିଁ। ସୁସ୍ଥ ପରିବେଶ ସହ ଅବ୍ୟବହୃତ ସାମଗ୍ରୀ ପୁଣି ବ୍ୟବହାର ଯୋଗ୍ୟ ହେବ। ଏହା ସମସ୍ତଙ୍କ ପାଇଁ ସ୍ବାଗତଯୋଗ୍ୟ କାର୍ଯ୍ୟ।
-ସବିତା ଜେନା, ଦେବୀ ଦିବ୍ୟ ଏସ୍‌ଏଚ୍‌ଜି

ପରିବେଶ ଯୋଦ୍ଧା ମନେକରୁଛୁ
ଏଭଳି କାର୍ଯ୍ୟ ଆମ ଜିଲାରେ ହେଉଥିବାରୁ ଖୁସି ଲାଗୁଛି। ପରିବେଶ ଯୋଦ୍ଧା ଭାବେ ଆମମାନଙ୍କୁ ଚୟନ କରାଯିବ। ଏଥିସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ଏକ ଶୁଭ ସଙ୍କେତ।
-ସଂଯୁକ୍ତା ସେନାପତି, ବୁଢୀ ଠାକୁରାଣୀ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri