ଘରକୁ ଫେରିବ ଫିଙ୍ଗା ସାମଗ୍ରୀ

ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ ଫୁଲ ମଧ୍ୟ ପୁଣି ଘରକୁ ଫେରି କାମରେ ଲାଗିବ। ଫିଙ୍ଗା ଯାଉଥିବା ଏପରି ଜିନିଷକୁ ରିସାଇକ୍ଲିଂ କରାଯାଇ କିପରି ଲୋକଙ୍କୁ ବିକ୍ରି କରାଯିବ ସେ ନେଇ ଅନୁଗୋଳ ଜିଲାରେ ଆରମ୍ଭ ହେବାକୁ ଯାଉଛି ‘ସାଇକ୍ଲୋ’। ଜିଲାର ୮ ବ୍ଲକ ସହ ଦୁଇଟି ପୌରାଞ୍ଚଳ ଓ ଗୋଟିଏ ଏନ୍‌ଏସିରେ ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ସାଇକ୍ଲୋ ସେଣ୍ଟର ନିର୍ମାଣ କରାଯାଉଛି। ଏପରି ବ୍ୟବସ୍ଥା ପରିବେଶଜନିତ ପ୍ରଦୂଷଣକୁ ଅନେକାଂଶରେ ହ୍ରାସ କରିପାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ଜିଲାରେ ଚଳିତମାସରୁ ଆରମ୍ଭ ହେବ ସାଇକ୍ଲୋ। ଏହି ବ୍ୟବସ୍ଥାରେ ଗୋଟିଏ ସ୍ଥାନରେ ୮ଟି ଦୋକାନ ଘର ବୃତ୍ତାକାରରେ ରହିବ। ଫିଙ୍ଗା ଯାଉଥିବା ସାମଗ୍ରୀଗୁଡ଼ିକୁ ରିସାଇକ୍ଲିଂ କରି ଏହି ଦୋକାନଗୁଡ଼ିକରେ ବିକ୍ରି କରାଯିବ। ଏହି ସାମଗ୍ରୀ କିଭଳି ଭାବେ ପ୍ରସ୍ତୁତ ହେଉଛି, ସେ ନେଇ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକ ଏହି ପ୍ରଶିକ୍ଷଣ ପାଇବା ପରେ ନିଜେ ତିଆରି କରି ବିକ୍ରି କରିପାରିବେ। ମନ୍ଦିରର ଛଡ଼ା ଫୁଲରୁ ଧୂପକାଠି ପ୍ରସ୍ତୁତ କରାଯିବ। ଖାଇ ହେଉଥିବା ଆଇସ୍‌କ୍ରିମ୍‌ କୋନ ପରି ଖାଦ୍ୟ ସାମଗ୍ରୀରୁ ପ୍ଲେଟ ଓ ଚାମଚ ଆଦି ପ୍ରସ୍ତୁତ କରାଯିବ। ଲୋକେ ଏଥିରେ ଟିଫିନ ଖାଇବା ପରେ ଉକ୍ତ ପ୍ଲେଟ ଓ ଚାମଚକୁ ମଧ୍ୟ ଖାଇପାରିବେ। ଫିଙ୍ଗି ଦିଆଯାଉଥିବା ଭଙ୍ଗା ପ୍ଲାଷ୍ଟିକ, ଟିଣ, ଲୁହା ଆଦିକୁ ସଂଗ୍ରହ କରି ଫୁଲଦାନୀ, ପ୍ଲେଟ ଷ୍ଟାଣ୍ଡ, ପେନ୍‌ ଷ୍ଟାଣ୍ଡ ଭଳି ଘର ସାଜସଜ୍ଜା ସାମଗ୍ରୀ ନିର୍ମାଣ କରାଯାଇ ବିକ୍ରି କରାଯିବ। ଅଚଳ ଇଲେକ୍ଟ୍ରି ସାମଗ୍ରୀଗୁଡ଼ିକୁ ରିସାଇକ୍ଲିଂ କରି ସାଇକ୍ଲୋ ଷ୍ଟୋରରେ ବିକ୍ରି କରାଯିବ। କାଗଜ, କପଡ଼ା, ବାଉଁଶ, ବେତରୁ ମଧ୍ୟ ସୌଖିନ ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରି ବ୍ୟବସ୍ଥା ହେବ। ଏହି ସାଇକ୍ଲୋରେ ‘ଦୟାର ପାତ୍ର’ ନାମରେ ଏକ ସ୍ବତନ୍ତ୍ର ଷ୍ଟଲ ରହିବ। ପୁରୁଣା ବହି, ଖାତା, କପଡ଼ା, ଜୋତା, ଛତା ସହ ଅନ୍ୟାନ୍ୟ ସାମଗ୍ରୀ ଲୋକେ ଏଥିରେ ପକାଇଲେ ତାହାକୁ ନୂଆ କରି ଗରିବ ଲୋକଙ୍କୁ ମାଗଣାରେ ପ୍ରଦାନ କରାଯିବ। ରାଜ୍ୟରେ ପ୍ରଥମ କରି ଏହି ବ୍ୟବସ୍ଥା ଚଳିତମାସରୁ ଅନୁଗୋଳରେ ଆରମ୍ଭ ହେବାକୁ ଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

 

ଅଯୋଗ୍ୟକୁ ଯୋଗ୍ୟ କରାଯିବ
ଅଳିଆ ଆବର୍ଜନାକୁ ପୁଣି ବ୍ୟବହାର ଯୋଗ୍ୟ କରାଯିବ। ଏସ୍‌ଏଚ୍‌ଜିମାନଙ୍କୁ ଏହି ରିସାଇକ୍ଲିଂ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଅନୁଗୋଳରେ ସାମଗ୍ରୀ ପ୍ରସ୍ତୁତ ପରେ ସାଇକ୍ଲୋ ଷ୍ଟଲରେ ବିକ୍ରି କରାଯିବ। ଗରିବ ଓ ମେଧାବୀ ଛାତ୍ରଙ୍କୁ ପୁସ୍ତକ ଓ ପୋଷାକ ଏହି ସାଇକ୍ଲୋରୁ ଯୋଗାଇ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ବର୍ଜ୍ୟବସ୍ତୁରୁ ଜୀବିକା ଅର୍ଜନ ହେବ
ବର୍ଜ୍ୟବସ୍ତୁରୁ ଜୀବିକା ଅର୍ଜନ କରିହେବ ବୋଲି କେବେ ବିଶ୍ବାସ କରି ନ ଥିଲୁ। ଏଭଳି ଏକ ସାଇକ୍ଲୋ ହେଉଥିବା ଜାଣି ଖୁସି ଲାଗୁଛି। ଏହାଦ୍ବାରା ମହିଳାମାନେ ଆଉ ପାଦେ ଆଗକୁ ବଢିବେ ଓ ଆତ୍ମନିର୍ଭର ହେବେ।
-ଝୁଲି ସାହୁ, କନକ ଦୁର୍ଗା ଏସ୍‌ଏଚ୍‌ଜି

ପରିବେଶ ପ୍ରଦୂଷଣ ରୋକିହେବ
ଅବ୍ୟବହୃତ ସାମଗ୍ରୀ ଆଉ ଅଳିଆ ହୋଇ ରହିବ ନାହିଁ। ପରିବେଷଣ ଦୂଷିତ ମଧ୍ୟ କରିବ ନାହିଁ। ସୁସ୍ଥ ପରିବେଶ ସହ ଅବ୍ୟବହୃତ ସାମଗ୍ରୀ ପୁଣି ବ୍ୟବହାର ଯୋଗ୍ୟ ହେବ। ଏହା ସମସ୍ତଙ୍କ ପାଇଁ ସ୍ବାଗତଯୋଗ୍ୟ କାର୍ଯ୍ୟ।
-ସବିତା ଜେନା, ଦେବୀ ଦିବ୍ୟ ଏସ୍‌ଏଚ୍‌ଜି

ପରିବେଶ ଯୋଦ୍ଧା ମନେକରୁଛୁ
ଏଭଳି କାର୍ଯ୍ୟ ଆମ ଜିଲାରେ ହେଉଥିବାରୁ ଖୁସି ଲାଗୁଛି। ପରିବେଶ ଯୋଦ୍ଧା ଭାବେ ଆମମାନଙ୍କୁ ଚୟନ କରାଯିବ। ଏଥିସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ଏକ ଶୁଭ ସଙ୍କେତ।
-ସଂଯୁକ୍ତା ସେନାପତି, ବୁଢୀ ଠାକୁରାଣୀ ଏସ୍‌ଏଚ୍‌ଜି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri